Posted inଜାତୀୟ

ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୨୪ା୪: ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ ହୋଇଛି। ଅର୍ଣ୍ଣବ ଓ ତାଙ୍କ ସ୍ତ୍ରୀ କାର୍‌ ଯୋଗେ ସେମାନଙ୍କର ଓ୍ବର୍ଲି ବାସଭବନକୁ ଫେରୁଥିବାବେଳେ ସ୍କୁଟରରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରି ତାଙ୍କ କାର ଉପରକୁ କାଳି ଫିଙ୍ଗିବା ସହ କାଚ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆକ୍ରମଣକାରୀ କଂଗ୍ରେସ ଦଳର ବୋଲି ସ୍ବୀକାର କରିଥିବା ଅର୍ଣ୍ଣବ କହିଛନ୍ତି।
ଜଣେ ବରିଷ୍ଠ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ନିନ୍ଦା କରିବା ସହ ଏହି ଘଟଣା ପାଇଁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସର୍ବସାଧାରଣରେ ଧମକ ଦେବା ପରେ ଏଭଳି ଆକ୍ରମଣରେ ସେ ମର୍ମାହତ ବୋଲି ନଡ୍ଡା କହିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) ଆକ୍ରମଣକୁ ନିନ୍ଦା କରିବା ସହ ମହାରାଷ୍ଟ୍ର ସରକାର ଏହା ଉପରେ ରିପୋର୍ଟ ଦିଅନ୍ତୁ ବୋଲି ଦାବି କରିଛି।
ଅନ୍ୟପକ୍ଷରେ ଏଆଇସିସି କୋଷାଧ୍ୟକ୍ଷ ଅହମ୍ମଦ ପଟେଲ କହିଛନ୍ତି, ପ୍ରଚାରବାଦୀମାନେ ଅଭିବ୍ୟକ୍ତି ସ୍ବାଧୀନତାକୁ ଦେଶ ବିଭାଜନ ଲାଗି ବିଷ ଭଳି ପ୍ରୟୋଗ କରୁଛନ୍ତି। ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଏହି ସ୍ବାଧୀନତାକୁ ନେଇ କେହି ଅସ୍ତ୍ର ଭାବେ ବ୍ୟବହାର କରିବା ଅନୁଚିତ। ଅର୍ଣ୍ଣବଙ୍କ ଉପରେ ଆକ୍ରମଣ ହୋଇଥିବାବେଳେ ସେ ଏଥିଲାଗି ସୋନିଆଙ୍କୁ ଦାୟୀ କରିଥିଲେ। ଅହମ୍ମଦ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କଂଗ୍ରେସ କେବେ ଏତେ ତଳକୁ ଖସେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୮,୭୦୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୧୩।୭: କନ୍ଦାଇଲାଣି କରୋନା। ବେଳକୁ ବେଳ ଏହା ସୁଅ ଭଳି ମାଡି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା...

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି: ସନ୍ଧ୍ୟା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ମତଦାନ

ପାଟନା,୭ା୧୧: ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ସା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ଭୋଟର ମତଦାନ କରିଥିବା...

ଦୁର୍ନୀତି ବିରୋଧରେ ଲଢ଼େଇ :୧୫୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୩୧ା୮: ଦୁର୍ନୀତି ବିରୋଧରେ ସରକାର ଲଢ଼େଇ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ସରକାରୀ ବିଭାଗରେ ସିବିଆଇ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ବେଙ୍ଗାଲୁରୁରେ ‘ମଙ୍କିପକ୍ସ’ ନେଇ ଗାଇଡ୍‌ଲାଇନ ଜାରି: ଆଇସୋଲେଶନରେ ରହିବେ ୨୧ ଦିନ

ବେଙ୍ଗାଲୁରୁ,୨।୮: ଦେଶରେ‘ମଙ୍କିପକ୍ସ’ମାମଲା ବୃଦ୍ଧି ପାଇବା ପରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ମଙ୍ଗଳବାର ଏକ ଗାଇଡ୍‌ଲାଇନ ଜାରି ହୋଇଛି। ବିମାନବନ୍ଦର ଏବଂ ରେଳ ଷ୍ଟେଶନରେ ଯାତ୍ରାଙ୍କୁ କଡ଼ାକଡି...

ମୁସଲମାନଙ୍କୁ ସରକାରୀ ଚାକିରି ମିଳିବା ନେଇ ପ୍ରତିକ୍ରିୟା ରଖିଲେ ଏଆଇୟୁଡିଏଫ୍‌ ଅଧ୍ୟକ୍ଷ

ଗୁଆହାଟି,୨୯।୧୦: କିଛି ଦିନ ପୂର୍ବରୁ ଆସାମ ସରକାର ସରକାରୀ ଚାକିରି ନେଇ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ...

ରାଜନୀତି ଛାଡ଼ିବେ ୟେଦୁରପ୍ପା

ବେଙ୍ଗାଲୁରୁ,୨୩ା୭: କର୍ନାଟକର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା(୭୯) ସକ୍ରିୟ ରାଜନୀତି ଛାଡ଼ିବା ନେଇ ଶୁକ୍ରବାର ସଙ୍କେତ ଦେଇଛନ୍ତି। ସେ ତାଙ୍କ...

ଲାଲୁଙ୍କୁ ଜାମିନ

ପାଟନା,୧୭।୪: ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶନିବାର ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ...

ରାମ ନବମୀରେ ପଥରମାଡ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୧୧।୪: ପବିତ୍ର ରାମ ନବମୀ ଅବସରରେ ମଧ୍ୟପ୍ରଦେଶର ଖରଗୋନରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସୋମବାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ହିଂସା ଘଟାଇଥିବା ଅଭିଯୁକ୍ତଙ୍କ...

Advertisement
Archives

Model This Week