ଅର୍ଥନୀତିରେ ଆସନ୍ନ ଅପଚ୍ଛାୟା

ମାୟାଧର ନାୟକ

୨୦୦୮ ମସିହାର ଶେଷ ପର୍ଯ୍ୟାୟରେ ପ୍ରଚାରିତ ହେବାକୁ ଲାଗିଲା ଗୋଟାଏ ବିଶେଷ ବିସମ୍ବାଦ- ଅର୍ଥନୈତିକ ମାନ୍ଦାବସ୍ଥା। ଆମେରିକା କୁଆଡ଼େ ଦେବାଳିଆ ହେବାକୁ ବସିଲାଣି। ଆଉ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଏହାର ପ୍ରଭାବ ଓ ପ୍ରକୋପ ଭିତରେ ଭିତରେ ପଡ଼ି ସାରା ପୃଥିବୀ ବିଶେଷତଃ ଏସିଆ ମହାଦେଶର ରାଷ୍ଟ୍ରପୁଞ୍ଜର ଅର୍ଥନୈତିକ ଭିତ୍ତିଭୂମି ମୂଳପୋଛ ହେବାର ଭୟାବହ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଏବେ କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଛି। ବିଭିନ୍ନ ଦେଶରେ କଳକାରଖାନା ବନ୍ଦ ହୋଇଆସିଲାଣି କିମ୍ବା ଧକେଇ ଧକେଇ ଚାଲିଛି। ପ୍ରବାସୀ ଶ୍ରମିକମାନେ ଜୀବିକା କ୍ଷେତ୍ର ଛାଡ଼ି ଘରମୁହଁା ହୋଇଛନ୍ତି। ଚାଷକ୍ଷେତ୍ର ଉଜୁଡି ଗଲାଣି । ଏଣେ ପଙ୍ଗପାଳ ଭୟ। ଗାଁଗଣ୍ଡା, ସହରବଜାରରେ କାମଦାମ ନାହିଁ। ଚାରିଆଡ଼େ ଜୀବନଜୀବିକା ଉଚ୍ଛନ୍ନ। ଏଣେ ବିଶ୍ୱବ୍ୟାପୀ ଅର୍ଥନୈତିକ ମହାମାନ୍ଦାବସ୍ଥା ଆରମ୍ଭ ହୋଇଯାଇଛି ବୋଲି ଅର୍ଥନୈତିଜ୍ଞମାନେ କହିସାରିଲେଣି।
୧୯୨୯ ମସିହାର ମହାମାନ୍ଦାବସ୍ଥା ବେଳେ ଅର୍ଥନୀତିଜ୍ଞ କେନ୍‌ସ୍‌ଙ୍କ ତତ୍ତ୍ୱକୁ ପୁଞ୍ଜିବାଦୀ ରାଷ୍ଟ୍ରମାନେ କାର୍ଯ୍ୟକାରୀ କରିଥିଲେ। କେନ୍‌ସ୍‌ ତତ୍ତ୍ୱର ମୂଳଭିତ୍ତି ହେଲା, ମାନ୍ଦା କାଟିବା ପାଇଁ ସାମଗ୍ରିକ ଚାହିଦା ବଢ଼ାଇବାକୁ ହେବ। ଏହି ଚାହିଦା ସରକାର ବଢ଼ାଇବେ, ରାଜକୋଷରୁ ଅର୍ଥ ବ୍ୟୟ କରିବେ। ସରକାର ଅର୍ଥ ବ୍ୟୟ କଲେ ଲୋକଙ୍କ ହାତକୁ ଟଙ୍କା ଯିବ, ଟଙ୍କା ରହିଲେ ଲୋକେ ଜିନିଷପତ୍ର କିଣିବେ, ବିନିଯୋଗ ମଧ୍ୟ ବଢ଼ିବ। ଯେକୌଣସି ଭାବେ ଲୋକଙ୍କ ରୋଜଗାର ବଢ଼ାଇ ଲୋକଙ୍କ ପକେଟକୁ ଟଙ୍କା ଆସିବା ଦରକାର। ପ୍ରୟୋଜନରେ ମାଟି ଖୋଳି, ସେଇ ମାଟି ଗାତରେ ଭର୍ତ୍ତି କରିବା କାମ ବି ଆଗେ ଦରକାର। ଏବେ ୨୦୨୦ରେ ମାଟି ଖୋଳି ଗାତ ପୋତିବା ସମ୍ଭବ ନୁହେଁ। ବିଶ୍ୱର ଏହି ଆର୍ଥତ୍କ ମହାମାନ୍ଦାବସ୍ଥା କେତେ ମାସ ବା ବର୍ଷ ଲାଗିରହିବ ଏବେଠୁ କହିବା ସମ୍ଭବ ନୁହେଁ।
