Posted inଜାତୀୟ

ଅମର୍ତ୍ତ୍ୟ ସେନ୍‌ଙ୍କୁ ଭାଜପାର ସମାଲୋଚନା

କୋଲକାତା,୭ା୭: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ‘ଜୟ ଶ୍ରୀରାମ’ ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ, ଏହା ଲୋକଙ୍କୁ ପିଟିବା ଲାଗି ଉଦ୍ଦିଷ୍ଟ ବୋଲି କହିବା ପରେ ଏହାକୁ ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଦିଲୀପ ଘୋଷ କହିଛନ୍ତି ଯେ, ତାଙ୍କର ପଶ୍ଚିମବଙ୍ଗ ସଂସ୍କୃତି ସମ୍ପର୍କରେ କୌଣସି ଧାରଣା ନାହିଁ କି ରାଜ୍ୟବାସୀ ଏନେଇ ସହମତ ନୁହନ୍ତି। ପଶ୍ଚିମବଙ୍ଗର ପ୍ରତ୍ୟେକ ଗ୍ରାମରେ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରାଯାଉଛି। ଭାଜପାକୁ ଭୋଟ ଦେଇ ରାଜ୍ୟବାସୀ ସେମାନଙ୍କ ମତ ଦେଇସାରିଛନ୍ତି ବୋଲି ଘୋଷ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଯାଦବପୁର ବିଶ୍ୱବିଦ୍ୟାଳୟ ଜନସମାବେଶକୁ ଉଦ୍‌ବୋଧନ ଦେଇ ଅମର୍ତ୍ତ୍ୟ ସେନ୍‌ ଏଭଳି ମତ ରଖିଥିଲେ। ଏମିତିକି ପଶ୍ଚିମବଙ୍ଗରେ ରାମନବମୀ ପୂର୍ବରୁ ପାଳନ କରାଯିବା ସେ ଶୁଣିନାହାନ୍ତି ବୋଲି ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ, ୨୨ା୭:ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ୨୦୫୦ ସୁଦ୍ଧା ଦ୍ୱିଗୁଣିତ ହେବ। ତେଣୁ ଦେଶରେ ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ଯୋଜନାଗୁଡ଼ିକରେ ଅଧିକ ନିବେଶ...

ରଜୌରୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ପଣ୍ଡ କଲା ସେନା, ଏନକାଉଣ୍ଟର ଜାରି

ନୂଆଦିଲ୍ଲୀ,୨୨ା୭: ଜମ୍ମୁ କଶ୍ମୀରର ରଜୌରୀ ଠାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦେଇଛି ସେନା। ସେବେଠାରୁ ଆତଙ୍କବାଦୀ ଏବଂ...

ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକା ନେବ ବିଜେଡି: ସସ୍ମିତ

ନୂଆଦିଲ୍ଲୀ,୨୨ା୭:ବିଜୁ ଜନତା ଦଳ (ବିଜେଡି) ପାର୍ଲାମେଣ୍ଟର ଉଚ୍ଚ ସଦନ ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନିଭାଇବ। ବିଜେଡିର ରାଜ୍ୟ ସଭା ନେତା ସସ୍ମିତ...

ଏନ୍‌ଇଇଟି-ୟୁଜି ଶୁଣାଣି ଆଜି

ନୂଆଦିଲ୍ଲୀ,୨୨ା୭:ବିବାଦ ଘେରରେ ଛନ୍ଦିହୋଇଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ଅନିୟମିତତାକୁ ନେଇ ଦାଏର ୪୦ରୁ ଊର୍ଦ୍ଧ୍ୱ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ...

ମୋଦି ସରକାରଙ୍କ ପତନ ଖୁବ୍‌ଶୀଘ୍ର

କୋଲକାତା,୨୨ା୭:ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଳ୍ପାୟୁ। ସଂଖ୍ୟାବଳ ନ ଥାଇ ଏଣୁତେଣୁ କରି କ୍ଷମତାସୀନ ହୋଇଥିବା ଏହି ସରକାର ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି...

ଆଜିଠୁ ବଜେଟ ଅଧିବେଶନ: ଏନ୍‌ଇଇଟିି, ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ଉଠାଇବେ ବିରୋଧୀ

ନୂଆଦିଲ୍ଲୀ,୨୨ା୭: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଆରମ୍ଭ ହେବ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିବ।...

ପୋଲାଭରମ୍‌: କେନ୍ଦ୍ରକୁ ୧୨ ହଜାର କୋଟି ମାଗିଲେ ଚନ୍ଦ୍ରବାବୁ

ଅମରାବତି,୨୨ା୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୋଲାଭରମ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ୧୨ ହଜାର କୋଟି ଟଙ୍କା ମାଗିଛନ୍ତି। ମଙ୍ଗଳବାର ସଂସଦରେ ୨୦୨୪-୨୫...

୧୦ ଆସନରେ ଊପ ନିର୍ବାଚନ, ଇଣ୍ଡିଆ-ଏନଡିଏ ମଧ୍ୟରେ କଡା ମୁକାବିଲା

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶରେ ୧୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ ଯୋଗୁଁ ସମାଜବାଦୀ ପାର୍ଟି-କଂଗ୍ରେସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri