ଅଳାବାଙ୍କ କାଳୀ ପୂଜା ଆରମ୍ଭ

ଡେରାବିଶ, ୨୭।୧୦ (ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ ଅଳାବାଙ୍କ ଛକଠାରେ ଦୀପାବଳି ଅବସରରେ ରବିବାରଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ପୂଜାକୁ ସୁବ୍ୟବସ୍ଥିତ କରିବା ସକାଶେ ପୂଜା କମିଟି ପକ୍ଷରୁ ବହୁ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନରୁ ପୂଜା ଆରମ୍ଭ ହୋଇଥିବା ବେଳେ ସୁସଜ୍ଜିତ ତୋରଣ, ରଙ୍ଗବେରଙ୍ଗର ଆଲୋକମାଳା ସ୍ଥାନୀୟ ପରିବେଶକୁ ଆହୁରି ଭକ୍ତିମୟ କରିଛି। ମା’ଙ୍କ ଆଗମନରେ ଉତ୍ସବମୁଖର ହୋଇଛି ଅଳାବାଙ୍କ ଗ୍ରାମ। ଅନୁକୂଳ ପାଗ ଯୋଗୁ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ୍‌ ଜମି ଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସଦର ଥାନା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା ଏନ୍‌ଆଇଟିରୁ ୪ ପଜିଟିଭ୍‌

ରାଉରକେଲା ଅଫିସ,୨୮।୩: ରାଉରକେଲାସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ରବିବାର ୪ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଉକ୍ତ ଶିକ୍ଷାନୁଷ୍ଠାନରୁ ୩...

ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍‌ ତାର

ଫୁଲବାଣୀ ଅଫିସ,୨୫।୨: କନ୍ଧମାଳ ଜିଲାରେ ମଙ୍ଗଳବାରରୁ ବର୍ଷା, ପବନ ଲାଗି ରହିଛି। ଏହାର ପ୍ରଭାବରେ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛପଡ଼ି ରାସ୍ତା ଅବରୋଧ...

ଜାରକା ବିଟ୍‌ ହାଉସ ନିକଟରେ ହେବ ଫ୍ଲାଏ ଓଭରବ୍ରିଜ୍‌

ଧର୍ମଶାଳା,୨୨।୨(ଡିଏନଏ): ଜାତୀୟ ରାଜପଥ ଜାରକା ଛକରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜକୁ ନେଇ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜପଥ...

ପ୍ରଥମେ ଲିଜ୍‌, ପରେ ହତ୍ୟା ଧମକ: ରିସୋର୍ଟ ମାଲିକ ଗିରଫ

ଦାରିଙ୍ଗବାଡ଼ି,୯।୧୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ରିସୋର୍ଟକୁ ପ୍ରଥମେ ଲିଜ୍‌ ସୂତ୍ରରେ ପ୍ରଦାନ ଏବଂ ପରେ ଲିଜ୍‌ଧାରୀଙ୍କ ସହ ଗଣ୍ଡଗୋଳ ଓ ହତ୍ୟା ଧମକ ଦେବା...

କ୍ଷତିପୂରଣ ଦାବିରେ ଚାଷୀଙ୍କ ବିକ୍ଷୋଭ

ଖଇରା, ୧୬।୧୧(ଡି.ଏନ.ଏ.)-ବୁଲବୁଲ ବାତ୍ୟାରେ ନଷ୍ଟ ହୋଇଥିବା ଚାଷ ପାଇଁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଖଇରା ବ୍ଲକ ଅଧୀନ ମହତୀପୁର ପଞ୍ଚାୟତର ଶତାଧିକ ଚାଷୀ ବୁଧବାର...

କେନ୍ଦୁଝରରୁ ୧୯ କିଲୋ ହାତୀ ଦାନ୍ତ ଜବତ, ୩ ଗିରଫ

କେନ୍ଦୁଝର ୧ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ହରିଚନ୍ଦନପୁର ଥାନା ଅଞ୍ଚଳରୁ ୩ ହାତୀ ଦାନ୍ତ...

ଗଞ୍ଜାମ ହୋଇନି ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଜିଲା

ଛତ୍ରପୁର,୧୦ା୨(ଡି.ଏନ.ଏ.)-ଗଞ୍ଜାମ ଜିଲା ସମ୍ପୂର୍ଣ୍ଣ ଭାବେ ବାହ୍ୟ ମଳମୁକ୍ତ ହୋଇ ନ ଥିବା ଜଣାପଡିଛି। ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଉଥିବା ଲକ୍ଷ୍ୟ ପୂରଣ...

ଦାନଗଦି ତହସିଲ: ବାଲିଘାଟର ବେଆଇନ ନିଲାମ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ୍‌.ଏ.),୧୬।୧୦: ଯାଜପୁର ଜିଲାର ଯାଜପୁର ଓ ଦାନଗଦି ତହସିଲ ଅଧୀନ ଲଘୁ ଖଣିଜ ଦ୍ରବ୍ୟ ବାଲି ସୈରାତ ଦୀର୍ଘମିଆଦୀ ଲିଜ ବିଜ୍ଞପ୍ତି ସମ୍ପୂର୍ଣ୍ଣ...

Advertisement


Archives

Model This Week