ଅନ୍‌ୱାର ଖାନ୍‌ଙ୍କୁ ତଟରକ୍ଷକ ସାହସିକତା ପଦକ:ପ୍ରଥମ ଓଡ଼ିଆ ଭାବେ ମିଳିଲା ସମ୍ମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କୋଷ୍ଟ ଗାର୍ଡର ଡିଆଇଜି ଅନ୍‌ୱାର ଖାନ୍‌ଙ୍କୁ ତଟରକ୍ଷକ ସାହସିକତା ପଦକ ପ୍ରଦାନ କରାଯାଇଛି। ଏହି ପଦକ ପାଇବାରେ ସେ ପ୍ରଥମ ଓଡ଼ିଆ ଅଫିସର। ମଙ୍ଗଳବାର ଚେନ୍ନାଇଠାରେ ଆୟୋଜିତ ଏକ ବଣ୍ଣର୍ର୍ାଢ଼୍ୟ ଉତ୍ସବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଏହି ସାହସିକତା ମେଡାଲ ପିନ୍ଧାଇଥିଲେ। ସୂଚନାଯୋଗ୍ୟ, ୨୦୧୬ ମେ ୧୮ରେ ଚେନ୍ନାଇ ଉପକୂଳରେ ଥିବା ସମୁଦ୍ରରେ ଭୟାବହ ବାତ୍ୟା ‘ରୁଆନୁ’କୁ ଭୃକ୍ଷେପ ନ କରି ଏକ ଜାହାଜରେ ଫସିଥିବା ୧୧ଜଣ ଲୋକଙ୍କୁ ଉଦ୍ଧାର କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ। ଖାଲି ସେତିକି ନୁହେଁ, ସେମାନଙ୍କ ଜୀବନ ବଞ୍ଚେଇବା ସହିତ ଜାହାଜଟିକୁ ମଧ୍ୟ ସମୁଦ୍ରରେ ବୁଡ଼ିବାକୁ ଦେଇ ନ ଥିଲେ। ଜାହାଜଟିକୁ ସମୁଦ୍ରରେ ଛାଡ଼ି ଦେଇ ଆସିବାରେ ବାଧା ନ ଥିଲେ ମଧ୍ୟ ଅନୱାର ଏହାଦ୍ୱାରା ପରିବେଶ ପ୍ରଦୁଷିତ ହେଇଯିବ, ସେଥିପାଇଁ ସେ ଷ୍ଟିଲ ତାରରେ ବାନ୍ଧି କୂଳକୁ ଭିଡ଼ି ଭିଡ଼ି ଆଣିବା ପାଇଁ ନିର୍ଣ୍ଣୟ ନେଇଥିଲେ। ଭୟଙ୍କର ବାତ୍ୟାକୁ ପରାଜିତ କରି ପରିବେଶ ପାଇଁ ବୁଡ଼ିବାକୁ ଯାଉଥିବା ଜାହାଜକୁ ଷ୍ଟିଲ ତାରରେ ଭିଡ଼ି କୂଳକୁ ଆଣିବାରେ ସେ ସଫଳ ହୋଇଥିଲେ। ଅନୱାରଙ୍କର ଏହି ଅଦମ୍ୟ ସାହସ ତଥା କର୍ତ୍ତବ୍ୟ ପରାୟଣତା ଯାହା ଫଳରେ ୧୧ ଜଣଙ୍କ ଜୀବନ ବଞ୍ଚତ୍ବା ସହ ସାମୁଦ୍ରିକ ପରିବେଶକୁ ମଧ୍ୟ ରକ୍ଷା କରିଥିଲା। ସେଥିପାଇଁ କେନ୍ଦ୍ର ସରକାର ତାଙ୍କୁ ସାହସିକତା ମେଡାଲ ପାଇଁ ମନୋନୀତ କରିଥିଲେ। ଡିଆଇଜି ଅନୱାର ଭୁବନେଶ୍ବର ବାସିନ୍ଦା। ଭୁବନେଶ୍ୱର ଓୟୁଏଟିର କୃଷି ମହାବିଦ୍ୟାଳୟରେ ସ୍ନାତକ ଉତ୍ତୀର୍ଣ୍ଣ କରିବା ପରେ ୧୯୯୭ରେ କୋଷ୍ଟ ଗାର୍ଡରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଯୋଗ ଦେଇଥିଲେ। ଓୟୁଏଟିରେ ପଢ଼ିବାବେଳେ ସେ ପ୍ରଥମ ଓଡ଼ିଶା ଘୋଡ଼ା ସବାର ବାହିନୀ ଏନସିସିରେ ସିନିୟର ଅଣ୍ଡର ଅଫିସର ଥିଲେ। ଜଣେ ଦକ୍ଷ ଅଶ୍ୱଚାଳକ ହିସାବରେ ସୁନାମ ଅର୍ଜିଥିବା ଅନୱାର ତାଙ୍କ ବ୍ୟାଚରେ ସାରା ଭାରତରେ ଶ୍ରେଷ୍ଠ ଅଲ୍‌ ରାଉଣ୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମଧ୍ୟ ହୋଇ ପାରିଥିଲେ। ବର୍ତ୍ତମାନ ଅନୱାର ବିଶାଖାପାଟଣାରେ ପୂର୍ବତଟର ଏକମାତ୍ର ସ୍ବତନ୍ତ୍ର ପ୍ରଦୂଷଣ ନିୟନ୍ତ୍ରଣକାରୀ ଜାହାଜ ସମୁଦ୍ର ପହରଦାରରେ କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri