ଅମିତାଭଙ୍କ ଅନୁରୋଧରେ ହିନ୍ଦୀ ଫିଲ୍ମ ଦେଖିଥିଲେ ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କର ୬୯ ତମ ଜନ୍ମ ଦିନ ପାଳନ କରୁଥିବା ବେଳେ ସବୁଆଡୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ବଲିଉଡ୍‌ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛି। ଏହି କ୍ରମରେ ମୋଦିଙ୍କ ବଲିଉଡ୍‌ ସହ ଥିବା ସମ୍ପର୍କ କଥା ଯଦି ଆଲୋଚନା କରାଯାଏ ତେବେ ନିକଟରେ ଏକ ସାକ୍ଷାତ୍‌କାରରୁ ଏହା ଜଣାପଡିଥିଲା। କିଛିଦିନ ପୂର୍ବେ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମୋଦିଙ୍କ ସହ ଏକ ସାକ୍ଷାତ୍‌କାରରେ ତାଙ୍କୁ ପଚାରିଥିଲେ ଯେ ସେ ବଲିଉଡ୍‌ ମୁଭି ଦେଖନ୍ତି ନା ନାହିଁ। ହେଲେ ଉତ୍ତରରେ ମୋଦି କହିଥିଲେ ଏବେ ତାଙ୍କୁ ସମୟର ଅଭାବ ଯୋଗୁ ସେ ସିନେମା ଦେଖି ପାରୁ ନାହାଁନ୍ତି। ଶେଷଥର ପାଇଁ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ତାଙ୍କୁ ନିଜ ଅଭିନୀତ ମୁଭି ‘ପା’ ଦେଖିବା ପାଇଁ ଅନୁରୋଧ କରିଥିଲେ ବୋଲି ସେ କହିଥିଲେ। ସେମିତି ଅନୁପମ ଖେରଙ୍କ ସହ ମୋଦି ‘ଏ ଓ୍ବେଡନେଶଡେ’ ମଧ୍ୟ ଦେଖିବାକୁ ଯାଇଥିବା କହିଥିଲେ। ଅନ୍ୟପଟେ ଅକ୍ଷୟ ଯେତେବେଳେ ତାଙ୍କୁ ପଚାରିଥିଲେ କେଉଁ ହିନ୍ଦୀ ଗୀତ ତାଙ୍କୁ ଗୁଣୁଗୁଣେଇବାକୁ ଭଲଲାଗେ ସେଥିରେ ସେ ୧୯୬୧ ମସିହାରେ ଲତା ମଙ୍ଗେସକର ଗାଇଥିବା ୨ଟି ଗୀତ ବିଷୟରେ କହିଥିଲେ। ତେଣୁ ଏଥିରୁ ଅନୁମାନ କରାଯାଇ ପାରେ ଯେ ମୋଦିଙ୍କର ମନୋରଞ୍ଜନ ଦୁନିଆ ପ୍ରତି ଏତେଟା ଆକର୍ଷଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହନିମୁନରେ ଯିବେନି

ବମ୍ବେ: ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ହାତ ଧରିବେ ସେ। ବିବାହ...

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ର ଅଧିକାଂଶ ଅଭିନେତ୍ରୀ ବାସ୍ତବରେ ସୁନ୍ଦରୀ ହୋଇଥିବା ବେଳେ ଆଉ କିଛି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ଜାଣନ୍ତୁ ଏହି...

ଗୀତିକାର ମାୟା ଗୋବିନ୍ଦଙ୍କର ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ଗୀତିକାର ମାୟା ଗୋବିନ୍ଦଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ସେ ତାଙ୍କ ପୁଅ ଅଜୟଙ୍କ...

ଆଶ୍ୱସ୍ତ ହେଲେ ନୋରା

ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ଥାନ୍ତି ଅଭିନେତ୍ରୀ ନୋରା ଫତେହୀ। ହେଲେ ଶୁକ୍ରବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ ହୋଇଯାଇଥିଲା। କ’ଣ ପାଇଁ ଏପରି...

‘ଇଶ୍କ ମୈ ଫିର୍‌ ମରଜାଓ୍ବା’ ପାଇଁ ୧୦ କେଜିର ଲେହେଙ୍ଗା ପିନ୍ଧି ସମୁଦ୍ରରେ ଶୁଟିଂ କଲେ ହେଲୀ

‘ୟେ ରିସ୍ତା ହୈ ଫ୍ୟାର କେ’ ଏବଂ ‘ଲାଲ ଇଶ୍କ’ପରି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ଚର୍ଚ୍ଚିତ...

ଅଭୟ-୨ ଓ୍ବେବସିରିଜ୍‌ରେ ରାମ କପୁରଙ୍କ ଭୟଙ୍କର ରୂପ

ମୁମ୍ବାଇ: ଜି-୫ ସାଇକ୍ଲୋଜିକାଲ ଥ୍ରିଲର ଅଭୟର ଦ୍ୱିତୀୟ ଭାଗ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଓ୍ବେବସିରିଜ୍‌ର ପ୍ରୋମୋ ମଧ୍ୟ ରିଲିଜ୍‌ ହୋଇସାରିଛି। ଚଳିତ ଥର...

ହୃଦୟର ଯନ୍ତ୍ରଣା ପ୍ରକାଶ କଲେ ସୋନୁ ସୁଦ୍‌

ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ପ୍ରତ୍ୟେକ କୋଣରୁ ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବା...

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟା ହୋଇଥିଲେ ବିଶ୍ୱସୁନ୍ଦରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କେବଳ ସୁନ୍ଦର ଚେହେରାକୁ ନେଇ ନୁହେଁ, ଭଲ ହୃଦୟ ଏବଂ ବ୍ୟବହାରକୁ ନେଇ ଏକ ସ୍ବତନ୍ତ୍ର ପରିଚୟ...

Advertisement
Archives

Model This Week