ଅର୍ଥାଭାବ ଯୋଗୁ ଚିକିତ୍ସାରୁ ବଞ୍ଚତ୍ତ ଯୁବକ

ଯାଜପୁର ଟାଉନ,୧୩ା୧(ଡିଏନ୍‌ଏ): ରାଜ୍ୟ ସରକାର ସାଧାରଣଙ୍କ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ତାହା ପହଞ୍ଚତ୍ ପାରୁନାହିଁ। ଅନ୍ଧ ବିଶ୍ୱାସର ଶିକାର ହୋଇ ଗାଁ ଗହଳିରେ ବିଭିନ୍ନ ଲୋକ ନାନା ପ୍ରକାର ହଇରାଣ ହେଉଛନ୍ତି। ମାତ୍ର ସେମାନଙ୍କ ପାଖରେ ପହଞ୍ଚତ୍ ପାରୁନି ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ଲକ୍ଷ୍ମଣପୁର ଗ୍ରାମରେ ଦେଖିବାକୁ ମିଳିଛି। ସଚେତନତା ଅଭାବରୁ ଅଜଣା ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେବା ସହ ମୃତ୍ୟୁ ସହ ସଂଗ୍ରାମ କରିଚାଲିଛନ୍ତି ୨୭ବର୍ଷର ଯୁବକ ଘଣ୍ଟେଶ୍ୱର ଦେହୁରୀ। ଦିନ ମଜୁରିଆଭାବେ କାର୍ଯ୍ୟ କରି ଘଣ୍ଟେଶ୍ୱର ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ବର୍ଷେତଳେ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହେବାରୁ ଡାକ୍ତରୀ ଚିକିତ୍ସା ନ କରାଇ ଗୁଣିଗାରେଡ଼ି ମାଧ୍ୟମରେ ଚିକିତ୍ସା କରାଉଥିଲେ। ଘଣ୍ଟେଶ୍ୱରଙ୍କ ମଳଦ୍ୱାରରେ ଏକ ବଥ ହୋଇଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ତାହା ଅପରେଶନ୍‌ କରାଇବା ପରେ ସେ ରକ୍ତହୀନତାର ଶିକାର ହୋଇଥିଲେ। ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ପଠାଇଥିଲେ ମଧ୍ୟ ଘଣ୍ଟେଶ୍ୱର ଅର୍ଥ ଅଭାବରୁ ଚିକିତ୍ସା କରାଇପାରି ନ ଥିଲେ। ଫଳରେ ତାଙ୍କ ଅବସ୍ଥା ସାଂଘାତିକ ହେବାକୁ ଲାଗିଛି। ଘଣ୍ଟେଶ୍ୱରଙ୍କର ଗୋଟିଏ ୭ମାସର ଝିଅ ଥିବାବେଳେ ତାଙ୍କ ମୁଣ୍ଡରେ ବୁଢ଼ୀ ମା’ ଓ ସ୍ତ୍ରୀଙ୍କ ବୋଝ । ଓଳିଏ ଖାଇ ଓଳିଏ ଓପାସ ରହୁଥିବା ଘଣ୍ଟେଶ୍ୱରଙ୍କ ପରିବାରକୁ ଗ୍ରାମବାସୀ କିଛି କିଛି ଅର୍ଥ ଦାନ କଲେ ତାଙ୍କ ପରିବାର ଚଳୁଛି। ଅପରପକ୍ଷରେ ଘଣ୍ଟେଶ୍ୱରଙ୍କର ଗୋଟିଏ ବଖରା ମାଟିଘର ଥିବାବେଳେ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ମାଧ୍ୟମରେ ଘରଟିଏ ମିଳିପାରି ନାହିଁ। ଘଣ୍ଟେଶ୍ୱର ଦିନ ମଜୁରିଆ ହୋଇଥିବାରୁ ଏବେ ମୂଲ ମଧ୍ୟ ଲାଗିପାରୁ ନାହିଁ। ଫଳରେ ଘଣ୍ଟେଶ୍ୱର ନିଜ ଚିକିତ୍ସା କରାଇବା ଅସମ୍ଭବ ହୋଇପଡିଥିବାବେଳେ ପରିବାରକୁ ପ୍ରତିପୋଷଣ କରିପାରୁ ନାହାନ୍ତି। ଏ ସମ୍ପର୍କରେ ଚଇନିପୁର ସରପଞ୍ଚ ମିନତୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ତାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଘଣ୍ଟେଶ୍ୱର ବର୍ତ୍ତମାନ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଗୁଣିଗାରେଡି ଉପରେ ନିର୍ଭର କରୁଥିବା ଜଣାପଡିଛି। ଏ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟଧିକାରୀ ଅରୁଣ କୁମାର ପାତ୍ରଙ୍କୁ ପଚାରରିବାରେ, ତାଙ୍କ ପାଖରେ ଘଣ୍ଟେଶ୍ୱରଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ କହିବା ସହ ଏକ ଡାକ୍ତରୀ ଟିମ୍‌ ସେହି ଗ୍ରାମକୁ ପଠାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri