ଅଶ୍ୱତ୍ଥମା ଚରିତ୍ରରେ ଅଭିନୟ କରିବେ ଭିକି

ମୁମ୍ବାଇ: ଅଭିନେତା ଭିକି କୌଶଲ ପୁନଶ୍ଚ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ର ନିର୍ଦ୍ଦେଶକ ଆଦତ୍ୟ ଧରଙ୍କ ପରବର୍ତ୍ତୀ ଫିଲ୍ମରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ପ୍ରୋଜେକ୍ଟରେ ଭିକିଙ୍କ ସହିତ କାମ କରିବାକୁ ଯାଉଥିବା ଆଦିତ୍ୟ ସୁନିଶ୍ଚିତ କରାଇଛନ୍ତି। ଉକ୍ତ ଫିଲ୍ମ ଏକ ପିରିୟଡ ଡ୍ରାମା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ନିର୍ଦ୍ଦେଶକଙ୍କ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏହା ଏକ ପିରିୟଡ ଫିଲ୍ମ ନୁହେଁ। ଏହା ଆଧୁନିକ ସମୟର ଏକ ସୁପରହିରୋ ଆକ୍ସନ ଫିଲ୍ମ। ମହାଭାରତର କଥାବସ୍ତୁ ଅନୁସାରେ ଅଶ୍ୱତ୍ଥମା ହେଉଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର। ସେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ସାଥିରେ ରହି ପାଣ୍ଡବଙ୍କ ବିରୋଧରେ ଯୁଦ୍ଧ କରିଥିଲେ।
ନିର୍ଦ୍ଦେଶକ ଉକ୍ତ ଫିଲ୍ମ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଏହାର ଶୁଟିଂ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ତେବେ ଏହାର ରିଲିଜ ୨୦୨୦ ମଧ୍ୟଭାଗରେ ହେବା ଲକ୍ଷ୍ୟ ରଖାଯାଇଛି। ଭିକି ମଧ୍ୟ ସୁୁଜିତ୍‌ ସର୍‌କାରଙ୍କ ଉଦ୍ଧାମ ସିଂ ବାୟୋପିକ୍‌ରେ ‘ତଖତ୍‌’ ଭୂମିକାରେ ଏବଂ କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ଏକ ହରର୍‌ ଫିଲ୍ମରେ ଦୃଶ୍ୟମାନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଫୁଡ୍‌ ପଏଜନ ହୋଇଥିଲା ଏବଂ ଏହି...

ନିଜ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ସଞ୍ଚୀବ କୁମାର ବଲିଉଡ୍‌ର ମେଗାଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରଶଂସକଙ୍କ ଗହଣରେ ହରି ଭାଇ ଭାବେ ଜଣାଶୁଣା ଥିଲେ। ସେ ନିଜ...

ପ୍ୟାରେଣ୍ଟସ୍‌ ହେଲେ ରିଚା ଚଢା-ଅଲି ଫାଜଲ

ମୁମ୍ବାଇ: ବଲିଉଡ କପଲ ରିଚା ଚଢା ଏବଂ ଅଲି ଫାଜଲଙ୍କ ଏବେ ଖୁସିର ସୀମା ନାହିଁ। କିଛିଦିନ ହେବ ଅଭିନେତ୍ରୀ ତାଙ୍କ ଗର୍ଭଧାରଣକୁ ନେଇ ଖବରରେ...

ରିଲ୍‌ କରିବା କାଳ ହେଲା, ୩୦୦ ଫୁଟ୍‌ ଖାଲକୁ ଖସି ପଡ଼ି ଇନ୍‌ଫ୍ଲୁଏନ୍ସର ଅନ୍‌ଭିଙ୍କ ମୃତ୍ୟୁ

ମୁମ୍ବାଇ,୧୮।୭: ରିଲ୍‌ କରି ହୋଇଥିଲେ ଲୋକପ୍ରିୟ। ହେଲେ ସେହି ରିଲ୍‌ ନିଶା ହିଁ ନେଇଗଲା ଜୀବନ। ଏଭଳି ଏକ ଘଟଣାକ୍ରମରେ ୨୭  ବର୍ଷୀୟ ଅନ୍‌ଭି କାମଦାରଙ୍କ...

ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି…

ମୁମ୍ବାଇ,୧୭ା୭: ସରିଛି ଦେଶର ସବୁଠୁ ହାଇପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ-ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ...

ଉର୍ବସୀଙ୍କ ପ୍ରାଇଭେଟ୍‌ ଭିଡିଓ ଭାଇରାଲ୍‌: ବାଥ୍‌ରୁମ୍‌ରେ…

ବଲିଉଡ ଅଭିନେତ୍ରୀ ଉର୍ବସୀ ରଉତେଲା ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଉର୍ବସୀଙ୍କ ଏକ ପ୍ରାଇଭେଟ୍‌ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଆଲୋଚନା ଜୋରସୋରରେ ଚାଲିଛି। ଉର୍ବଶୀଙ୍କ...

ପୁଅବୋହୂଙ୍କ ମଧ୍ୟରେ ବିବାଦ ମଧ୍ୟରେ ଅମିତାଭଙ୍କୁ ଲଡ୍ଡୁ ଖୁଆଇବାକୁ ପହଞ୍ଚିଲେ ଜୟା, କ’ଣ ସବୁକିଛି…

ବମ୍ବେ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ମଧ୍ୟରୁ ବେଶ ଚର୍ଚ୍ଚାରେ ଥିଲେ ବଚ୍ଚନ ପରିବାର।...

ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ହାଇଦ୍ରାବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କର ପାଳିତ କୁକୁର ମେକ୍ସିର ମୃତ୍ୟୁ ହେବା ପରେ ସେ ପରିବାରର ଜଣେ ସଦସ୍ୟଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri