ଅର୍ଥନୀତିରେ ମାନ୍ଦାବସ୍ଥା ସମୟାନୁବର୍ତ୍ତୀ

ମୁମ୍ବାଇ,୩୦-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ନିଜର ବାର୍ଷିକ ରିପୋର୍ଟ ଜାରି କରିଛି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଚକ୍ରୀୟ ହ୍ରାସ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରୁ ବାହାରି ଆସିବାକୁ ହେଲେ ବଡ଼ ଧରଣର ସଂସ୍କାର ଜରୁରୀ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଢ଼ାଞ୍ଚାଗତ ସମସ୍ୟା ସୃଷ୍ଟି ଯୋଗୁ ଦେଖାଦେଇଛି ବୋଲି କୁହାଯାଇଛି।
ଆର୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ବୃହତ ଆର୍ଥିକ ଦୃଶ୍ୟପଟ ଅସ୍ଥିର ରହିଥିବା ବେଳେ ବଜାରରେ ସନ୍ଦେହ ସୃଷ୍ଟି ହୋଇଛି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ ଏକାଧିକ ପ୍ରଶ୍ନ ମନକୁ ଆସୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାନ୍ଦାବସ୍ଥାର ପ୍ରକୃତ କାରଣ ଖୋଜିବା ଅସମ୍ଭବ ଏବଂ ଏହାକୁ ଅଲଗା କରିବା ମଧ୍ୟ ମୁସ୍କିଲ୍‌। ପ୍ରାୟ ସମସ୍ତ କ୍ଷେତ୍ର ଯଥା: ମାନୁଫାକ୍‌ଚରିଂ, ଟ୍ରେଡ୍‌, ହୋଟେଲ, ପରିବହନ, ଯୋଗାଯୋଗ, ପ୍ରସାରଣ, ନିର୍ମାଣ, କୃଷି ଏବଂ ରିଏଲ ଇଷ୍ଟେଟ୍‌ରେ ମାନ୍ଦାବସ୍ଥାର ପ୍ରଭାବ ଅନୁଭୂତ ହେଉଛି ବୋଲି ଏଥିରେ କୁହାଯାଇଛି। ଏଣୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଚାହିଦା ବୃଦ୍ଧି ଏବଂ ଘରୋଇ ନିବେଶ ବଢ଼ାଇବା ସର୍ବାଧିକ ପ୍ରାଥମିକତା ହେବା ଉଚିତ। ଏଥିପାଇଁ ବ୍ୟାଙ୍କ ଓ ଅଣବ୍ୟାଙ୍କ କ୍ଷେତ୍ରକୁ ଅଧିକ ଦୃଢ଼ିଭୂତ କରିବା ସହିତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ କରିବାକୁ ହେବ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଆର୍‌ବିଆଇର କଣ୍ଟିଜେନ୍ସି ଫଣ୍ଡ ପରିମାଣ ହ୍ରାସ ପାଇ ୧,୯୬,୩୪୪ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ଏହା ୨,୩୨,୧୦୮ କୋଟି ଟଙ୍କା ଥିଲା। ଅତିରିକ୍ତ ପାଣ୍ଠିରୁ ଆର୍‌ବିଆଇ ସରକାରଙ୍କୁ ୫୨,୦୦୦ କୋଟି ଟଙ୍କା ଦେବାକୁ ଯାଉଛି। ସେହିପରି ବଳକା ପାଣ୍ଠିରୁ କେନ୍ଦ୍ରୀୟ ବ୍ୟାଙ୍କ ୧.୨୩ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଦେବାକୁ ଘୋଷଣା କରିସାରିଛି। ରିପୋର୍ଟ ଅନୁଯାୟୀ ଆର୍‌ବିଆଇର ଘରୋଇ ସ୍ରୋତରୁ ଆୟ ଜୁନ୍‌ ୩୦ରେ ଶେଷ ହୋଇଥିବା ଅବଧିରେ ୧୩୨.୦୭ ପ୍ରତିଶତ ବଢ଼ି ୧,୧୮,-୭୮ କୋଟି ଟଙ୍କା ରହିଛି, ଯାହା କି, ପୂର୍ବବର୍ଷ ୫୦,୮୮୦ କୋଟି ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri