Posted inଖେଳ

ଅଲ ଇଂଲଣ୍ଡ ଟୁର୍ନାମେଣ୍ଟରୁ ଓହରିଲେ ଭାରତୀୟ ବ୍ୟାଡ୍‌ମଣ୍ଟନ ଖେଳାଳି

ନୂଆଦିଲ୍ଲୀ,୬।୩(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି କରୋନା ଭାଇରସ ଭୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ ଇଭେଣ୍ଟରୁ ଓହରି ଯାଇଛନ୍ତି। ଏଚ୍‌ଏସ୍‌ ପ୍ରଣୟଙ୍କ ସମେତ ବିଶ୍ୱର ୧୦ମ ମାନ୍ୟତା ପ୍ରାପ୍ତ ପୁରୁଷ ଡବଲ୍ସ ଚିରାଗ ଶେଟି ଓ ସାତ୍ୱିକ ସାଇରାଜଙ୍କ ଯୋଡ଼ି ସମ୍ମାନଜନକ ଇଭେଣ୍ଟରେ ଖେଳିବେ ନାହିଁ। ଚଳିତ ସିଜନର ପ୍ରଥମ ସୁପର ୧୦୦୦ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଚଳିତ ମାସ ୧୧ ତାରିଖଠାରୁ ଆରମ୍ଭ ହେବ। କିଛି ଖେଳାଳି ନିଜ ନିଷ୍ପତ୍ତି ସମ୍ପର୍କରେ ବାଇ (ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ)କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଏପର୍ଯ୍ୟନ୍ତ ଡବଲ୍ସ ଖେଳାଳି ଚିରାଗ ଶେଟି ଓ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ, ମନୁ ଅତ୍ରୀ ଓ ବି. ସୁମିଥ ରେଡ୍ଡୀ, ଏଚ୍‌ଏସ୍‌ ପ୍ରଣୟ, ସମୀର ବର୍ମା ଓ ସୌରଭ ବର୍ମା ଇଭେଣ୍ଟରୁ ଓହରି ଯାଇଛନ୍ତି। ଦେଶର ଟପ ସିଙ୍ଗଲ୍ସ ଖେଳାଳି ସାଇନା ନେହ୍ବାଲ, ପିଭି ସିନ୍ଧୁ, କିଡାମ୍ବି ଶ୍ରୀକାନ୍ତ, ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକି ରେଡ୍ଡୀ-ପ୍ରଣବ ଜେରୀ ଚୋପ୍ରା ଅଂଶଗ୍ରହଣ କରିବେ। କରୋନା ଭାଇରସ ଯୋଗୁ ୩,୧୦୦ ଲୋକେ ପ୍ରାଣ ହରାଇ ସାରିଥିବାବେଳେ ପ୍ରାୟ ୯୧ହଜାର ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମରେ ଆକ୍ରାନ୍ତ ସଂଖ୍ୟା ୯୦ରେ ପହଞ୍ଚିଛି। ସମସ୍ତ ଖେଳାଳି ଦୁବାଇ ଦେଇ ଇଂଲଣ୍ଡ ଗସ୍ତ କରିବାକୁ ଡରୁଛନ୍ତି। କାରଣ ଦୁବାଇ ବିଶ୍ୱର ଅନ୍ୟତମ ବ୍ୟସ୍ତ ବହୁଳ ବିମାନ ବନ୍ଦର। ଏଣୁ ସମ୍ଭାବନା ଅଧିକ ରହିଛି। କାନ୍ଧଜନିତ ଆହତ ସମସ୍ୟା ଯୋଗୁ ଚିରାଗ ଓ ସାତ୍ୱିକ ଗତ ୨୦୧୯ ସଂସ୍କରଣରେ ମଧ୍ୟ ଖେଳି ନ ଥିଲେ। ସମୀର, ପ୍ରଣୟ, ମନୁ-ସୁମିଥ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ। ସେହିଭଳି ସୌରଭ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍‌, ଏବେ ଆଇପିଏଲ୍‌ରେ କୋଟି କୋଟି ଟଙ୍କା କରିବେ ରୋଜଗାର

ବେଙ୍ଗାଲୁରୁ,୧୩।୨:କୁହାଯାଏ, ସମୟ ବଡ଼ ବଳବାନ। ସମୟକୁ ଅପେକ୍ଷା କଲେ ପରିଶ୍ରମର ଫଳ ନିଶ୍ଚେ ମିଳିଥାଏ। ଆଇପିଏଲ୍‌ ୨୦୨୨ର ନିଲାମରେ ଏହିପରି ଜଣେ ଖେଳାଳିଙ୍କ ଭାଗ୍ୟ ବଦଳିଯାଇଛି।ସେ...

ଭଗତଙ୍କୁ ଡବଲ୍ସରେ ସ୍ବର୍ଣ୍ଣ, ସିଙ୍ଗଲ୍ସରେ ରୌପ୍ୟ

ନୂଆଦିଲ୍ଲୀ,୨୧ା୮: ପଟାୟାଠାରେ ଅନୁଷ୍ଠିତ ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ...

ଧଓ୍ବନ ନେତୃତ୍ୱାଧୀନ ଟିମ୍‌କୁ ନେଇ ବୋର୍ଡ ଉପରେ ବର୍ଷିଲେ ରାଣାତୁଙ୍ଗା: କହିଲେ ‘ଏହା ଶ୍ରୀଲଙ୍କା କ୍ରିକେଟର ଅପମାନ’

କଲମ୍ବୋ,୨।୭: ଚଳିତ ମାସ ଶେଷରେ ହେବାକୁ ଥିବା ସୀମିତ ଓଭର ସିରିଜ ପାଇଁ ଶ୍ରୀଲଙ୍କାର ବିଶ୍ୱକପ୍‌ ବିଜେତା ଅଧିନାୟକ ଅର୍ଜୁନ ରାଣାତୁଙ୍ଗା ତାଙ୍କ ଦେଶର କ୍ରିକେଟ...

ଫେରିବେ ଶାରାପୋଭା

ସିଡ୍‌ନୀ,୩୧।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା କୋର୍ଟକୁ ଫେରିବାକୁ ଯାଉଛନ୍ତି। ଆସନ୍ତା ମାସରେ ବ୍ରିସବେନ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଖେଳିବେ। ତାଙ୍କୁ...

ରିଜିଜୁଙ୍କୁ ଅନୁରୋଧ କଲେ ମାଲହୋତ୍ରା

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ଦେଶର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଉପରୁ ବର୍ଷକ ପାଇଁ ସ୍ବୀକୃତି ପ୍ରତ୍ୟାହାର କରାଯାଇଥିବାରୁ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଅଫ୍‌ ସ୍ପୋଟର୍‌ସ...

ବିବାହ ତାରିଖ ଘୋଷଣା କଲେ ହସନ ଅଲି

କରାଚୀ, ୨ା୮ (ପି.ଟି.)-ପାକିସ୍ତାନ ପେସ୍‌ ବୋଲର ହସନ ଅଲିଙ୍କ ଜଣେ ଭାରତୀୟଙ୍କୁ ବିବାହ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି।...

ସ୍କୁଲ ଟେନିସ୍‌ ଲିଗ୍‌ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଟେନିସ୍‌ ଲିଗ(ଏସ୍‌ଟିଏଲ୍‌)ର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି...

ଟେଷ୍ଟ ସିରିଜ୍‌ ପୋଛିଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୪।୩: ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନ ମଧ୍ୟରେ ଜିତି ନେଇଛି। ଦ୍ୱିତୀୟ ଟେଷ୍ଟରେ ରୋହିତ...

Advertisement
Archives

Model This Week