ଅଶାନ୍ତ ବଡନି ଗ୍ରାମ: ୩ ହଜାର ଟଙ୍କା ପାଇଁ ଗଣ୍ଡଗୋଳ, ରାମସା ଛକରେ ରାସ୍ତାରୋକୋ

ଝରିଗାଁ,୨୪।୫(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ବଡନି ଗ୍ରାମରେ ୩ ହଜାର ଟଙ୍କାକୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଝରିଗାଁ ବ୍ଲକ ପାଲି ପଞ୍ଚାୟତ ବଡନି ଗ୍ରାମର ଜଣେ ବିହାରୀ ବ୍ୟବସାୟୀ ଶିବପ୍ରସାଦ ଗୁପ୍ତା ଗ୍ରାମର ବୁଟୁ ଗୌଡଙ୍କୁ ପ୍ରାୟ ଚାରିମାସ ପୂର୍ବରୁ ୩ ହଜାର ଟଙ୍କା ଦେଇଥିଲେ। ମାତ୍ର ବୁଟୁ ଟଙ୍କା ଫେରାଇ ନ ଥିଲେ। ଏହାପରେ ଶିବପ୍ରସାଦ ଗତ ରବିବାର ସଂନ୍ଧ୍ୟା ପ୍ରାୟ ସାଢେ ଛଅଟା ସମୟରେ ବୁଟୁଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବୁଟୁଙ୍କ ପୁଅ ଡମ୍ବରୁ ଗୌଡ ଘଟଣାସ୍ଥଳରେ ପହଞ୍ଚି ଶିବ ପ୍ରସାଦଙ୍କୁ ମାଡ ମାରିଥିଲେ। ଏ ନେଇ ସୋମବାର ପ୍ରଥମେ ବୁଟୁ ଗୌଡ ଥାନାରେ ଏତଲା ଦେଇଥିଲେ। ସେହି ଅପରାହ୍ନରେ ଶିବପ୍ରସାଦ ଥାନାରେ ଆଉ ଏକ ଅଭିଯୋଗ ଦେଇଥିଲେ। ଏହାପରେ ଥାନା ଅଧିକାରୀ ଉଭୟଙ୍କୁ ମଙ୍ଗଳବାର ଥାନାକୁ ଡକାଇଥିଲେ ମଧ୍ୟ କେହି ଆସି ନ ଥିଲେ। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଶିବ ପ୍ରସାଦଙ୍କ ଦୁଇ ପୁଅ ରିତେଶ ଏବଂ ଅନିଲ ବୁଟୁ ଗୌଡଙ୍କ ଘରକୁ ଯାଇ ପୁଣି ପାଟିତୁଣ୍ଡ କରି ଗଣ୍ଡଗୋଳ କରିଥିଲେ। ଏଥିରେ ଆହତ ହୋଇ ଟୁଟୁ ଝରିଗାଁ ମେଡିକାଲରେ ଚିକିତ୍ସିତ ଅଛନ୍ତିି। ଖବରପାଇ ପୋଲିସ ପହଞ୍ଚି ଶିବପ୍ରସାଦଙ୍କ ସମେତ ତାଙ୍କ ଦୁଇ ପୁଅକୁ ଥାନାକୁ ନେଇଥିଲେ। ଗୁରୁବାର ଘରେ କୌଣସି କାମ ରହିଥିବା ନେଇ ପୋଲିସ ଜିମାରେ ଅନିଲ ଘରକୁ ଆସିଥିଲେ। ଶୁକ୍ରବାର ବୁଟୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଗୁଜବ ପ୍ରକାଶ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରଥମେ ରାମସା ଛକରେ ରାସ୍ତାରୋକୋ କରିଥିଲେ। ଏହାପରେ ଶିବ ପ୍ରାସାଦଙ୍କ ଘରକୁ ଯାଇ ଟେକା ପଥର ମାରିବା ସହ ଘରେ ରହିଥିବା ଦୋକାନ ସାମଗ୍ରୀ ତଥା ବିକ୍ରି କରିବା ପାଇଁ ରହିଥିବା ଡିଜେଲ ଏବଂ ପେଟ୍ରୋଲ ଢାଳି ଦେଇଥିଲେ। ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁୁ ବୁଝାଶୁଝା କରିବା ସହ ଅନିଲଙ୍କୁ ଥାନାକୁ ଆଣିବା ସମୟରେ ଗ୍ରାମବାସୀ ଟେକାପଥର ମାରିଥିଲେ।
ରାସ୍ତା ଅବରୋଧ କରିବା ସହ ଘର ଭାଙ୍ଗିଥିବା ଏବଂ ପୋଲିସ ସମ୍ମୁଖରେ ଯୁବକଙ୍କୁ ମାଡ ମାରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?