Posted inଖେଳ

ଅଲୋଡ଼ା ତାଲିକାରେ ଓ୍ବାର୍ନର

ମାଞ୍ଚେଷ୍ଟର,୫।୯: ଚଳିତ ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନରଙ୍କ ଖରାପ ଫର୍ମ ଜାରି ରହିଛି। ସେ ଏଠାରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଛନ୍ତି। ଷ୍ଟୁଆର୍ଟ ବ୍ରଡଙ୍କ ଅଫ୍‌ ଷ୍ଟମ୍ପ ବାହାର ବଲକୁ ମାରିବାକୁ ଯାଇ ଉଇକେଟକିପର ଜନ୍ନି ବେଆରଷ୍ଟୋଙ୍କୁ କ୍ୟାଚ୍‌ ଦେଇଥିଲେ। ଏଥିସହିତ ଓ୍ବାର୍ନର ୩୪ ବର୍ଷରେ ପ୍ରଥମ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ସିରିଜ୍‌ରେ ୬ ଥର ଏକ ସଂଖ୍ୟା ବିଶିଷ୍ଟ ସ୍କୋରରେ ଆଉଟ୍‌ ହୋଇଥିବା ଅଲୋଡ଼ା ତାଲିକାରେ ସ୍ଥାନ ପାଇଛନ୍ତି। ଓ୍ବାର୍ନର ପ୍ରଥମ ଟେଷ୍ଟରେ ୨ ଓ ୮ (ବର୍ମିଂହାମ), ଦ୍ୱିତୀୟରେ ୩ ଓ ୫ (ଲଡର୍‌ସ), ତୃତୀୟରେ ୬୧ ଓ ୦ (ଲିଡ୍ସ) ଓ ଚତୁର୍ଥରେ ୦ (ମାଞ୍ଚେଷ୍ଟର) ରନ୍‌ କରିଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଏହି ଅଲୋଡ଼ା ତାଲିକାରେ ସ୍ଥାନ ପାଇଥିଲେ। ୨୦୧୧ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ରେ କୋହଲି ୬ଟି ଇନିଂସରେ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। କୋହଲି ଉକ୍ତ ଗସ୍ତରେ ୧ ଓ ୮ (ବର୍ମିଂହାମ), ୧୫ ଓ ୦ (ଲଡର୍‌ସ), ୩୯ ଓ ୨୮ (ସାଉଥାମ୍ପଟନ ), ୦ ଓ ୭ (ମାଞ୍ଚେଷ୍ଟର) ଓ ୬ ଓ ୨୦ (ଓଭାଲ) ରନ୍‌ର ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଫଟୋରେ ୧୭୧ ଅନ୍ତର୍ଜାତୀୟ ଶତକ

ନୂଆଦିଲ୍ଲୀ,୯।୨- ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ ପୂର୍ବରୁ କ୍ରିକେଟର ଦୁଇ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂ ନେଟ୍ସ ସେସନରେ ବ୍ୟାଟିଂ ଅଭ୍ୟାସ କରୁଥିଲେ। ଦୁହିଁଙ୍କ...

ପ୍ରଥମେ ବୋଲିଂ କରିବ ଭାରତ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ଫାଫ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ...

ସାଇନା, ସିନ୍ଧୁ, ସମୀର ପରାସ୍ତ

ଉହାନ୍‌ (ଚାଇନା), ୨୭ା୪ (ପି.ଟି.)- ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଅଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଶୁକ୍ରବାର ପି.ଭି. ସିନ୍ଧୁ ଓ ସାଇନା...

ଡେଭିସ୍‌ କପ୍‌: ପାକିସ୍ତାନକୁ ଦଳ ପଠାଇପାରେ ଆଇଟା

ନୂଆଦିଲ୍ଲୀ, ୧୫ା୧୦ (ପି.ଟି.)-ଜାତୀୟ ଟେନିସ ମହାସଂଘ ଏହାର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ପାକିସ୍ତାନ ଭିଜା ଯୋଗାଡ଼ କରିବା ପ୍ରକ୍ରିୟା ଆରମ୍ଭ କରବା ଲାଗି...

ବାରବାଟୀ ଫ୍ଲଡ୍‌ଲାଇଟ୍‌ ମରାମତି ଆରମ୍ଭ

କଟକ ଅଫିସ,୧୯ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରସ୍ତୁତି ଆରମ୍ଭ କରିଛି। ସୋମବାର...

ଅଧା ହେଲା ଆଇପିଏଲ ଚାମ୍ପିୟନ ପୁରସ୍କାର ରାଶି

ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ...

ଜୁନ୍‌ ୧୭ରୁ ପୁଣି ଆରମ୍ଭ ହେବ ପ୍ରିମିୟର ଲିଗ୍‌

ଲଣ୍ଡନ, ୨୯।୫(ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ୍‌ ଜୁନ୍‌ ୧୭ ତାରିଖରୁ ପୁଣି ଆରମ୍ଭ ହେବ। ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌)...

ଅଷ୍ଟ୍ରେଲିଆନ ଓପନ: ଚତୁର୍ଥ ରାଉଣ୍ଡରେ ନାଡାଲ, ଥିମ୍‌, ଓ୍ବାରିଙ୍କା

ମେଲବୋର୍ନ, ୨୬।୧(ଏଏଫ୍‌ପି)- ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲ ବର୍ଷ ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଜୟଯାତ୍ର ଜାରି ରଖିଛନ୍ତି। ଶନିବାର...

Coronavirus Update

Archives

Model This Week

Why Dharitri