ଅବକାରୀ ବିଭାଗ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ, ପୋଚ ଜବତ

ଦେବଗଡ,୭ା୫(ଡି.ଏନ.ଏ)-ଦେବଗଡ ଜିଲା ଅବକାରୀ ବିଭାଗ ପକ୍ଷରୁ ଦେବଗଡ ଥାନା ଅଧିନ କାଲକାଠ ଗ୍ରାମର ଅଲେଖ କିସାନଙ୍କ ଘରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ୧୬ କୁଇଣ୍ଟାଲ ଊର୍ଦ୍ଧ୍ୱ ମହୁଲ ପୋଚ ନଷ୍ଟ କରାଯାଇଛି। ଅଲେଖ ବେଆଇନ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଖବରପାଇ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ସାହୁ, ରାଧାକାନ୍ତ ଭୋଇ, ଏଏସ୍‌ଆଇ ଦିଲୀପ ଶତପଥି, ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଚଢାଉ କରିଥିଲେ। ଚଢାଉ ସମୟରେ ଅବକାରୀ କର୍ତ୍ତୃପକ୍ଷଙ୍କୁ ଦେଖି ଅଲେଖ ଫେରାର ହୋଇଛନ୍ତି। ଫେରାର ଅଭିଯୁକ୍ତ ଅଲେଖଙ୍କ ନାମରେ ଏକ ଅବକାରୀ ମାମଲା ରୁଜୁ ହୋଇଛି।
ସେହିପରି ନିକଟସ୍ଥ ଜଙ୍ଗଲ ମଧ୍ୟରେ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ମଦ ତିଆରି ପାଇଁ ପ୍ରସ୍ତୁତ ହୋଇ ରହିଥିବା ୯୬୦ କିଲୋ ମହୁଲ ପୋଚ ନଷ୍ଟ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ...

ୱେସ୍କୋ ଘରୋଇକରଣକୁ ବିରୋଧ

ଦେବଗଡ଼,୧୮ା୧୨ (ଡି.ଏନ୍‌.ଏ.) ୱେସ୍କୋ ଘରୋଇକରଣକୁ ବିରୋଧ କରି ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ ା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଦ୍ୱିତୀୟ ଦିନରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼ ୨୭।୯: ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଚାଲିଥିବା ବନ୍ଦ ପାଳନ ଶୁକ୍ରବାର...

ବାଇକ୍‌ ଧକ୍କାରେ ହକି ଖେଳାଳିଙ୍କ ମୃତ୍ୟୁ: ୪ ଗୁରୁତର

ରିଆମାଳ, ୧୪।୧୨(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କିର୍ତ୍ତନପାଲି ଗ୍ରାମ(ବାଲିନାଳ) ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବାଇକ ଧକ୍କାରେ ଜଣେ...

ବିଦ୍ୟୁତ୍‌ ତାର ଲାଗି ମାଈ ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଚାଷୀ

ଦେବଗଡ଼/ରିଆମାଳ,୧୮।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ...

ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ...

ଝିଆରୀଙ୍କୁୁ ଟାଙ୍ଗିଆରେ ହାଣି ୨ ଖଣ୍ଡ କରିଦେଲେ ଦାଦା

ଦେବଗଡ଼,୧୫।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୪ ବର୍ଷର ଝିଆରୀକୁ ଟାଙ୍ଗିଆରେ...

ହନୁମାନ ପଇସା ଜବତ, ଜଣେ ଗିରଫ

ଦେବଗଡ଼,୧୪ା୯(ଡି.ଏନ୍‌.ଏ.): ରିଆମାଳ ଥାନା କତ୍ରାପାଲି ଛକ ନିକଟରେ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇଥିଲା ପୋଲିସ। ୫ ଲକ୍ଷ ଟଙ୍କାରେ ୨ଟି ହନୁମାନ ପଇସା...

Advertisement
Archives

Model This Week