ଅବ୍ୟବସ୍ଥା ଘେରରେ ବ୍ରିଟିଶ୍‌ ଅମଳର ହାଟ: ହେଉଛି ଶୁଳ୍କ ଆଦାୟ, ହେଉନି ବିକାଶ

ଛେଣ୍ଡିପଦା,୧୧।୮ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ବ୍ରିଟିଶ ଅମଳର ବାଗଡ଼ିଆ ହାଟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଏହା ଥିଲେ ବି କ୍ରମାଗତ ଅବହେଳା କାରଣରୁ ଏହା ଧୀରେ ଧୀରେ ସ୍ଥାଣୁ ପାଲଟିବାରେ ଲାଗିଛି। ପ୍ରତ୍ୟେକ ସପ୍ତାହର ସୋମବାର ବସୁଥିବା ଏହି ହାଟରୁ ଶୁଳ୍କ ଆଦାୟ ବ୍ୟତୀତ ବିକାଶ ଦିଗରେ ନିୟନ୍ତ୍ରିତ ବଜାର କମିଟି କୌଣସି କାର୍ଯ୍ୟ କରୁ ନ ଥିବା ଅଭିଯୋଗ ହେଉଛି।
ଏହି ହାଟରେ ପନିପରିବା ସହ ଦାନ୍ତ କାଠି, ଶାଳପତ୍ରଠାରୁ ଆରମ୍ଭ କରି କୃଷି ଉପକରଣ ଯାଏ ବିକ୍ରିବଟା ହୋଇଥାଏ। ସେଥିପାଇଁ ଛେଣ୍ଡିପଦା ସହ ତାଳଚେର, ଢେଙ୍କାନାଳ, ଅନୁଗୋଳ, ଏନ୍‌ଟିପିସି ଆଦି ଅଞ୍ଚଳରୁ ବ୍ୟବସାୟୀମାନେ ଏଠାକୁ ଆସିଥାନ୍ତି। ଆଖପାଖ ଅଞ୍ଚଳର ବହୁ ମହିଳା ମଧ୍ୟ ବାଡ଼ି ପରିବା, ଚାରା, ହାତ ତିଆରି ବାଉଁଶ ସାମଗ୍ରୀ ବିକି ବେଶ୍‌ ଅର୍ଥ ରୋଜଗାର କରନ୍ତି। ହେଲେ ବିଟ୍ରିଶ ଅମଳର ଏହି ହାଟର ବିଭିନ୍ନ ସମସ୍ୟା ଥିଲେ ବି ତାହା ଦୂର କରିବା ଦିଗରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରି କି ଏହି ହାଟ ଜାଗାକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି କବ୍‌ଜା କରି ରଖିଥିବାରୁ ବ୍ୟବସାୟୀମାନେ ବସିବାକୁ ଜାଗା ପାଉନାହାନ୍ତି। ସେହିପରି ପୂର୍ବରୁ ନିର୍ମାଣ କରାଯାଇଥିବା ପିଣ୍ଡି ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଯାଇଥିବାରୁ ରାସ୍ତା ପାର୍ଶ୍ୱରେ ବ୍ୟବସାୟ ଚାଲିଛି। ଦୂରଦୂରାନ୍ତରୁ ଆସୁଥିବା ଚାଷୀ, ବ୍ୟବସାୟୀଙ୍କ ସୁବିଧା ନିମନ୍ତେ ହାଟପଦାରେ ନିର୍ମାଣ ହୋଇଥିବା ଗୋଦାମ ଗୃହକୁ କବ୍‌ଜାରେ ରଖାଯାଇଥିବାରୁ ତାହା କାମରେ ଲାଗୁନି। ଏଠାରେ ପିଇବା ପାଣିର ସୁବିଧା ପାଇଁ ଏକମାତ୍ର ନଳକୂଅ ଥିବା ବେଳେ ଶୌଚାଳୟର ବ୍ୟବସ୍ଥା ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ବାଗଡିଆର ଅଲେଖ ଦେହୁରୀ କହିଛନ୍ତି, ହାଟ ଜାଗା ଜବରଦଖଲ ହୋଇଥିବାରୁ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି। ତେଣୁ ଜବର ଦଖଲକୁ ତୁରନ୍ତ ହଟାଯିବା ଦରକାର। ବ୍ୟବସାୟୀ ନରୋତ୍ତମ ସାହୁ କହିଛନ୍ତି, ଏହି ହାଟରୁ ବ୍ୟବସାୟୀମାନେ ଭଲ ରୋଜଗାର ପାଉଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ବାଡ଼ି ପରିବା ବିକି ଲାଭବାନ ହେଉଛନ୍ତି। ତେଣୁ ଯାହା ସମସ୍ୟା ଅଛି ତାହାର ସମାଧାନ କରାଯାଉ। ମାନସ ସାହୁ କହିଛନ୍ତି, ହାଟ ପିଣ୍ଡି ଭାଙ୍ଗିରୁଜି ଯିବା ପରେ ବସିବା ପାଇଁ ବ୍ୟବସାୟୀଙ୍କୁ ଜାଗା ମିଳୁନି। ବର୍ଷା ହେଲେ ସେମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ମହିଳା ବ୍ୟବସାୟୀ ମନ୍ଦୋଦରୀ ପେଣ୍ଠୋଇ କହିଛନ୍ତି, ଘରେ ଘରେ ଶୌଚାଳୟ ନିର୍ମାଣ ପାଇଁ ନାରା ଦିଆଯାଉଥିବା ବେଳେ ପୁରୁଷଙ୍କ ଅପେକ୍ଷା ହାଟ କରିବାକୁ ଆସୁଥିବା ତିନିଗୁଣ ମହିଳାଙ୍କ ପାଇଁ ଶୌଚାଳୟର ସୁବିଧା ନାହିଁ। ଝଗୁଡୁ ବେହେରା କହିଛନ୍ତି, ଏହି ପୁରାତନ ହାଟର ଉନ୍ନତୀକରଣ ଦିଗରେ ଦୃଷ୍ଟି ଦିଆଯାଉ ନ ଥିବାରୁ ବ୍ୟବସାୟୀ ଓ ଖାଉଟିମାନେ ପୂର୍ବପରି ଏଠାକୁ ଆସିବାକୁ ଆଉ ଆଗ୍ରହ ଦେଖାଉନାହାନ୍ତି। ଅନୁଗୋଳରୁ ଆସୁଥିବା ବ୍ୟବସାୟୀ ସୁଧୀର ପାତ୍ର କହିଛନ୍ତି, ୧୯ ବର୍ଷ ହେବ ଦୀର୍ଘ ୫୦ କିମି ଦୂରରୁ ଏଠାକୁ ଆସୁଛି। ହେଲେ ପୂର୍ବରୁ ମିଳୁଥିବା ସୁବିଧା ଆଉ ଉପଲବ୍ଧ ହେଉନାହିଁ। କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଲେ ଭଲ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ...

ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ଠିକା କିରାଣିଙ୍କ ବହିଷ୍କାର ଦାବିକଲା ଭାଜପା

ଅନୁଗୋଳ ଅଫିସ, ୨୭।୬: ଜିଲା ପ୍ରଶାସନ ଦେଇଥିବା ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରା ନ ଯିବା ଓ ଜେନେରାଲ ଇଲେକ୍ଟ୍ରିକ ଡିଭିଜନ୍‌ (ଜିଇଡି)ଠାରୁ ସ୍ଥିରୀକୃତ...

ବସ୍‌ଷ୍ଟାଣ୍ଡରେ ବନ୍ଦ ହେଲା ଫଳ ଦୋକାନ

ଅନୁଗୋଳ ଅଫିସ, ୧୪।୫ – ଅନୁଗୋଳ ସହରର ବସ୍‌ଷ୍ଟାଣ୍ଡଠାରେ ଥିବା ଫଳ ଦୋକାନୀଙ୍କୁ ଅନୁଗୋଳ ଷ୍ଟାଡିୟମକୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ...

ରଣନୀତି ପ୍ରସ୍ତୁତିରେ ବିଜେଡି-ଭାଜପା

ଅନୁଗୋଳ ଅଫିସ,୧।୪ ୨୦୨୨ ପୌର ନିର୍ବାଚନ ଅନୁଗୋଳରେ ଅନେକ ନୂତନତା ଆଣିଛି। ପ୍ରଥମ ଥର ପାଇଁ ପୌର ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇପାରିଛି। ସେହିପରି...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ

ଅନୁଗୋଳ ଅଫିସ,୧୧।୧ ଅନୁଗୋଳ ଜିଲାରେ କୋଭିଡ୍‌ ସଂକ୍ରମଣ ବଢ଼ୁଛି। ତେଣୁ ଜିଲାରେ ଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକ ସୁରୁଖୁରୁରେ ଚାଲିବା ନିମନ୍ତେ ସୋମବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର...

ବିଦ୍ୟୁତ୍‌ ଖୁଣ୍ଟରେ ବିପଦସଙ୍କୁଳ ଯାତ୍ରା

ବଇଣ୍ଡା, ୨୬।୧୨(ଡି.ଏନ୍‌.ଏ.) ପୋଲଟିଏ ପାଇଁ ଅନେକ ଦାବି, ଆନ୍ଦୋଳନ, ପ୍ରତିବାଦ। ଏହାପରେ ସରକାର ଶୁଣିଲେ ଗୁହାରି। ମଞ୍ଜୁର ହେଲା ଅନୁଦାନ। ଆରମ୍ଭ ହେଲା କାମ। ଇତିମଧ୍ୟରେ ୪ବର୍ଷ...

ନିଯୁକ୍ତି ଦାବିରେ ଏନ୍‌ଟିପିସି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

କଣିହାଁ,୩।୮(ଡି.ଏନ.ଏ.) କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଜମି ହରାଇଥିବା ୧୨ଟି ପରିବାର ମୁଖିଆମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର...

Advertisement
Archives

Model This Week