ବ୍ରହ୍ମପୁର ଅଫିସ,୨୨ା୧୧- ବ୍ରହ୍ମପୁର ଟାଉନ ଥାନା ପୋଲିସ ଗୁରୁବାର ସକାଳେ ଜଣେ ଅପହୃତା ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଛି। ସେହିପରି ଅଭିଯୁକ୍ତ ପି.ଅନିଲ ଓରଫ ଆଳୁ (୨୭)ଙ୍କୁ ମାମଲା ନଂ. ୮୪/୧୮ରେ ଗିରଫ କରିଛି। ପୋଲିସ ଉଭୟ ପୀଡ଼ିତା ଓ ଅପହରଣକାରୀ ଆଳୁଙ୍କର ଏମ୍କେସିଜି ମେଡିକାଲରେ ଡାକ୍ତରୀମାଇନା କରିଥିଲା। ପରେ ଆଳୁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ କହିଛି। ସେହିପରି ପୀଡିତାଙ୍କର ଧାରା ୧୬୪ ଅନୁସାରେ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ପ୍ରକାଶ ଯେ, ୨୦୧୮ ଏପ୍ରିଲ ୧୮ ରେ ଆଳୁ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ପୀଡିତାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଦେଢ଼ ବର୍ଷ ପରେ ବୁଧବାର ବିଳମ୍ବିତ ରାତିରେ ଆଳୁ ଭୁବନେଶ୍ୱରରେ ରହି ବିଏମ୍ସିର ଗାଡି ଚଲାଉଥିବା ଜାଣିବାକୁ ପାଇଥିଲା। ପୋଲିସର ଏକ ଟିମ୍ ଗୁରୁବାର ସକାଳେ ଭୁବନେଶ୍ୱରରେ ପହଞ୍ଚି ନାବାଳିକା ଅପହରଣ ଓ ବଳାତ୍କାର ଅଭିଯୋଗରେ ଆଳୁଙ୍କୁ ଗିରଫ କରିଥିଲା। ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲା ବୋଲି ସୂଚନା ଦେଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ଭୋପାଳରେ କମାଲ ଦେଖାଇଲେ ଆଦିବାସୀ ଯୁବତୀଯୁବକ
ବାଲିଗୁଡ଼ା,୨୩।୧୨(ଡି.ଏନ୍.ଏ.): ଭୋପାଳରେ କନ୍ଧମାଳର ଆଦିବାସୀ ଯୁବତୀଯୁବକ କମାଲ ଦେଖାଇଛନ୍ତି। ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଭାଗନେଇ କନ୍ଧମାଳ ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଛି...

କଥାବାର୍ତ୍ତା ହେଲା କାଳ: ବଜ୍ରପାତରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର
ବୁଗୁଡ଼ା,୧ା୬(ଡି.ଏନ.ଏ.)-ବୁଗୁଡ଼ା ଥାନା ଡେଙ୍ଗାବାଡ଼ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡେଙ୍ଗାବାଡ଼ି...

ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟରେ ଧାରଣା
ବଡ଼ସାହି,୩୦ା୮(ସ୍ବ.ପ୍ର)-ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ପୂର୍ବାହ୍ନରେ ବଡ଼ସାହି ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମବାସୀ ଧାରଣା ଦେଇଥିଲେ। ଗ୍ରାମରେ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ହଜାର ଦାନ
ଛେଣ୍ଡିପଦା,୯ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଛି। ଗ୍ରାମ୍ୟ କମିଟି ସଭାପତି ଗୋବର୍ଦ୍ଧନ...

ଅନୁଗୋଳ ଜିଲାରେ ପ୍ରଥମ ମୁଣ୍ଡ ନେଲା କରୋନା: ନାଲକୋ ଡିଜିଏମ୍ଙ୍କ ମୃତ୍ୟୁ
ଅନୁଗୋଳ ଅଫିସ,୩୦।୬: ଅନୁଗୋଳ ଜିଲା ନାଲ୍କୋ ଡିଜିଏମ୍ଙ୍କର କାରାନାରେ ମୃତ୍ୟୁ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ସେ କରୋନା ସଙ୍କ୍ରମିତ ହୋଇ ତାଳଚେର କୋଭିଡ ମେଡିକାଲରେ ଚିକିତ୍ସିତ...

ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ
ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ...
ବାଘ ଆକ୍ରମଣରେ ବଳଦ ମୃତ, ଲୋକେ ଆତଙ୍କିତ
ରାଇରଙ୍ଗପୁର,୨୪ା୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍ଡିଭିଜନ ବିଶୋଇ ରେଞ୍ଜ ସରଗଡ଼ା ରିଜର୍ଭ ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ଘଟିଛି। ଗ୍ରାମପାର୍ଶ୍ୱ ଜଙ୍ଗଲରେ ବାଘର...

ବର୍ଷା ହେଲେ ବଢୁଛି ଦୁଃଖ
ଢେଙ୍କାନାଳ ଅଫିସ, ୭।୮ – ଲଘୁଚାପଜନିତ ଲଗାଣବର୍ଷାରେ ପ୍ରଭାବିତ ହୋଇଛି ଢେଙ୍କାନାଳ ସହରର ଜୀବନଯାତ୍ରା। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପୌରାଞ୍ଚଳର ଟାଉନପ୍ଲାନିଂ ଅଞ୍ଚଳ...