ଲୋକଙ୍କୁ ଏକ ଅନ୍ଧାରି ଦିଗଆଡ଼କୁ ଠେଲି ଦିଆଯାଉଛି। ମଣିଷ ଜାତିକୁ ଗୋଟାଏ ଘଷରା ଜୀବନ ବଞ୍ଚିବାକୁ ଅନୁପ୍ରେରିତ କରାଯାଉଛି। ସ୍ଥାଣୁ ଅର୍ଥନୀତିକୁ କିଛି ସମୟ ପାଇଁ ଚଳଚଞ୍ଚଳ କରି ରଖିବା ଉଦ୍ଦେଶ୍ୟରେ ପ୍ରବଳ ପ୍ରୟାସର ଏକ ପ୍ରାୟୋଜିତ ପର୍ଯ୍ୟାୟ ସବୁଦେଶର ସରକାରମାନେ ଆରମ୍ଭ କରୁଛନ୍ତି। ତଥାପି ସଙ୍କଟ ଜାଲରୁ କେହି ମୁକୁଳି ପାରୁନାହାନ୍ତି। ଭାରତର ସବୁକ୍ଷେତ୍ରରେ ବର୍ତ୍ତମାନ ଶ୍ରମିକ ସଂକଚୋନର ହୋହଲ୍ଲା ଆରମ୍ଭ ହୋଇଗଲାଣି। ରପ୍ତାନି ଆମଦାନୀ ‘ଠପ୍‌’ ହେବାକୁ ବସିଲାଣି। ଏସବୁ ଅବସ୍ଥା ଦେଖି ଭାରତୀୟ ପୁଞ୍ଜିପତିଙ୍କ ମନରେ କୋକୁଆଭୟ ଦେଖାଦେଲାଣି । ଜଗତୀକରଣ ଯୋଗୁ ବିଶ୍ୱ ଅର୍ଥନୀତି ଦେବାଳିଆ ଅବସ୍ଥାକୁ ଆସିଯାଇଛି। ସବୁଦେଶରେ ଜନଅସନ୍ତୋଷ ଆନ୍ଦୋଳନର ଆଭାସ ପାଇ ନେତାମାନେ ଯେତେ ଛାନିଆ ହୋଇଗଲେଣି, ସେମାନଙ୍କ ପ୍ରଭୁମାନେ ତା’ଠାରୁ ଆହୁରି ଅଧିକ ଛାନିଆ।
ଅର୍ଥନୀତିର ଗହୀରି କଥା, ସାଧାରଣ ଲୋକେ ବୁଝିପାରୁନାହାନ୍ତି। ପକେଟକୁ ଅର୍ଥ ନ ଆସିବାରୁ ସମସ୍ତଙ୍କ ଭିତରେ ଭାଳେଣି ପଡ଼ିଗଲାଣି। ବିଭିନ୍ନ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନରୁ ଶ୍ରମିକ ଛଟେଇ ହେଉଛନ୍ତି। ଏହା ସବୁଦିନେ ଖବରକାଗଜ, ରେଡିଓ, ଟିଭିରେ ଜୋରସୋର ପ୍ରଚାର ଚାଲିଛି । ଟ୍ରେଡ୍‌ ୟୁନିୟନମାନଙ୍କ ମୁଣ୍ଡରେ ବୁଦ୍ଧି ପଶୁନି। ପୁରୁଣା ଢଙ୍ଗରେ ଆନ୍ଦୋଳନ ଚାଲିଛି। ଶ୍ରମିକ ଆନ୍ଦୋଳନରେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନୂତନ ବିକଳ୍ପ ବାହାରିପାରିନି। ୟାଡ଼େ ସେମିତି ଦୃଢ ସଂଗଠନ ନାହିଁ, ଲୋକେ ପ୍ରଚଣ୍ଡ ସୁବିଧାବାଦୀ ହୋଇଯାଇଛନ୍ତି। ଏବେ ବିପଦ ସମସ୍ତଙ୍କ ଉପରେ ପଡ଼ିଛି।
