ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍‌ନେମ୍‌ର ଲୋକେ

ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ। କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସରନେମ ବା ସାଜ୍ଞା। ପ୍ରାୟ ୭ଶହ ଲୋକ ଏହି ଗାଁରେ ରହୁଥିବା ବେଳେ ସମସ୍ତଙ୍କ ସର୍‌ନେମ୍‌ ‘ଚରବାଡିଆ’। କୁହାଯାଏ ଯିଏ ବି ଏହି ଗାଁରେ ରହିବାକୁ ଇଚ୍ଛା କରନ୍ତି ସମସ୍ତେ ‘ଚରବାଡିଆ’ ସର୍‌ନେମ୍‌ ରଖିବାକୁ ବାଧ୍ୟ। କାରଣ ଗାଁ ଲୋକଙ୍କ ମତରେ କିଛିବର୍ଷ ପୂବେ ଏଠାରେ ଭିନ୍ନ ସର୍‌ନେମ୍‌ରେ ଗୋଟିଏ ପରିବାର ରହୁଥିଲେ। ହେଲେ ସମୟକ୍ରମେ ସେମାରେ ରୋଗଗ୍ରସ୍ତ ହେବାରୁ ବାଧ୍ୟ ହୋଇ ଗାଁ ଛାଡି ଚାଲି ଯାଇଥିଲେ। ମୋରବି ଜିଲାର ବାଙ୍କାନେରଠାରୁ ୧୩ କିଲୋମିଟର ଦୂର ‘ଚରବାଡିଆ’ ଲୋକଙ୍କ ବୋକାଡତମ୍ବା ଗାଁ ରହିଛି। ଗତ ପ୍ରାୟ ଶହେ ବର୍ଷ ହେବ ଏଠାରେ ଗୋଟିଏ ସର୍‌ନେମ୍‌ର ଲୋକେ ରହି ଆସୁଛନ୍ତି। ‘ଚରବାଡିଆ’ ସର୍‌ନେମ୍‌ ନ ରଖୁଥିବା ଲୋକଙ୍କୁ ଏହି ଗାଁକୁ ଆସିବାକୁ ବାରଣ କରାଯାଇଥାଏ। ଗାଁର ଜଣେ ବୟସ୍କ ବ୍ୟକ୍ତି ଘନଶ୍ୟାମ ମହାରାଜ କୁହନ୍ତି ଏହା ହେଉଛି ଏକ ଅଭିଶପ୍ତ ଗାଁ। ଏଠାରେ ଲୋକେ ସର୍‌ନେମ୍‌ ‘ଚରବାଡିଆ’ ନ ରଖିଲେ ଗାଁକୁ ବିପଦ ପଡିଥାଏ। ଅନ୍ୟଜଣେ ୮୫ ବର୍ଷୀୟ ମଙ୍ଗବପା ଚରବାଡିଆ କୁହନ୍ତି, ହଜାରେ ବର୍ଷ ପୂର୍ବେ ବାଙ୍କାନେରର ଶାସକ ୪ଜଣ ଭାଇଙ୍କୁ ଏହି ଗାଁରେ ରଖିଥିଲେ। ଆଉ ସେବେଠାରୁ ଏହି ଗାଁରେ କେବଳ ସେହି ୪ ଭାଇଙ୍କର ବଂଶଜମାନେ ରହୁଥିବାରୁ ସମସ୍ତଙ୍କର ଗୋଟିଏ ସର୍‌ନେମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୯।୧୧: ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ...

କ୍ରୁଜ ଡ୍ରଗ୍ସ ମାମାଲା: ନୱାବଙ୍କ ଚିଠା ଖୋଲିବେ ଅରାଫତ

ମୁ୍‌ମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏବେ ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହାଜି ଅରାଫତ...

ଇପିଏସ୍‌ ବନାମ ଷ୍ଟାଲିନ

ଚେନ୍ନାଇ/ନୂଆଦିଲ୍ଲୀ,୨ା୪:ତାମିଲନାଡୁରେ କ୍ଷମତା ଦଖଲ ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରସ୍ତୁତ। ଜଣେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ କ୍ରମଶଃ ରାଜନୀତିର ପାଠ ପଢ଼ିଛନ୍ତି। ଜଣେ ଚାଷୀ...

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା...

ଦୁଇଟି ଗାଡ଼ିରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଶୁକ୍ରବାର ସକାଳେ ବୋନିଗମ ଗଁ। ନିକଟରେ ଦୁଇଟି ଗାଡିରେ କିଛି ଆତଙ୍କବାଦୀ ନିଆଁ ଲଗାଇଦେଇଛନ୍ତି। ନିଆଁ...

‘ପ୍ରତିିଶ୍ରୁତି ଦେଉଛି ଭାଜପା, ଟିଏମ୍‌ସି- ବିଜେଡି ଏମ୍‌ପିଙ୍କୁ ଫୋନ୍‌ କରିବି ନାହିଁ’

ନୂଆଦିଲ୍ଲୀ,୨୬।୭: ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭା ମଙ୍ଗଳବାର ଏକ ଟୁଇଟ କରିଛନ୍ତି। ଉକ୍ତ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ...

୮ ଘଣ୍ଟାର ପରିଶ୍ରମ ବେକାର: ୩୦୦ ଫୁଟ ବୋରଓ୍ବେଲ୍‌ରୁ ଉଦ୍ଧାର ଶିଶୁର ଚାଲିଗଲା ଜୀବନ

ଅମୃତସର,୨୨ା୫: ପଞ୍ଜାବର ହୋଶିଆରପୁର ଜିଲା ଗାଡ଼ିୱାଲା ଅଞ୍ଚଳର ବାଇରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଜଣେ ୬...

ଜଗନ୍ନାଥ ମିଶ୍ରଙ୍କ ପରଲୋକରେ ୩ ଦିନ ଶୋକ ଘୋଷଣା କଲେ ନୀତୀଶ

ପାଟନା,୧୯।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହାସହ ରାଜ୍ୟରେ ୩ ଦିନିଆ ଶୋକ...

Advertisement
Archives

Model This Week