ଅନ୍ଧାରରେ ଅଧା ସହର

ଅନୁଗୋଳ ଅଫିସ,୧୦।୯

ଚୁକ୍ତି ନବୀକରଣ ହୋଇ ନ ଥିବାରୁ ପୌରପାଳିକାରେ କାର୍ଯ୍ୟ କରୁଥିବା ୨୨ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆଉ ଅଫିସ ଆସୁନାହାନ୍ତି। ଫଳରେ ପୌରସଂସ୍ଥାରେ କର୍ମଚାରୀ ଅଭାବ ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ପୌରପାଳିକାର ବିଭିନ୍ନ କାର୍ଯ୍ୟ ଉପରେ ପଡ଼ୁଛି। କେଉଁଠି ଅଳିଆ ଲୋଡ୍‌ ହୋଇଥିଲେ ବି ଚାଳକ ନ ଥିବାରୁ ଟ୍ରାକ୍ଟର ଗଡ଼ିପାରୁନି ତ ଆଉ କେଉଁଠି ଜଳୁ ନ ଥିବା ଲାଇଟ୍‌ ମରାମତି ହୋଇପାରୁ ନାହିଁ। ଫଳରେ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଜମି ରହିଥିବା ବେଳେ ଅଧା ସହର ରାତିରେ ଅନ୍ଧକାର ରହୁଥିବା ସହରବାସୀ ଅଭିଯୋଗ କରୁଛନ୍ତି।
ସହରବାସୀଙ୍କ କହିବା ଅନୁଯାୟୀ, ଅଫିସ ଆସୁ ନ ଥିବା ଠିକା କର୍ମଚାରୀମାନେ ଇଞ୍ଜିନିୟରିଂ, ସୁରକ୍ଷା, ବିଦ୍ୟୁତ୍‌ ବିଭାଗ ସହ ମ୍ୟୁଜିକ ଶିକ୍ଷକ, ଟଲି ଓ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ଅଭାବ ଏବେ ପୌରପାଳିକାରେ ଅନୁଭବ ହେଉଛି। କାରଣ ଏସବୁ କାର୍ଯ୍ୟ କରିବାକୁ ପୌରସଂସ୍ଥା ପାଖରେ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି। ତେଣୁ ସହରରେ ସମସ୍ତ ସୁବିଧା ଥିଲେ ମଧ୍ୟ ସେଗୁଡ଼ିକ ଅକାମି ହୋଇପଡ଼ିଛି। ଏପରି କି ପୌର କାର୍ଯ୍ୟାଳୟ ସହ ଟାଉନ ହଲ, କଳାକେନ୍ଦ୍ର ଓ କଲ୍ୟାଣ ମଣ୍ଡପକୁ ରାତିରେ ସୁରକ୍ଷା କିଏ ଦେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ତିନି ଦିନ ତଳେ ଟାଉନ ହଲର କାଚକୁ କେହି ଦୁର୍ବୃତ୍ତ ଟେକା ମାରି ଭାଙ୍ଗି ଦେଇଥିବା ସୂଚନା ମିଳିଛି। କାଳେ ଏହି ଘଟଣା ଜଣାପଡ଼ିଯିବ ସେଥିପାଇଁ ତାହାକୁ ତୁରନ୍ତ ହଟାଇଦିଆଯାଇଛି। ହେମସୁରପଡ଼ା, ମେଡିକାଲ ଛକରୁ ମାଛ ମାର୍କେଟ, ତାମ୍ରିତ କଲୋନୀ, ବିଜୁ ମଇଦାନ ରାସ୍ତା, ସୁସୁଡ଼ା ରୋଡ ଆଦିରେ ଥିବା ଲାଇଟ୍‌ ରାତିରେ ଜଳୁନାହିଁ। ସେହିପରି ଟଲି ଓ ଟ୍ରାକ୍ଟର ଚାଳକ ନ ଥିବାରୁ ଅଳିଆ ବୋଝେଇ ଗାଡ଼ିଗୁଡ଼ିକ କଳାକେନ୍ଦ୍ର ଠାରେ ଠିଆହୋଇ ରହିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ପୌରପାଳିକା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ର କହିଛନ୍ତି, ସମ୍ପୃକ୍ତ ଠିକା କର୍ମଚାରୀଙ୍କ ଚୁକ୍ତି ନବୀକରଣ ନେଇ ଫାଇଲ ଜିଲାପାଳଙ୍କ ନିକଟକୁ ଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଶାସନ ଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ

କାକଟପୁର, ୧୭।୫(ଡି.ଏନ୍‌.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍‌ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର...

ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ମହିଳା ସଂରକ୍ଷଣ ନ କଲେ ଇତିହାସ କ୍ଷମା ଦେବନି : ନବୀନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଶନିବାର ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ ବୋଲି...

ବିଜୁ ସେତୁ ଯୋଜନା ଲୋକଙ୍କ ପାଇଁ ପ୍ରହସନ: ବିଦ୍ୟୁତ୍‌ ତାରରେ ନଦୀ ପାର ହେଉଛନ୍ତି ମୋହନା ବ୍ଲକବାସୀ

ଆର.ଉଦୟଗିରି,୨୦ା୧୦(ଡି.ଏନ.ଏ.):ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ଯେପରି ଲୋକଙ୍କ ପାଇଁ ପ୍ରହସନ ପାଲଟିଛି।...

ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ: ଜାଣନ୍ତୁ କାହାକୁ ମିଳିବ ଅନୁମତି

ଭୁବନେଶ୍ୱର, ୧୩।୫(ବ୍ୟୁରୋ): କରୋନା ଲକ୍ଷଣ ନ ଥିବା ରୋଗୀଙ୍କୁ ଏଣିକି ହୋମ୍‌ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନ ଥିବା ବା ସାମାନ୍ୟା ଲକ୍ଷଣ ଥିବା...

ଜେଲ ଗଲେ ଚିଲିକା ବିଧାୟକ

ଭୁବନେଶ୍ୱର,୮ା୧୦: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ଜେଲ ଯିବାକୁ ପଡିଛି। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଶୁକ୍ରବାର ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି। ଫଳରେ...

ସରିଲା ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ସାଆନ୍ତାଣୀ

ପୁରୀ ଅଫିସ, ୯।୭: ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଗହଳି। ଜନ୍ମବେଦିରେ ଲୀଳାଖେଳା କରୁଛନ୍ତି ଦାରୁବିଗ୍ରହ। ମହାପ୍ରଭୁଙ୍କ ମାନବୀୟ...

ବିବାହ ପାଇଁ ଚାଲି ଚାଲି ଯାଆନ୍ତି ବରକନ୍ୟା

ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ ଅଞ୍ଚଳବାସୀଙ୍କ ଗମନାଗମନରେ ବାଧକ ସାଜିଛି। କାହିଁ କେଉଁ...

ପ୍ରକାଶ ପାଇଲା ଯୁକ୍ତ ୩ ମେଧା ତାଲିକା: ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହେଲେ ୩୯,୮୮୪ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୭।୯(ବ୍ୟୁରୋ): ଯୁକ୍ତ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୯,୮୮୪ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଥିବା ଉଚ୍ଚଶିକ୍ଷା...

Advertisement
Archives

Model This Week