ଅଷ୍ଟମ ଦିନରେ ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା

ଯାଜପୁର ଟାଉନ,୨୮।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଷୋଡ଼ଶୋପଚାର ପୂଜା ଶନିବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। ଚଳିତ ବର୍ଷ ଦୂର୍ଗାପୂଜାରେ ତିଥି କ୍ଷୟ ଯୋଗୁ ଶନିବାର ତିଥି ଅମାବାସ୍ୟା ଥିଲା। ତେଣୁ ଶନିବାର ଅଷ୍ଟମ ଦିନର ଷୋଡ଼ଶୋପଚାର ପୂଜା ସମାପନ ହୋଇଛି। ଶାରଦୀୟ ଦୁର୍ଗୋସତ୍ବ ଅବସରରେ ସକାଳୁ ଶାସନ ବ୍ରାହ୍ମଣମାନେ ଆଣିଥିବା ବୈତରଣୀ ଜଳରେ ମା’ଙ୍କ ସ୍ନାନ, ବେଶ ନିୟମିତଭାବେ କରାଯାଇଥିଲା। ୧୧ଟା ୩୦ରେ ଷୋଡ଼ଶୋପଚାର ପୂଜାର ଆୟୋଜନ କରାଯାଇଥିଲା। ଷୋଡ଼ଶୋପଚାର ପୂଜା ପରେ କଳସ ପୂଜା କରାଯାଇ ୩ଟାରେ ପହଡ଼ କରାଯାଇଥିଲା। ୪ଟାରେ ପହଡ଼ ଖୋଲିବା ପରେ ସାଧାରଣ ଦର୍ଶନ, ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ରାତିରେ ପୁନର୍ବାର ଷୋଡ଼ଶୋପଚାର ପୂଜାର ଆୟୋଜନ କରାଯାଇଛି। ଆଜି ଅମାବାସ୍ୟା ତିଥି ଯୋଗୁ ପୂଜାରେ ଆୟୋଜନ କରାଯାଇଥିବା ନିତୀର ପରିମାଣ ଦୁଇ ଗୁଣା କରାଯାଇ ବଡ଼ ନୀତି କରାଯାଇଛି। ରାତିର ପୂଜା କାର୍ଯ୍ୟକୁ ପୁରୋଧା ଜ୍ଞାନରଞ୍ଜନ ପତି, ପ୍ରଭାତ ରଞ୍ଜନ ପତି, ମନୋରଞ୍ଜନ ପତି, ବିରଜା ଶଙ୍କର ପତି, ବିରଜା କିଙ୍କର ପତି, ପ୍ରମୋଦ କୁମାର ପତି, ସରୋଜ କୁମାର ପତି, ପ୍ରସନ୍ନ ପତି, ପ୍ରଫୁଲ ପତି ସମାପନ କରିଥିଲେ। ରାତିର ପୂଜା ୮ଟା ୩୦ ମିନିଟରେ ଆରମ୍ଭ କରାଯାଇ ୧୧ଟା ୩୦ ମିନିଟରେ ଶେଷ କରାଯିବା ପରେ ରଥାଧିଭାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ରଥକାର୍ଯ୍ୟ ସମାପନ ପରେ ରାତି ୧୨ଟାରୁ ରଥାଧିଭାସ କାର୍ଯ୍ୟ ଆରମ୍ଭ କରାଯାଇଛି। ରଥ ମଣ୍ଡପରେ ରଥ ପ୍ରତିଷ୍ଠା କାର୍ଯ୍ୟ ପୂର୍ବକ ଗନ୍ଧାଧିବାସ, ହରିଦ୍ରାଧିବାସ, ଦଶଦିଗପାଳ ବଳି, ହୋମ, ଆଦି କାର୍ଯ୍ୟ ସମାପନ କରାଯାଇଛି। ରଥାଧିଭାସ ସମୟରେ ଛତ୍ର, ତରାଶ, ଆର୍ଶା, ଚରୁ, ସମିଦ୍ଧ, ଛେରା, ପାଳିଥିବା ସେବାୟତମାନେ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ ସମାପନ କରିଛନ୍ତି। ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରର ସିଂହଦ୍ୱାର ଓ ମା’ଙ୍କ ପହଡ଼ ଖୋଲା ଥିବାରୁ ଭକ୍ତମାନେ ପହଞ୍ଚତ୍ ମା’ଙ୍କୁ ଦର୍ଶନ କରି ପାରୁଛନ୍ତି। ରବିବାର ସକାଳେ ମା’ଙ୍କ ପାଦ ଦର୍ଶନ ଆରମ୍ଭ କରାଯିବ। ଏଣୁ ଭକ୍ତମାନେ ପହଞ୍ଚତ୍ ଗର୍ଭ ଗୃହକୁ ପ୍ରବେଶ କରିବା ସହିତ ମା’ଙ୍କ ପାଦ ସ୍ପର୍ଶ କରିପାରିବେ। ରବିବାର ସନ୍ଧ୍ୟାରେ ମା’ ବିରଜାଙ୍କ ରଥ ଯାତ୍ରା କାର୍ଯ୍ୟ ଆୟୋଜନ କରାଯିବ। ଦିନରେ ରଥ ପ୍ରତିଷ୍ଠା କାର୍ଯ୍ୟ ମଣ୍ଡପରେ ସରିବା ପରେ ସନ୍ଧ୍ୟାରେ ମା’ ବିରଜାଙ୍କ ବିଜୟ ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବସାଇ ସେବାୟତମାନେ କାନ୍ଧରେ ଆଣି ରଥ ଉପରେ ଚଢ଼ାଇବେ। ତାପରେ ରଥ ଚାଳନା କରାଯିବ। ଏହି ସମୟରେ ସ୍ଥାନୀୟ ଲୋକେ ଓ ହଜାର ହଜାର ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହେବେ। ରଥରେ ୯ଦିନ ଧରି ମା’ ବିରଜାଙ୍କ ବିଜୟ ପ୍ରତିମାକୁ ବେଢ଼ା ପରିକ୍ରମା କରାଯିବା ସହିତ ୯ଦିନ ଧରି ରଥ ଚାଳନା କରାଯିବ। ଅପରପକ୍ଷେ ମନ୍ଦିର ପରିସରରେ ଥିବା ନାଭିଗୟାରେ ପୂର୍ବାନୁମାନ ଅନୁଯାୟୀ ଭକ୍ତଙ୍କ ଭିଡ଼ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଲାଗି ରହିଥିଲା। ଶନିବାର ସକାଳୁ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯିବା ପରେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିରର ପୁରୋଧା ସରୋଜ କୁମାର ପତି, ଜ୍ଞାନରଞ୍ଜନ ପତି, ମନୋରଞ୍ଜନ ପତି ଓ ପ୍ରମୋଦ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri