Posted inଖେଳ

ଅଶ୍ୱିନଙ୍କଠାରୁ ଅଲଗା ହୋଇପାରେ କିଙ୍ଗ୍ସ ଏକାଦଶ ପଞ୍ଜାବ

ଚଣ୍ଡିଗଡ଼,୨୬।୮: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଣ୍ଟିଗୁଆ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବାବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ସମ୍ଭବତଃ ଅଲଗା ହୋଇପାରନ୍ତି। ଅଶ୍ୱିନଙ୍କ ନେତୃତ୍ୱରେ ଗତ ସିଜନରେ ଖେଳିଥିବା ପଞ୍ଜାବ ଫ୍ରାଞ୍ଚାଇଜ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଥିଲା। ତାଙ୍କୁ ୨୦୧୮ ସଂସ୍କରଣ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ୭.୬ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା। ଅଶ୍ୱିନ ଆଗାମୀ ସଂସ୍କରଣରେ ଆମ ସହ ରହିବେ କି ନାହିଁ ମୁଁ ସ୍ପଷ୍ଟ କରି କହିପାରିବି ନାହିଁ ବୋଲି ପଞ୍ଜାବ ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନର ଅନନ୍ତ ସରକାରିଆ କହିଛନ୍ତି। ଅଶ୍ୱିନଙ୍କ ସ୍ଥାନରେ ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦଳର ନେତୃତ୍ୱ ନେବେ। ରାହୁଲ ପଞ୍ଜାବ ଦଳର ନେତୃତ୍ୱ ନେଇପାରନ୍ତି। ଦଳୀୟ ମ୍ୟାନେଜମେଣ୍ଟ ନୂଆ ଅଧିନାୟକ ଖୋଜୁଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ସେମାନେ ଅନ୍ତିମ ନିଷ୍ପତ୍ତି ନେବେ। ତେବେ ଅଫ୍‌ ସ୍ପିନର ଅଶ୍ୱିନ ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ କିମ୍ବା ରାଜସ୍ତାନ ରୟାଲ୍ସ ପାଇଁ ଖେଳିପାରନ୍ତି। ଦିଲ୍ଲୀ ଫ୍ରାଞ୍ଚାଇଜ ଅଶ୍ୱିନଙ୍କୁ ଦଳରେ ସାମିଲ କରିବାକୁ ଇଚ୍ଛା ପ୍ରକଟ କରିଥିବାବେଳେ ରୟାଲ୍ସ ଅଲରାଉଣ୍ଡର କ୍ରିଷ୍ଣପା ଗୋଥାମଙ୍କ ବଦଳରେ ଦେବାକୁ ପ୍ରସ୍ତାବ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍‌ ଫଟୋ ଭାଇରାଲ

ମୁମ୍ବାଇ,୬।୭: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ...

ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୫: ଆଇପିଏଲ୍‌ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା ଟିମ୍‌ ଜୁନ୍‌ରେ...

ରାହୁଲଙ୍କୁ ଜୋରିମନା

ମୁମ୍ବାଇ,୨୫।୪: କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଆଇପିଏଲ ୨୦୨୨ର ପଞ୍ଚମ ବିଜୟ ହାସଲ କରିଛି। ତେବେ ଏହି ବିଜୟ...

ପଡ଼ିଆରେ ଗର୍‌ବା ନୃତ୍ୟ କଲେ କୋହଲି

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୩୧୮ ରନରେ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟର ୪ର୍ଥ ଦିବସରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ...

୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା ଏହି କ୍ରିକେଟର୍‌ଙ୍କ ଟୋପି

ଅଷ୍ଟ୍ରେଲିଆ କ୍ରିକେଟ ମହାନ ଖେଳାଳି ତାଲିକାରେ ସେନ୍‌ ୱାର୍ଣ୍ଣ ଅନ୍ୟତମ। ଅନେକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଜି ୱାର୍ଣ୍ଣଙ୍କ ଜନ୍ମବାର୍ଷିକୀ।...

୨୩ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଦିନିକିଆ ଘରୋଇ କ୍ରିକେଟ ସିରିଜ: ପ୍ରିୟମ ଗର୍ଗ ଅଧିନାୟକ

ନୂଆଦିଲ୍ଲୀ, ୨୦ା୮ (ପି.ଟି.)-ରାୟପୁରରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ବାଂଲାଦେଶ ବିପକ୍ଷ ୨୩ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଘରୋଇ ସିରିଜ ପାଇଁ ପ୍ରିୟମ ଗର୍ଗ...

ଚମତ୍କାର ଇନିଂସ ଖେଳିବା ସତ୍ତ୍ୱେ ୱାଶିଂଟନ ସୁନ୍ଦରଙ୍କ ଉପରେ ରାଗିଲେ ବାପା

ଚେନ୍ନାଇ,୧୮।୧: ଡେବ୍ୟୁ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ୱାଶିଂଟନ ସୁନ୍ଦରଙ୍କ ପ୍ରଶଂସା କରୁଛନ୍ତି। କିନ୍ତୁ ପୁଅ ଏକ ଶତକ ସ୍କୋର କରିବାରେ ବିଫଳ ହୋଇଥିବାରୁ ତାଙ୍କ...

୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ

ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ...

Advertisement
Archives

Model This Week