Posted inଜାତୀୟ

ଅବୁଝମାଡ୍‌ ଅଞ୍ଚଳରେ ରହିଛି କେତେ ଗାଁ ତାହା ସରକାରଙ୍କୁ ନାହିଁ ଜଣା

ରାୟପୁର,୮।୭: ଛତିଶଗଡ଼ର ମାଓବାଦୀ ପ୍ରବଣ ଅଞ୍ଚଳ ଅବୁଝମାଡ୍‌ରେ କେତେ ଗାଁ ରହିଛି ସେ ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଘନ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ଏହି ଅଞ୍ଚଳର ରାଜସ୍ବ ସର୍ଭେ ପାଇଁ ମୋଗଲ ଶାସନ ସମୟରେ ପ୍ରୟାସ କରାଯାଇଥିଲା। ତେବେ ତାହା ହୋଇ ପାରି ନ ଥିଲା। ପରେ ବ୍ରିଟିଶ୍‌ ଶାସନ ସମୟରେ ମଧ୍ୟ ଏନେଇ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ବସ୍ତର ଜିଲାର ସଭାଙ୍ଗ ଅନ୍ତର୍ଗତ ଅବୁଝମାଡ୍‌ରେ ଏପର୍ଯ୍ୟନ୍ତ ବାସ୍ତବ ରାଜସ୍ବ ସର୍ଭେ ହୋଇ ପାରିନାହିଁ। ୨୦୧୬ ଅକ୍ଟୋବରରେ ସରକାର ଆଇଆଇଟି ରୁକ୍‌କୀ ସହାୟତାରେ ଭୌଗୋଳିକ ସୂଚନା ପ୍ରଣାଳୀ ତଥା ଉପଗ୍ରହ ଦ୍ୱାରା ଏଠାରେ ୨୩୭ ଗାଁକୁ ଚିହ୍ନଟ କରିଥିଲେ। ତେବେ ଗାଁରେ ପହଞ୍ଚି କୌଣସି ରାଜସ୍ବ ଅଧିକାରୀ ଏହାର ବାସ୍ତବ ସର୍ଭେ କରି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ନବନୀତ ରାଣାଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ,୨୬ ।୫: ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦକୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି ।...

ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା...

୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ବାଣ୍ଟିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୮: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା...

ରାଜଧାନୀରେ ବଢିଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୪।୪: ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଦୈନିକ ୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ...

ରାଜ୍ୟ ସରକାରଙ୍କ ଅଧିକାର ସୁରକ୍ଷା କରନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪ (ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟ ବିଭିନ୍ନ ରାୟରେ ଭାରତୀୟ ୟୁନିୟନର ବିଶେଷତ୍ୱ ସମ୍ପର୍କରେ ମନ୍ତବ୍ୟ ଦେବା ସହ ସଂଘୀୟ ବ୍ୟବସ୍ଥାର ପ୍ରତିଷ୍ଠା ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଆଫଗାନିସ୍ତାନ ନୁହେଁ ପାକିସ୍ତାନ ଏୟାର ସ୍ପେସ ଦେଇ ଆମେରିକା ଗଲେ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଓ ଜାତିସଂଘର ୭୬ତମ ମହାସଭାରେ ଉଦ୍‌ବୋଧନ ଦେବାକୁ ଆମେରିକା ପହଞ୍ଚି...

ପାକିସ୍ତାନ ହିନ୍ଦୁ ଶରଣାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲାନି

ଜୟପୁର,୨।୧: ରାଜସ୍ଥାନ ଶିକ୍ଷା ବୋର୍ଡ ପାକିସ୍ତାନର ଜଣେ ହିନ୍ଦୁ ଶରଣାର୍ଥୀ ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇନାହାନ୍ତି। ଦମୀ କୋହଲିଙ୍କୁ ନାମ୍ନୀ ଛାତ୍ରୀ ଦ୍ୱାଦଶ...

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ...

Advertisement
Archives

Model This Week