Posted inଖେଳ

ଅବସର ମ୍ୟାଚ୍‌ରେ ମାସାକାଡ୍‌ଜାଙ୍କ ବିସ୍ଫୋରକ ବ୍ୟାଟିଂ

ଚାଟୋଗ୍ରାମ,୨୧।୯: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜିମ୍ବାଓ୍ବେ ଦଳର ଅଧିନାୟକ ହାମିଲଟନ ମାସାକାଡ୍‌ଜା କ୍ୟାରିୟରର ଅନ୍ତିମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୪୨ ବଲରୁ ୭୧ ରନ୍‌ର ଇନିଂସ ଖେଳିଥିଲେ। ଅନ୍ତିମ ଅନ୍ତର୍ଜାତୀୟ ଇନିଂସରେ ଥିଲା ୫ ଛକା ଓ ୪ ଚୌକା। ଏଭଳି ବ୍ୟାଟିଂ ଯୋଗୁ ଜିମ୍ବାଓ୍ବେ ଦଳ ଏଠାରେ ଖେଳାଯାଇଥିବା ଆଫଗାନିସ୍ତାନକୁ ୭ ଉଇକେଟରେ ହରାଇ ଦେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ୍‌ କରିଥିଲା। ଓପନର ରହମାନୁଲା ଗୁର୍ବାଜ ୬୧ ଓ ହଜାରୁତୁଲା ଜାଜାଇ ୩୧ ରନ୍‌ କରିଥିଲେ। ଜିମ୍ବାଓ୍ବେ ପକ୍ଷରୁ କ୍ରିସ୍‌ ଏମ୍‌ପୋଫୁ ୪ ଓ ତିନୋତେଣ୍ଡା ମୁଟୋମ୍‌ବୋଜି ୨ ଉଇକେଟ ନେଇଥିଲା। ପରେ ଜିମ୍ବାଓ୍ବେ ଦଳର ଅଧିନାୟକ ମାସାକାଡ୍‌ଜା ବ୍ୟାଟିଂ କରିବା ପାଇଁ କ୍ରିଜ୍‌କୁ ଓହ୍ଲାଇଲାବାବେଳେ ତାଙ୍କୁ ଦଳର ସାଥୀ ଖେଳାଳିମାନେ ଗାର୍ଡ ଅଫ୍‌ ଅନର ଦେଇଥିଲେ। ମାସାକାଡ୍‌ଜାଙ୍କ ୭୧, ରେଗିସ ଚାକାବ୍‌ଭାଙ୍କ ୩୯ ଓ ସିନ ଓ୍ବିଲିୟମ୍ସଙ୍କ ଅପରାଜିତ ୨୧ ରନ୍‌ର ଇନିଂସ ଯୋଗୁ ଦଳ ୩ ବଲ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଏହା ଜିମ୍ବାଓ୍ବେ ଦଳର ଚଳିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ପ୍ରଥମ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟରେ ସାଇ ଏକାଡେମୀକୁ ଡବଲ ଟାଇଟଲ...

ପାକିସ୍ତାନକୁ ୧୭୬ ରନ୍‌ରେ ରୋକି ଦେଲା ଅଷ୍ଟ୍ରେଲିଆ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦...

ପୃଥ୍ବୀ ‘ଥ୍ରୀ ଇନ୍‌ ଓ୍ବାନ୍‌’: ସେହ୍ବାଗ

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି...

ପିଟି ଉଷାଙ୍କ ସହ ସିନ୍ଧୁଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୮- କିମ୍ବଦନ୍ତୀ ଧାବିକା ପିଟି ଉଷା ୨୦୦୧ରେ ପି.ଭି. ସିନ୍ଧୁଙ୍କ ସହ ଫଟୋ ଉଠାଇଥିଲେ। ୨୦୦୦ ମସିହାରେ ଟ୍ରାକରୁ ଅବସର ନେଇଥିବା ପାୟୋଲି ଏକ୍ସପ୍ରେସ ଭାବେ...

ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍‌

ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା...

କେଏଲ୍‌ ରାହୁଲଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୭।୩: ଲଗାତାର ଭାବେ ବ୍ୟାଟିଂରେ ବିଫଳ ହେବାକୁ ନେଇ ସମାଲୋଚିତ ହେଉଛନ୍ତି ଓପନର କେ.ଏଲ୍‌. ରାହୁଲ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି୨୦ ସିରିଜର ୩ ମ୍ୟାଚ୍‌ରେ...

ବ୍ୟାଟିଂ ବେଳେ ବଲ୍‌ ବାଜି ଭାଙ୍ଗି ଯାଇଥିଲା ଦାନ୍ତ, ତଥାପି ଖେଳିବା ଜାରି ରଖିଥିଲେ ଏହି ମହାନ କ୍ରିକେଟର୍‌

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୭୧ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ...

ଇଂଲଣ୍ଡ ବିଶ୍ୱର ଏକମାତ୍ର ଦେଶ

ଲଣ୍ଡନ, ୧୬।୭- ଆଇସିସି ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି।...

Advertisement
Archives

Model This Week