Posted inଜାତୀୟ

ଅପରାହ୍ନ ୪ଟାରେ ହୋଇପାରିଲା ନାହିଁ ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ଯୋଗୁ ଫସି ରହିଥିବା ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ସୋମବାର ଅପରାହ୍ନ ୪ଟାରୁ ଟିକେଟ ବୁକିଂ କରାଯିବାର ଥିଲା। ହେଲେ ସିଷ୍ଟମରେ ଡାଟା ଅପଲୋଡ ନ ହୋଇଥିବାରୁ ସନ୍ଧ୍ୟା ୬ଟାରେ ଟିକେଟ ବୁକିଂ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ସୋମବାର ୪ଟା ବେଳେ ଲୋକେ ରେଲଓ୍ବେ ଓ୍ବେବସାଇଟ ଖୋଲିଥିଲେ କିନ୍ତୁ ୱେବସାଇଟ ଖୋଲି ନ ଥିଲା। ଆଇଆରସିଟିସିର ମୋବାଇଲ ଆପ ମଧ୍ୟ କାମ କରି ନଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ଟିକେଟ ବୁକିଂ କରି ନ ପାରି ଅସନ୍ତୋଷ ପ୍ରକାଶ କରିଛନ୍ତି। ୪ଟା ବେଳେ ବୁକିଂ କରିବା ପାଇଁ ଏକା ସାଙ୍ଗରେ ଅନେକ ଲୋକ ଓ୍ବେବସାଇଟ ଖୋଲିଥିବାରୁ ସମସ୍ୟା ଦେଇଥିବା କୁହାଯାଏ। ଏବେ ଏହି ସମସ୍ୟାକୁ ଠିକ କରାଯାଇଛି। ତେଣୁ ସା ୬ଟାରେ ବୁକିଂ କଲା ବେଳେ ଆଉ ସମସ୍ୟା ହେବନାହିଁ ବୋଲି ରେଲଓ୍ବେ ପକ୍ଷରୁ କହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁହାନ ଏୟାରଲିଫ୍ଟ: ଦିଲ୍ଲୀରେ ପହଞ୍ଚିଲେ ପୁଣି ୩୨୩ ଭାରତୀୟ

ନୂଆଦିଲ୍ଲୀ,୨।୨: କରୋନା ଭୁତାଣୁ ଚାଇନାର ବୁହାନରେ ମହାମାରୀ ସୃଷ୍ଟି କରିଛି। ବୁହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଶନିବାର ପ୍ରଥମ...

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା...

ଏନ୍‌ପିଡିଆର୍‌ଆର୍‌ ପୁନର୍ଗଠିତ

ନୂଆଦିଲ୍ଲୀ,୭ା୩(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ପ୍ରଶମନ ଜାତୀୟ ମଞ୍ଚ (ଏନ୍‌ପିଡିଆର୍‌ଆର୍‌) ଗଠନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ...

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା...

ମୁଁ ଏନସିପିରେ ଅଛି, ଶରଦ ପାଓ୍ବାର ମୋ ନେତା: ଅଜିତ ପାଓ୍ବାର

ମୁମ୍ବାଇ,୨୪।୧୧: ଭାଜପା ଏବଂ ଏନସିପି ମେଣ୍ଟ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଦେଇପାରିବେ ବୋଲି ପୁଣି ନିଜ ମନ୍ତବ୍ୟ ଦୋହରାଇଛନ୍ତି...

୧୫ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା ସିବିଡିଟି

ନୂଆଦିଲ୍ଲୀ,୨୭।୯: ଭ୍ରଷ୍ଟ ଓ ଦୁର୍ନୀତି ଅଭିଯୋଗରେ କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନିଜର ୧୫...

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି।...

କରୋନାରେ ପଦ୍ମଶ୍ରୀ ନିର୍ମଳ ସିଂଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨।୪: ସ୍ବର୍ଣ୍ଣ ମନ୍ଦିରରର ପୂର୍ବତନ ହଜୁରି ରାଗି ଜିଆନି ନିର୍ମଳ ସିଂଙ୍କର କରୋନା ଭାଇରସ ସଂକ୍ରମଣରେ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିକିଟରେ ସେ...

Coronavirus Update


Archives

Model This Week

Why Dharitri