ଅବହେଲିତ ଗାଁ ବାହାବଲ: ସରକାରୀ ଯୋଜନା ବାଟବନା

କଣ୍ଟାବାଞ୍ଜି, ୧୧ା୧୨(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ପଁଚେତ୍‌ ଅଧୀନ ମାଓବାଦୀ ପରଭାବିତ ଗଁା ବାହାବଲ। ଇ ଗଁାରେ ବାସ କରୁଛନ୍‌ ୨୮୫ ଆଦିବାସୀ ଆର ହରିଜନ ପରିବାର। ୨ ଓ୍ବାର୍ଡ ଥିବାର ଇ ଗଁାରେ ସରକାରକଁର ଅନେକ ବିକାଶ ମୂଲକ କାଯ୍‌ ଆର ଦାରିଦ୍ର୍ୟଦୂରୀକରଣ ଯୋଜନା ବାଟବନା ହେଇଛେ। ଗଁାର ବଡ଼ଭାଗି ଲୋକ ଖଟିଖିଆ ହେଇଥିଲାବେଲେ କାମ୍‌ଧଁଦା ଅଭାବୁ ଦାଦନ ଖଟିଯାଉଛନ୍‌। ଗଁାରେ ବଡ଼ଭାଗି ଲୁକ୍‌କୁ ରାଶନ କାର୍ଡ ମିଲିଛେ ସତ୍‌। ହେଲେ ପରିବାରର ମୁଖିଆକେ ଛାଡ଼ିଦେଲେ କାର୍ଡରେ ବାକି କାହାରି ନଁା ନଁାଇଁନ। ଗଁାରେ ଏଭେ ବି ଅନେକ ଗରିବ୍‌ ପରିବାର ସରକାରୀ ଯୋଜନାରେ ଘର ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଜଗତ ଭୋଇ, ଯଶୋଦା ବନଗୁଲା, ପ୍ରେମ ବନଗୁଲା, ବାସୁ ଭୋଇ, ଜଗସନ ବନଗୁଲା, ନୀର ବନଗୁଲା, ଅର୍ଜୁନ ବନଗୁଲା, ଧରମ ବନଗୁଲା, ସୁବାସିନୀ ବନଗୁଲା, ସୁବନାଥ ନାଗ, ଉପାସି ବନଗୁଲାକଁର ମାଏଟ୍‌ ଘରମାନ ଭାଂଗି ଯାଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇମାନେ ସଭେ ପକାଘର ଲାଗି ବାରବାର ଆବେଦନ କରି ନିରାଶ ହେଇଛନ୍‌। ସେନ୍‌ତା ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଗଁାରେ ଗୁଟେ ଜଳଯୋଗାଣ ପ୍ରକଳ୍ପ କାମ୍‌ ମୂଲ ହେଇଛେ। ହେଲେ ସେଟା ଅଧାପନ୍‌ତରିଆ ଅବସ୍‌ତାରେ ପଡ଼ିରହିଛେ। ଏନ୍‌ତାଥି ଗଁାବାସୀ ଗଁାରେ ଥିବାର ୨ଟା ନଲ୍‌ଚୁଅଁାରୁ ପାଏନ୍‌ ନେଇ କାମ୍‌ ଚଲଉଛନ୍‌। ଆଏଜ୍‌କେ ୩ ବଛର ତଲେ ବାହାବଲ ଗଁାରେ ଗୁଟେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୁଲିଥିଲା। ହେଲେ ସେଟା ଆଏଜ୍‌ତକ କାଯ୍‌କ୍ଷମ ନାଇଁ ହେଇପାରି। ଇଠାନେ ଚାକରି କରୁଥିବାର ଏଏନ୍‌ଏମ୍‌ ଆର ଉନିଆ କରମ୍‌ଚାରୀ ଦିନେ ବି ଗଁାକେ ନାଇଁ ଆଏବାର। ଏନ୍‌ତାଥି ଖାସ୍‌, ଛିଁକ୍‌ରେ ବି ଗଁାବାସୀ ୧୫ କି.ମି. ଦୂରିଆ ତୁରେକେଲା ଡାକ୍‌ତରଖାନାକେ ଚିକିଛା ଲାଗି ଯାଉଛନ୍‌। ଇ ବାବ୍‌ଦେ ଢୋଲମାନ୍ଦଲ ପଁଚେତ୍‌ ସରପଁଚ୍‌ ବିଶ୍ୱାମିତ୍ର ଛତ୍ରିଆ କହିଛନ୍‌ ଯେ, ୨୦୧୧ ଜନଗଣନା ତାଲିକାରୁ ହିତାଧିକାରୀ ବଛା ଯାଉଛେ। ପଁଚେତ୍‌କେ କୁଟା ହିସାବେ ବଛରକ ୨ଟା ଘର ଆସୁଛେ। ସେଥିରଲାଗି ବହୁତ୍‌ ଲୋକ୍‌ ଘର ନାଇଁ ପାଇପାରବାର। ରାଶନ କାର୍ଡ ଉପରେ ଅନେକ ଥର ପଁଚେତ୍‌ ସମିତି ମିଟିଂରେ ଅଭିଯୋଗ କରିଛେଁ। ଇ ବାବ୍‌ଦେ ବ୍ଲକ ଆର ଜିଲା ପରଶାସନକେ ଲେଖିଛେଁ।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?