Posted inଖେଳ

ଅଶ୍ୱିନଙ୍କୁ ଜରିମାନା

ନୂଆଦିଲ୍ଲୀ,୨୨।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଧିମା ବୋଲିଂ ହାର ଲାଗି ତାଙ୍କୁ ଦଣ୍ଡିତ କରାଯାଇଛି। ଏ ନେଇ ଆଇପିଏଲ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଚଳିତ ସଂସ୍କରଣର ୪ର୍ଥ ଅଧିନାୟକ ଭାବେ ଅଶ୍ୱିନ ଧିମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି। ତାଙ୍କ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ରାଜସ୍ଥାନ ରୟାଲ୍ସର ଅଜିଙ୍କ୍ୟ ରାହାନେ ଏହି ତ୍ରୁଟି କରିଥିଲେ। ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବକୁ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି...

୧୩ ବର୍ଷ ହେଲା ଅପେକ୍ଷା କରିଛନ୍ତି କାର୍ତ୍ତିକ

ଚେନ୍ନାଇ, ୨୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନିଜ ଘରୋଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିବାକୁ ସବୁ ଖେଳାଳିଙ୍କର ଇଚ୍ଛା ଥାଏ। ମାତ୍ର ଏପରି କେତେଜଣ ତାରକା...

ଗଗନେନ୍ଦୁଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଇଟାଲିର ନାପୋଲିଠାରେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଇଣ୍ଡିଆନ ୟୁନିଭର୍ସିଟିଜ ଦଳର ୧୧୯ ଖେଳାଳି...

ମହିଳା ଚ୍ୟାଲେଞ୍ଜର ଟ୍ରଫି:  ଆଜି ବାରବାଟୀରେ ଭାରତ ‘ଏ’, ‘ବି’ର ଅଭ୍ୟାସ

କଟକ ଅଫିସ,୩ା୧-  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆସନ୍ତା ୪ରୁ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ୯ ତାରିଖ...

ଧୋନୀଙ୍କ ଘରକୁ ଆସିଲା ନୂଆ ଅତିଥି, ଖୁସିରେ ନାଚି ଉଠିଲେ ଜିଭା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘରକୁ ଏକ କୁନି ଅତିଥି ଆସିଛି, ଯାହାକୁ ଦେଖି ଧୋନୀଙ୍କ ଝିଅ ଜିଭା ଖୁସିରେ...

ସାନିଆ, ଶ୍ରୀକାନ୍ତଙ୍କ ବିଦାୟ, କ୍ୱାର୍ଟରରେ ପ୍ରଣୀଥ

ବ୍ୟାଙ୍କକ୍‌,୧।୮(ପିଟି)- ଦେଶର ଅଗ୍ରଣୀ ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ପରାଜୟ ସହ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ...

ସିଙ୍ଗଲ୍ସ୍‌, ଡବଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗ ଫାଇନାଲରେ...

Advertisement
Archives

Model This Week