Posted inଖେଳ

ଅନ୍ୟ ରାଜ୍ୟରୁ ଖେଳିବେ ଦିଣ୍ଡା

କୋଲକାତା, ୨୨ା୬ (ପି.ଟି.): ଭେଟେରାନ ପେସ୍‌ ବୋଲର ଅଶୋକ ଦିଣ୍ଡା କହିଛନ୍ତି, ସେ ରାଜନୀତିର ଶିକାର ହୋଇଛନ୍ତି। ଏହି କାରଣରୁ ଗତବର୍ଷ ରଣଜୀ ଟ୍ରଫିର ମଧ୍ୟଭାଗରେ ଶୃଙ୍ଖଳାଗତ କାରଣରୁ ବେଙ୍ଗଲ ଦଳରୁ ସେ ବାଦ୍‌ ପଡ଼ିଥିଲେ। ଆସନ୍ତା ସିଜନରେ କିନ୍ତୁ ସେ ଏକ ନୂଆ ଟିମ୍‌ରେ ଯୋଗଦାନ ସହ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛନ୍ତି। ଉତ୍ପଳ ଚାଟାର୍ଜୀଙ୍କ ପରେ ଦିଣ୍ଡା ହେଉଛନ୍ତି ବେଙ୍ଗଲର ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ବୋଲିଂ କୋଚ୍‌ ରଣଦେବ ବୋଷଙ୍କ ସହିତ ବଚସା ଯୋଗୁ ସେ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କୁ ଦଳର ବିଦା ହେବାକୁ ପଡ଼ିଥିଲା। ବେଙ୍ଗଲ ଗତବର୍ଷ ୧୩ ବର୍ଷରେ ପ୍ରଥମ ଥର ରଣଜୀ ଟ୍ରଫିରେ ରନର୍ସଅପ୍‌ ହୋଇଥିଲା। ଦିଣ୍ଡା ଏକ ସାକ୍ଷାତ୍‌କାର ବେଳେ କହିଛନ୍ତି, ସେ ଇତିମଧ୍ୟରେ କେତୋଟି ଦଳ ସହିତ କଥାବାର୍ତ୍ତା କରି ସାରିଛନ୍ତି। ସେ ଖୁବ୍‌ଶୀଘ୍ର ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି)ଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ପାଇଁ ଆବେଦନ କରିବେ। ଦିଣ୍ଡା ୧୧୬ଟି ପ୍ରଥମଶ୍ରେଣୀ କ୍ରିକେଟ ଖେଳି ସେଥିରେ ୪୨୦ ଉଇକେଟ ଅକ୍ତିଆର କରିଛନ୍ତି। ସେ କହିଛନ୍ତି ଆଜିକାଲି ସବୁଠାରେ ପକ୍ଷପାତିତା ଓ ରାଜନୀତି ଚାଲିଛି। ନିକଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହାର ଶିକାର ହୋଇ ପରଲୋକଗମନ କରିଛନ୍ତି। ହେଲେ ମୁଁ ମାନସିକ ସ୍ତରରେ ସୁଦୃଢ। ମୋ ମନୋବଳକୁ କେହି ଭାଙ୍ଗି ପାରିବେ ନାହିଁ। ଅନ୍ୟ କେତେକ ରାଜ୍ୟରୁ ଖେଳିବା ଲାଗି ମୋତେ ଅଫର ଆସିଛି। ସେମାନଙ୍କ ସହିତ ମୁଁ ଆଲୋଚନା ମଧ୍ୟ କରିଛି। ହେଲେ ଆସନ୍ତା ସିଜନରେ ମୁଁ କେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରିବି ତାହା ଚୂଡ଼ାନ୍ତ କରି ନାହିଁ ବୋଲି ଭାରତ ତରଫରୁ ୧୩ ଅନ୍ତର୍ଜାତୀୟ ଦିନିକିଆ ଓ ୯ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା ଦିଣ୍ଡା କହିଛନ୍ତି। ୯୧ଟି ମ୍ୟାଚରେ ୩୧୭ ପ୍ରଥମଶ୍ରେଣୀ ଉଇକେଟ ଅକ୍ତିଆର କରିଥିବା କୋଚ୍‌ ବୋଷ୍‌ଙ୍କୁ ଦିଣ୍ଡା ସର୍ବସାଧାରଣରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଆଚରଣ ପାଇଁ ଦିଣ୍ଡା କ୍ଷମାପ୍ରାର୍ଥନା ପାଇଁ ମନା କରିଦେଇଥିଲେ ବରଂ ବୋଷ୍‌ ଟିମ୍‌ରେ ବିଭାଜନ ସୃଷ୍ଟିି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri