Posted inଖେଳ

ଅନ୍‌ଲାଇନ୍‌ ଚେସ୍‌: ବିକାଶ ଚାମ୍ପିୟନ

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୭ମ ଅନ୍‌ଲାଇନ୍‌ ଚେସ୍‌ରେ ପ୍ରଭୁଜୀ ଇଂଲିଶ୍‌ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ଖେଳରେ ବିକାଶ ସମ୍ପୂର୍ଣ୍ଣ ୬ ପଏଣ୍ଟ ପାଇଥିଲେ। ଏଥିରେ ଆଦିତ୍ୟ ନାରାୟଣ ମହାନ୍ତି ( ୫ ପଏଣ୍ଟ) ଦ୍ୱିତୀୟ ଓ ସାଇ ଅମୃତ ପରିଜା(୪.୫) ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ନୀତୀଶା ସୁର୍‌ ଶ୍ରେଷ୍ଠ ବାଳିକା ଖେଳାଳି ବିବେଚିତ ହୋଇଛନ୍ତି। ୯ ବର୍ଷରୁ କମ୍‌ ବର୍ଗରେ ଶିବାଶିଷ ସିଂ ନିଲିଶା ନିବେଦିତା, ଧ୍ରୁବ ଏବଂ ୭ ବର୍ଷରୁ କମ୍‌ ବର୍ଗରେ ଅର୍ନବ ବିଶ୍ୱାଳ, ସାରାଂଶ ସାହୁ ଓ ଶୁଭସ୍ମିତା ପ୍ରିୟଦର୍ଶିନୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଚେସ୍‌ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ଓଡ଼ିଶା, ବାହାର ରାଜ୍ୟ ଏବଂ ବିଦେଶର କିଛି ଖେଳାଳି ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା-ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ବାତିଲ

ଏଡିନବର୍ଗ, ୧୯।୫- ଶ୍ରୀଲଙ୍କା ଓ ଘରୋଇ ସ୍କଟ୍‌ଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍‌...

ଆଇସିସି ପ୍ୟାନେଲରେ ୨ ଭାରତୀୟ ମହିଳା ଅମ୍ପାୟର

ମୁମ୍ବାଇ, ୧୯।୩ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଡେଭ୍‌ଲପମେଣ୍ଟ ଅମ୍ପାୟର ପ୍ୟାନେଲରେ ଦୁଇଜଣ ଭାରତୀୟ ମହିଳା ଅମ୍ପାୟର ସ୍ଥାନ ପାଇଛନ୍ତି। ସୋମାନେ ହେଲେ ମୁମ୍ବାଇର...

ଷ୍ଟୋକ୍ସ ୱିଜ୍‌ଡେନର ଶ୍ରେଷ୍ଠ ଖେଳାଳି

କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜ୍‌ଡେନର ବୁଧବାର ପ୍ରକାଶିତ କ୍ରିକେଟର୍ସ ଅଲ୍‌ମାନାକ ୨୦୨୦ ସଂସ୍କରଣରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଲିଡିଂ କ୍ରିକେଟର ଇନ୍‌ ଦି...

ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି

କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍‌ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ...

ମୁମ୍ବାଇ ଷ୍ଟାଇଲରେ ଜିତିଲା ଆରସିବି

ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍‌ରେ ୧୫୦ ରନ୍‌ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ...

ଟାଇଟଲରୁ ସାନିଆଙ୍କ ଅଲିମ୍ପିକ୍ସ ବର୍ଷ ଆରମ୍ଭ

ହୋବାର୍ଟ,୧୮।୧- ଦୀର୍ଘ ଦୁଇ ବର୍ଷ ପରେ କୋର୍ଟକୁ ଫେରିଥିବା ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ ପାର୍ଟନର ନାଡିଆ କିଚେନୋକଙ୍କ ସହ ମିଶି...

ନେମାରଙ୍କୁ କରୋନା

ପ୍ୟାରିସ, ୪ା୯: ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ (ପିଏସ୍‌ଜି)ର ଷ୍ଟାର ଖେଳାଳି ନେମାର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସ୍ପାନିଶ ଦ୍ୱୀପାଞ୍ଚଳ ଇବିଜାରେ ଛୁଟି କଟାଇ...

ଆଇପିଏଲ୍‌ ପୂର୍ବରୁ ଦିଲ୍ଲୀକୁ ଝଟ୍‌କା; ଖେଳିବେନି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ଦୁବାଇ, ୨୭।୮: ବିଶ୍ୱର ଶ୍ରେଷ୍ଠ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ...

Advertisement
Ten Cric Info


Archives

Model This Week