ଜଗତୀକରଣ, ଉଦାରୀକରଣ, ଘରୋଇକରଣ, ବଜାର ଅର୍ଥନୀତିର ଲଗାମକୁ ପୁଞ୍ଜିପତିମାନଙ୍କ ହାତରେ ଛାଡ଼ି ଦିଆଗଲା। ସେମାନେ ସାରା ପୃଥିବୀର ସମ୍ପତ୍ତିକୁ ନିଜ ଅକ୍ତିଆରରେ ରଖିବାକୁ ପ୍ରବଳ ଲୋଭ କଲେ। ଉପଭୋକ୍ତା ଓ ଉତ୍ପାଦନବାଦକୁ ବିଜ୍ଞାପନ ମାଧ୍ୟମରେ ପ୍ରଚାର କଲେ। ପୁଞ୍ଜିପତିମାନେ ଉତ୍ପାଦିତ ଦ୍ରବ୍ୟକୁ ସପ୍ଲାଏ କରି ଯାହାକିଛି ଲୋକଙ୍କ ରକ୍ତ ଅର୍ଜିତ ସମ୍ପତ୍ତିକୁ ହାତେଇ ନେଲାପରେ ଅର୍ଥାଭାବରୁ ଡିମାଣ୍ଡ କମିଲା, ୟାଡେ ସପ୍ଲାଏ ବନ୍ଦ। ଉତ୍ପାଦନ ନ ହେଲେ କଳକାରଖାନା, ଖଣିଖାଦାନ ସବୁ ବନ୍ଦ। ଶ୍ରମିକ କର୍ମଚାରୀ କ୍ରିୟାଶୀଳତା ବନ୍ଦ। ବିଭିନ୍ନ ଦେଶ ଯେଉଁ ରପ୍ତାନି ଉତ୍ପାଦନ କରୁଥିଲେ ସେ ମଧ୍ୟ ବନ୍ଦ ହୋଇଯାଇଥିବାରୁ ତମାମ ବିଶ୍ୱରେ ପୁଞ୍ଜି ସଙ୍କଟ ସୃଷ୍ଟି ହୋଇଛି। ସମୟ ଆସୁଛି, ଆମେ ଯେମିତି କଷ୍ଟେମଷ୍ଟେ ଚଳୁଥିଲେ ସେମିତି ମଧ୍ୟ ଚଳିପାରିବା ସମ୍ଭବ ହେବନି।
ଏଇ ଆସନ୍ନ ବିପଦରୁ କୃଷି ହିଁ ଜୀବନ ବଞ୍ଚାଇପାରିବ। କିନ୍ତୁ କୃଷି ଭିତ୍ତିଭୂମିର ବିକାଶ ସେଭଳି ହୋଇପାରିନାହିଁ। ଏହା ପଛରେ ଅନେକ କାରଣ ରହିଛି। ଶିଳ୍ପବିପ୍ଳବ ପରେ ପରେ କୃଷି ଧୀରେ ଧୀରେ ଧ୍ୱଂସମୁଖୀ ହେଲା। କୃଷି କାର୍ଯ୍ୟକୁ ଲୋକେ ବେଶି ପସନ୍ଦ କଲେନି। କୃଷି-କୃଷକ ଅବହେଳିତ ହେଲେ। ଏବେ ଶିଳ୍ପରେ ମହାମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇଥିବାରୁ ଘରମୁହାଁ ଶ୍ରମଜୀବୀମାନେ କୃଷିକାର୍ଯ୍ୟକୁ ଆପଣାଇ ନେବା ହଠାତ୍‌ ସମ୍ଭବ ନୁହେଁ। ବଞ୍ଚିବା ପାଇଁ ପରିସ୍ଥିତିକୁ ଆପଣେଇ ନେଇ ସରକାରକୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜି ଅର୍ଥ ମୁକୁଳାଇ କୃଷି ଜଳସେଚନରେ ଖର୍ଚ୍ଚ କର। ଜଳସେଚନ ହେଲେ ଟାଙ୍ଗରା ଭୂଇଁ ପୁଣି ସବୁଜ ହୋଇଉଠିବ। ଏବେ ଏସିଆର କୃଷିକ୍ଷେତ୍ରଗୁଡିକ ଶୁଷ୍କ ପାଲଟିଛି। ସମୟ ଆସିଛି ଏସିଆର ସମାଜକୁ ବଞ୍ଚାଇବାକୁ ପଡିବ, ଅର୍ଥନୀତିରେ ଆସନ୍ନ ଅପଚ୍ଛାୟାକୁ ଦୂରେଇ ଦେବାକୁ ହେବ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?