Posted inରାଜ୍ୟ

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଅଭିଯୁକ୍ତ ଯୁବକ ଗିରଫ

ନୟାଗଡ଼ ଅଫିସ/ରଣପୁର,୨୦ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଅପହୃତ ଜଣେ ନାବାଳିକାଙ୍କୁ ପୋଲିସ ଶୁକ୍ରବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଦ୍ଧାର କରିଛି। ଏଥିସହିତ ଅପହରଣକାରୀ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେ ହେଲେ ଶଙ୍କର ଭୋଇ। ଶଙ୍କରଙ୍କ ନିର୍ଦ୍ଦିଷ୍ଟ ପରିଚୟ ନ ଥିବାବେଳେ ସେ ପୂର୍ବରୁ ଗିରଫ ସମୟରେ ନିଜ ଘର ଉତ୍ତରପ୍ରଦେଶ, ଖୋର୍ଦ୍ଧା ତ ଆଉ କେତେବେଳେ ନୟାଗଡ଼ ବୋଲି କହୁଥିଲେ। ତାଙ୍କ ନାମରେ ପୂର୍ବରୁ ୬ଟି ଥାନାରେ ଏହିଭଳି ମାମଲା ରହିଛି। ଶୁକ୍ରବାର ସନ୍ଧ୍ୟାରେ ଏସ୍‌ପି ଶଶିଭୂଷଣ ଶତପଥୀ ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।
ଶଙ୍କର ସାମାନ୍ୟ ଦିବ୍ୟାଙ୍ଗ ହୋଇଥିବା ବେଳେ କୌଣସି କାମଧନ୍ଦା କରନ୍ତି ନାହିଁ। ସହଜ ଉପାୟରେ ପଇସା କମାଇବା ପାଇଁ ସେ ବିଭିନ୍ନ ସ୍ଥାନରୁ ପିଲାଙ୍କୁ ଚୋରି କରି ଭିକ୍ଷାବୃତ୍ତିରେ ନିୟୋଜିତ କରନ୍ତି। ଗତ ୬ ତାରିଖରେ ଚାନ୍ଦପୁର ଅଞ୍ଚଳରେ ଖେଳୁଥିବା ସମୟରେ ସେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ପରିବାର ସହ ରହୁଥିବା ନାବାଳିକା ଦ୍ୱିତୀୟ ଶ୍ରେଣୀରେ ପଢନ୍ତି। ସେ ତାଙ୍କ ଭାଇ ସହ ଖେଳୁଥିବାବେଳେ ଶଙ୍କର ଓ ଅନ୍ୟଜଣେ ଯୁବକ ବାଇକ୍‌ରେ ସେଠାରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନ ସାଢେ ୧୨ଟା ସମୟରେ ଶଙ୍କର ଚକୋଲେଟ୍‌ ଦେବା ପାଇଁ ନାବାଳିକାଙ୍କୁ ଡାକି ନାକରେ କିଛି ଶୁଙ୍ଘାଇ ତାଙ୍କୁ ନେଇ ପଳାଇ ଯାଇଥିଲେ। ତାଙ୍କ ଭାଇ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇପାରି ନ ଥିଲେ। ରାତିରେ ତାଙ୍କ ବାପା ଥାନାକୁ ଯାଇ ଝିଅକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ। ଚାନ୍ଦପୁର ପୋଲିସ ଏକ ମାମଲା (ନଂ.୬୯/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ଶଙ୍କର ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ବୁଲାଇ ଭିକ୍ଷାବୃତ୍ତି କରାଉଥିଲେ। ଜିଲା ପୋଲିସ ତରଫରୁ ୪ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ପୋଲିସ ପୂର୍ବରୁ ପୁରୀ ଓ ବିଶାଖାପାଟଣାରେ ଚଢ଼ାଉ କରିଥିଲେ ମଧ୍ୟ ଶଙ୍କର ଫେରାର ହେବାରେ ସକ୍ଷମ ହୋଇଥିଲେ। ଦିବ୍ୟାଙ୍ଗ ହୋଇଥିବାରୁ ଲୋକଙ୍କ ଅନୁକମ୍ପା ତାଙ୍କ ପାଖକୁ ଯାଏ। ଏହା ସହିତ ଛୋଟ ପିଲାଙ୍କୁ ନିଜ ପାଖରେ ରଖିଥିବାରୁ ଭିକ୍ଷା ମାଗିବାରେ ସହଜ ହୋଇଥାଏ। ପୂର୍ବରୁ ଶଙ୍କରଙ୍କ ନାମରେ ପୁରୀ ଜିଲା ଗଡ଼ିଆସାହି, ଖୋର୍ଦ୍ଧା ଟାଉନ ଥାନା, ଖୋର୍ଦ୍ଧା ସଦର ଥାନା, ବାଲୁଗାଁ ଥାନା, ବଡ଼ଗଡ଼ ଥାନା ଓ ଟାଙ୍ଗୀ ଥାନାରେ ପିଲାଙ୍କୁ ଅପହରଣ କରିଥିବା ନେଇ ମାମଲା ରୁଜୁ ହୋଇଛି। ସମସ୍ତ ମାମଲାରେ ଶୁଣାଣି ହୋଇ ସେ ଜେଲ୍‌୍‌ ଯାଇଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ସେ ଏହିଭଳି କରନ୍ତି ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ପୋଲିସ ଚାନ୍ଦପୁର ଅଞ୍ଚଳର ଏକ ବିଦ୍ୟାଳୟର ସିସିଟିଭି ଫୁଟେଜକୁ ଦେଖି ଅଭିଯୁକ୍ତଙ୍କ ପତ୍ତା ପାଇଥିଲା। ଶୁକ୍ରବାର ଅପରାହ୍ନ ସମୟରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ନାବାଳିକା ଓ ଶଙ୍କର ବୁଲୁଥିବା ବେଳେ ଭୁବନେଶ୍ୱର ପୋଲିସ ସହାୟତାରେ ନୟାଗଡ଼ ଜିଲା ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଙ୍କରକୁ ଶନିବାର କୋର୍ଟ ଚାଲାଣ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ସମ୍ମିଳନୀରେ ଶରଣକୁଳ ଏସ୍‌ଡ଼ିପିଓ ସେଲଭିସ୍‌ ଟପ୍ନୋ ଓ ଚାନ୍ଦପୁର ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୨ଦିନ ପରେ ମଧ୍ୟ ଝିଅର ସନ୍ଧାନ ନ ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଲେ। ସେମାନେ ପୋଲିସର ଅବହେଳାକୁ ଦାୟୀ କରି ଗୁରୁବାର ସକାଳ ୯ଟାରେ ଚାନ୍ଦପୁର ଥାନା ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ଏପରି କି ଆଗାମୀ ଦିନରେ ଗ୍ରାମବାସୀଙ୍କ ସହିତ ଥାନା ଘେରାଉ କରାଯିବାକୁ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ରଣପୁର ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଅଦିନିଆ ବର୍ଷା

