ଅର୍ଥନୀତିକୁ ନେଇ ଟୁଇଟରରେ ଅର୍ଥମନ୍ତ୍ରୀ-ବାୟୋକନ ମୁଖ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୨୦-୯: ଦେଶର ଆର୍ଥିକ ପରିସ୍ଥିତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ବାୟୋକନ ଲିମିଟେଡ ମୁଖ୍ୟ କିରଣ ମଜୁମଦାର ସ’ ଗୁରୁବାର ଟୁଇଟରରେ ମୁହାଁମୁହିଁ ହୋଇଥିଲେ। ମିଡିଆ ଏହାକୁ ତର୍କ ବୋଲି ଉଲ୍ଲେଖ କରିଥିଲେ ସୁଦ୍ଧା କିରଣ ଏହାକୁ ଆଲୋଚନା ବୋଲି କହିଛନ୍ତି।
ବାସ୍ତବରେ ଇ-ସିଗାରେଟକୁ ନିଷେଧ କରାଯିବା ନେଇ କିରଣଙ୍କ ଏକ ଟୁଇଟ୍‌ରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଇ-ସିଗାରେଟ ବ୍ୟାନ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଘୋଷଣା କରିବାକୁ ନେଇ କିରଣ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଇ-ସିଗାରେଟ ବ୍ୟାନ୍‌ କରିବା ଘୋଷଣା ସ୍ବାସ୍ଥ୍ୟମନ୍ତ୍ରୀ କରିବା ଉଚିତ୍‌ ନ ଥିଲା କି ବୋଲି ଗୁରୁବାର ସକାଳେ ତାଙ୍କର ଟୁଇଟ୍‌ରେ ପ୍ରଶ୍ନ କରିଥିଲେ। ଗୁଟ୍‌ଖାକୁ ବ୍ୟାନ୍‌ କରିବା ଭଲ ହେବ ନାହିଁକି ବୋଲି ସେ ଆଉ ଏକ ପ୍ରଶ୍ନ ଦୋହରାଇଥିଲେ। ଅର୍ଥନୀତିକୁ ପୁନର୍ବାର ଠିକ୍‌ ରାସ୍ତାକୁ ଆଣିବା ଲାଗି ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ଘୋଷଣା କରିବା ଉଚିତ ହେବ ବୋଲି ସେ କହିଛନ୍ତି। ତେବେ ସାଧାରଣତଃ ଟୁଇଟରରେ ଏଭଳି ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖୁଥିତ୍ବା ସୀତାରାମନ୍‌ ବାୟୋକନ ମୁଖ୍ୟଙ୍କ ଟୁଇଟ୍‌ର ଜବାବ ଅତ୍ୟନ୍ତ ଶାଳୀନତାର ସହ ଦେଇଛନ୍ତି। ସେ ନିଜ ପ୍ରତିକ୍ରିୟାରେ କ୍ରମାଗତ ୩ ଟୁଇଟ୍‌ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ, ବାୟୋକନ ମୁଖ୍ୟ ଜାଣିରଖିବା ଉଚିତ ଯେ, ଇ-ସିଗାରେଟ ମାମଲାର ନିଷ୍ପତ୍ତି ନେଇଥିବା ମନ୍ତ୍ରିଗୋଷ୍ଠୀର ଅଧ୍ୟକ୍ଷ ଭାବେ ସେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ଖବରଦାତା ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ତାଙ୍କ ସହିତ ଥିଲେ। ସରକାରୀ ଖବରଦାତା ବୈଠକ ଆୟୋଜନ ବେଳେ ପ୍ରୋଟୋକଲ୍‌ ବା ନିୟମ ପାଳନ କରାଯାଇଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବିଦେଶ ଗସ୍ତରେ ରହିଛନ୍ତି। ସେ ତାଙ୍କର ଟୁଇଟ୍‌ରେ ଲେଖିଛନ୍ତି ଯେ, ଜଣେ ଅର୍ଥମନ୍ତ୍ରୀ ଭାବେ ସେ କାମ କରୁଛନ୍ତି। ଅର୍ଥନୀତିର ସ୍ଥିତି ସୁଧାରିବା ଲାଗି ସରକାର କି’ପ୍ରକାର ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ମଧ୍ୟ ନିୟମିତ ଭାବେ ଜଣାଉଛନ୍ତି। ସୂଚନାଥାଉ କି, ଅର୍ଥନୀତକୁ ସୁଧାରିବା ଉଦ୍ଦେଶ୍ୟରେ ସୀତାରାମନ୍‌ ନିକଟରେ ୩ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିସାରିଛନ୍ତି। ଏହାର ଉତ୍ତରରେ କିରଣ ଲେଖିଛନ୍ତି ଯେ, ଅର୍ଥମନ୍ତ୍ରୀ ପରିପକ୍ୱତାର ସହ ଉତ୍ତର ଦେଇଛନ୍ତି ଏବଂ ତାଙ୍କର ଭ୍ରମକୁ ଦୂର କରିଛନ୍ତି। ଏଥିପାଇଁ ତାଙ୍କୁ ଧନ୍ୟବାଦ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ...

ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା...

ଶୀଘ୍ର ଆସିବ ବାଧ୍ୟତାମୂଳକ ଇ-ଇନ୍‌ଭଏସିଂ

ମାଙ୍ଗାଲୋର,୨୪।୭: ଇ-ଇନଭଏସିଂ ସ୍କିମାକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ...

ଖବରକାଗଜ ଶିଳ୍ପକୁ ପ୍ୟାକେଜ୍‌ ଦିଅ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ...

୮ କୋର୍‌ ସେକ୍ଟର ଧିମା

ନୂଆଦିଲ୍ଲୀ,୧।୮: ଅର୍ଥନୀତି କ୍ଷେତ୍ରରେ ସରକାରଙ୍କୁ ଝଟକା ଲାଗିଛି। ବୁଧବାର ଜାରି ସରକାରୀ ତଥ୍ୟ ଅନୁଯାୟୀ, ୮ କୋର୍‌ ସେକ୍ଟର ଉଦ୍ୟୋଗ ଅଭିବୃଦ୍ଧି ହାର ଜୁନ୍‌ରେ ଧିମା...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୨%

ଭୁବନେଶ୍ୱର,୧-୧୦(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜୁଲାଇରେ ୩୧୯ ପଏଣ୍ଟ ଥିଲା। ଏହା ଅଗଷ୍ଟରେ ୧ ପଏଣ୍ଟ...

ଏଚ୍‌ସିଏଲ୍‌ ଦେବ ୧୫ ହଜାର ନିଯୁକ୍ତି

ନୂଆଦିଲ୍ଲୀ,୨୨।୭: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏଚ୍‌ସିଏଲ୍‌ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି ଦେବ। ଗତ ବର୍ଷ କମ୍ପାନୀ ୯ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ...

ଉତ୍କଳ ଅଟୋମୋବାଇଲ୍ସରେ ଏକ୍ସୟୁଭି ୭୦୦ ଶୁଭାରମ୍ଭ

ଭୁବନେଶ୍ୱର, ୯।୧୦ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ନୂଆ ଏକ୍ସୟୁଭି ୭୦୦ ମଡେଲ ସ୍ଥାନୀୟ ଉତ୍କଳ ଅଟୋମୋବାଇଲ୍ସ ଶୋ’ରୁମ୍‌ରେ ଶୁଭାରମ୍ଭ ହୋଇଛି। ଶୋ’ରୁମ୍‌ର ସ୍ବତ୍ୱାଧିକାରୀ ସୌନକ...

Advertisement
Archives

Model This Week