ଅର୍ଥାଭାବ ଯୋଗୁ ଚିକିତ୍ସାରୁ ବଞ୍ଚତ୍ତ ଯୁବକ

ଯାଜପୁର ଟାଉନ,୧୩ା୧(ଡିଏନ୍‌ଏ): ରାଜ୍ୟ ସରକାର ସାଧାରଣଙ୍କ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ତାହା ପହଞ୍ଚତ୍ ପାରୁନାହିଁ। ଅନ୍ଧ ବିଶ୍ୱାସର ଶିକାର ହୋଇ ଗାଁ ଗହଳିରେ ବିଭିନ୍ନ ଲୋକ ନାନା ପ୍ରକାର ହଇରାଣ ହେଉଛନ୍ତି। ମାତ୍ର ସେମାନଙ୍କ ପାଖରେ ପହଞ୍ଚତ୍ ପାରୁନି ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ଲକ୍ଷ୍ମଣପୁର ଗ୍ରାମରେ ଦେଖିବାକୁ ମିଳିଛି। ସଚେତନତା ଅଭାବରୁ ଅଜଣା ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେବା ସହ ମୃତ୍ୟୁ ସହ ସଂଗ୍ରାମ କରିଚାଲିଛନ୍ତି ୨୭ବର୍ଷର ଯୁବକ ଘଣ୍ଟେଶ୍ୱର ଦେହୁରୀ। ଦିନ ମଜୁରିଆଭାବେ କାର୍ଯ୍ୟ କରି ଘଣ୍ଟେଶ୍ୱର ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ବର୍ଷେତଳେ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହେବାରୁ ଡାକ୍ତରୀ ଚିକିତ୍ସା ନ କରାଇ ଗୁଣିଗାରେଡ଼ି ମାଧ୍ୟମରେ ଚିକିତ୍ସା କରାଉଥିଲେ। ଘଣ୍ଟେଶ୍ୱରଙ୍କ ମଳଦ୍ୱାରରେ ଏକ ବଥ ହୋଇଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ତାହା ଅପରେଶନ୍‌ କରାଇବା ପରେ ସେ ରକ୍ତହୀନତାର ଶିକାର ହୋଇଥିଲେ। ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ପଠାଇଥିଲେ ମଧ୍ୟ ଘଣ୍ଟେଶ୍ୱର ଅର୍ଥ ଅଭାବରୁ ଚିକିତ୍ସା କରାଇପାରି ନ ଥିଲେ। ଫଳରେ ତାଙ୍କ ଅବସ୍ଥା ସାଂଘାତିକ ହେବାକୁ ଲାଗିଛି। ଘଣ୍ଟେଶ୍ୱରଙ୍କର ଗୋଟିଏ ୭ମାସର ଝିଅ ଥିବାବେଳେ ତାଙ୍କ ମୁଣ୍ଡରେ ବୁଢ଼ୀ ମା’ ଓ ସ୍ତ୍ରୀଙ୍କ ବୋଝ । ଓଳିଏ ଖାଇ ଓଳିଏ ଓପାସ ରହୁଥିବା ଘଣ୍ଟେଶ୍ୱରଙ୍କ ପରିବାରକୁ ଗ୍ରାମବାସୀ କିଛି କିଛି ଅର୍ଥ ଦାନ କଲେ ତାଙ୍କ ପରିବାର ଚଳୁଛି। ଅପରପକ୍ଷରେ ଘଣ୍ଟେଶ୍ୱରଙ୍କର ଗୋଟିଏ ବଖରା ମାଟିଘର ଥିବାବେଳେ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ମାଧ୍ୟମରେ ଘରଟିଏ ମିଳିପାରି ନାହିଁ। ଘଣ୍ଟେଶ୍ୱର ଦିନ ମଜୁରିଆ ହୋଇଥିବାରୁ ଏବେ ମୂଲ ମଧ୍ୟ ଲାଗିପାରୁ ନାହିଁ। ଫଳରେ ଘଣ୍ଟେଶ୍ୱର ନିଜ ଚିକିତ୍ସା କରାଇବା ଅସମ୍ଭବ ହୋଇପଡିଥିବାବେଳେ ପରିବାରକୁ ପ୍ରତିପୋଷଣ କରିପାରୁ ନାହାନ୍ତି। ଏ ସମ୍ପର୍କରେ ଚଇନିପୁର ସରପଞ୍ଚ ମିନତୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ତାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଘଣ୍ଟେଶ୍ୱର ବର୍ତ୍ତମାନ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଗୁଣିଗାରେଡି ଉପରେ ନିର୍ଭର କରୁଥିବା ଜଣାପଡିଛି। ଏ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟଧିକାରୀ ଅରୁଣ କୁମାର ପାତ୍ରଙ୍କୁ ପଚାରରିବାରେ, ତାଙ୍କ ପାଖରେ ଘଣ୍ଟେଶ୍ୱରଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ କହିବା ସହ ଏକ ଡାକ୍ତରୀ ଟିମ୍‌ ସେହି ଗ୍ରାମକୁ ପଠାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri