ଅଭିଯୋଗ ଶୁଣିବ ଜନଶୁଣାଣି ପୋର୍ଟାଲ

ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): କୌଣସି କାର୍ଯ୍ୟାଳୟକୁ ନ ଯାଇ ହାତପାଆନ୍ତାରେ ମିଳିବ ସେବା। ଲୋକମାନେ ଡିଜିଟାଲ ପ୍ଲାଟ୍‌ଫର୍ମରେ ନିଜର ଅଭିଯୋଗ ଦାଖଲ କରିପାରିବେ। ପୁରାତନ ପୁସ୍ତକ, ବିରଳ ସାହିତ୍ୟକୃତି ବିଷୟରେ ଜାଣିପାରିବେ। ଏସବୁ ଉପଲବ୍ଧ ହେବ ଡିଜିଟାଲ ଫର୍ମାଟ୍‌ରେ। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭର୍ଚୁଆଲ ମୋଡ୍‌ରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଜନଶୁଣାଣି ପୋର୍ଟାଲ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଆ ଭର୍ଚୁଆଲ ଏକାଡେମୀ ପୋର୍ଟାଲର ଲୋକାର୍ପଣ କରିଛନ୍ତି। ଏହି ଦୁଇ ଓ୍ବେବ୍‌ ପୋର୍ଟାଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଟେକ୍ନୋଲୋଜି ହେଉଛି ମୁଖ୍ୟ ଆଧାର। ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଲୋକଙ୍କ ପାଖରେ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି। ଏହି ନୂତନ ପୋର୍ଟାଲ ଦ୍ବାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିପାରିବେ। ଏହାର ପ୍ରତିକାର ଲାଗି ସମ୍ପୃକ୍ତ ବିଭାଗ ତ୍ୱରିତ ପଦକ୍ଷେପ ନେବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଏଭଳି ବ୍ୟବସ୍ଥା କରାଯାଇଛି। ଏଥିଲାଗି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରଶଂସାର ହକ୍‌ଦାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଜନଶୁଣାଣି ପୋର୍ଟାଲ ଜରିଆରେ ଯେକୌଣସି ସ୍ଥାନରୁ ଯେ କୌଣସି ସମୟରେ ଅନ୍‌ଲାଇନ୍‌ରେ ଅଭିଯୋଗ ଦାଖଲ କରାଯାଇପାରିବ। ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ନିଜର ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ। ସେମାନଙ୍କୁ ଏସ୍‌ଏମ୍‌ଏସ୍‌, ହ୍ବାଟ୍ସଆପ୍‌ ଜରିଆରେ ଅଭିଯୋଗର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯିବ।
ସେହିପରି ୨୦୧୮ ଅକ୍ଟୋବର ୨୬ରେ ଓଡ଼ିଆ ଭର୍ଚୁଆଲ ଏକାଡେମୀ କାର୍ଯ୍ୟକ୍ଷମ ହୋଇଥିଲା। ଏହାକୁ ଲୋକାଭିମୁଖୀ କରିବା ଲାଗି ଓଡ଼ିଆ ଭର୍ଚୁଆଲ ଏକାଡେମୀ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଅଦ୍ୟାବଧି ଏଥିରେ ୨୭୦୦ ବିରଳ ପୁସ୍ତକକୁ ୟୁନିକୋଡ୍‌ ଫର୍ମାଟରେ ଡିଜିଟାଇଜ୍‌ କରାଯାଇ ସ୍ଥାନିତ କରାଯାଇଛି। ଏଥିସହ ୧୦ ହଜାର ପୁସ୍ତକର ପିଡିଏଫ୍‌ ପ୍ରତିଲିପିକୁ ସଂରକ୍ଷିତ କରିବା ଲାଗି ପ୍ରକ୍ରିୟା ଜାରି ରହିଛି। ପଞ୍ଚଦଶ ଶତାବ୍ଦୀରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶିଷ୍ଟ କବି, କଥାକାର, ଭାଷାବିତ୍‌ ଓ ଗବେଷକଙ୍କ ସର୍ବଶ୍ରେଷ୍ଠ କୃତି ସମେତ ଓଡ଼ିଶା ଜନଜାତି ଶବ୍ଦକୋଷ, ପ୍ରଶାସନିକ ଶବ୍ଦକୋଷ, ଆନିମେଶନ ମାଧ୍ୟମରେ ଅଭିନବ ବର୍ଣ୍ଣବୋଧ, ଅବିଭକ୍ତ ୧୩ ଜିଲାର ରାଜପତ୍ର ମଧ୍ୟ ପୋର୍ଟାଲରେ ସ୍ଥାନ ପାଇଛି। ଅପ୍ରକାଶିତ, ବିଲୁପ୍ତପ୍ରାୟ ଦୁର୍ଲଭ ପୁସ୍ତକ, ପାଞ୍ଜିଗୁଡିକୁ ୱେବସାଇଟରେ ସ୍ଥାନିତ କରି ପୋର୍ଟାଲକୁ ସମୃଦ୍ଧ କରିବାପାଇଁ ପ୍ରୟାସ ଜାରି ରହିଛି ।
ଆଲୋଚନାରେ ଅଂଶଗ୍ରହଣ କରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ, ମୁଖ୍ୟମନ୍ତ୍ରୀ ଜନଶୁଣାଣି ୱେବ୍‌ ପୋର୍ଟାଲ ଲୋକଙ୍କୁ ସୁବିଧାରେ ସେବା ଯୋଗାଇଦେବ। ଓଡ଼ିଆ ଭର୍ଚୁଆଲ ଏକାଡେମୀର ନୂତନ ପୋର୍ଟାଲ ଓଡ଼ିଆ ଭାଷାକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବ। ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାୟକୁ ନେଇ ସନୁଷ୍ଟ ନୁହଁନ୍ତି ସୁମିତ, ହାଇକୋର୍ଟ ଯିବେ

ବ୍ରହ୍ମପୁର ଅଫିସ,୪।୧: ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ। ତପସ୍ବିନୀ ଦାଶ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାହ ବିବାଦ ମାମଲାରେ ଜିଲା ଜଜ୍‌ କୋର୍ଟ...

ଏତେଦିନ ପରେ କିଏ ଫଟୋ ଛାଡ଼ିଲା ତଦନ୍ତ ହେଉ: ବିରୋଧୀ

ଭୁବନେଶ୍ବର,୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାର ୨୩ ଦିନ ପରେ ଗୋପାଳ କେମିତି ମାରିଲା ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ...

ସାମାଜିକ ବାସନ୍ଦ ବିରୋଧରେ ଦୃଢ଼ ହେଲେ ପ୍ରମିଳା

ଗୁଡ଼ଭେଲା, ୩।୧ (ଡ଼ି.ଏନ.ଏ.): ବାପାଙ୍କ ମୃତଦେହ ଘରେ ୨ ଦିନ ହେଲା ପଡ଼ିଥିଲା। ମୁଣ୍ଡପିଟି କାନ୍ଦୁଥିଲେ ପରିବାର ଲୋକେ। ଶୋକରେ କାହାର ପାଟି ଫିଟୁ ନ...

‘୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ’ : ଆଉ ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଆସିଲା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ବୋଲି ସୋମବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୧୮...

କପ୍ତିପଦା ତହସିଲ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୭ା୧(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ପକ୍ଷରୁ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର...

ଆଜିଠୁ ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜ୍ୟରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତା ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଗତବର୍ଷ ଡିସେମ୍ବର ଶେଷସୁଦ୍ଧା ଉଭୟ ବରିଷ୍ଠ...

ଟ୍ରାଫିକ ନିୟମ ଭାଙ୍ଗିଲେ ନାବାଳକ: ୬ହଜାର ଜରିମାନା ଦେଲେ ବାପା

କଟକ ଅଫିସ,୨।୧୨:  ପୁଣି ଥରେ ଆରମ୍ଭ ହୋଇଛି ସଂଶୋଧିତ ମୋଟର ଯାନ ଆଇନର ୧୦ଟି ନିୟମ। ଏ ନେଇ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଛି।...

ପୂରଣ ହେଉନି ଉଦ୍ଦେଶ୍ୟ: ରାସ୍ତାକଡ଼ରେ ଗଡୁଛି ଚେକ୍‌ପୋଷ୍ଟ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ଥାନା, ଫାଣ୍ଡିକୁ ମିଳିଥିବା ପୋଲିସ ଚେକ୍‌ପୋଷ୍ଟ ବ୍ୟବହାରରେ ଆସୁନାହିଁ। ଚେକ୍‌ପୋଷ୍ଟଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ...

Advertisement
Archives

Model This Week