କେନ୍ଦୁଝର,୩୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି।...

ଅପରାଧୀ ପିନୁଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪।୮(ଅଜିତ ମହାନ୍ତି): ପୁରୀ,୨୪।୮(ଅଜିତ ମହାନ୍ତି): ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ମନ୍ଦିର ନିକଟ ଜଙ୍ଗଲରେ ଗୁରୁବାର ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ...

ତହସିଲର ୨ କିରାଣି ନିଲମ୍ବିତ

ତିହିଡ଼ି,୧୨।୨(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ କାର୍ଯ୍ୟାଳୟର କିରାଣି କମଳାକାନ୍ତ ଗିରି ଓ ଗଣେଶ୍ୱର ସିଂଙ୍କୁ ନିଲମ୍ବନ କରାଯାଇଛି। ଜିଲା ପ୍ରଶାସନ ଚିଠି ନଂ ୨୩୯୧...

୨୪ ଘଣ୍ଟାରେ ରାଜ୍ୟରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୯୭...

ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ...

ଶିକ୍ଷକଙ୍କ ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ର ଅସୁସ୍ଥ

କବିସୂର୍ଯ୍ୟନଗର,୩୧ା୭(ଡି.ଏନ୍‌.ଏ.): ଜଣେ ଶିକ୍ଷକଙ୍କ ମାଡ଼ରେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଅଧୀନ(ଏ) ବରିଡା ଗ୍ରାମର ଶ୍ରୀଦଧିବାମନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର...

‘ନୀଳଚକ୍ରକୁ ପ୍ରଣାମ କରି ଗୁହାରି ଜଣାଇଥିଲି’

ତାଳଧ୍ୱଜ ରଥର ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର (୪୬)। ୫ବର୍ଷ ବୟସରେ ବାପା ଶ୍ରୀଧରଙ୍କ ସହିତ ରଥଖଳାକୁ ଆସିଥିଲେ। ଜେଜେ ଗୋପୀନାଥ ତାଙ୍କୁ ନିହଣ ଧରାଇ...

ତେଣ୍ଡା ଗାଁରେ ବିକାଶ ଅପହଞ୍ଚ

କପ୍ତିପଦା,୨୪ା୮(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ...

Advertisement
Archives

Model This Week