ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ

କପ୍ତିପଦା,୧୩ା୬(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଏହି କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଥିଲାବାଲା କାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଫଳରେ ବହୁ ବିଧବା, ଗରିବ ଓ ଅସହାୟ ଲୋକ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। କେତେଜଣ ନିର୍ଦ୍ଦିଷ୍ଟ ଦଲାଲ ଧନୀକ ଶ୍ରେଣୀର ଲୋକଙ୍କଠାରୁ ଟଙ୍କା ଆଦାୟ କରି ଏହି କାର୍ଡ ପ୍ରଦାନରେ ସହାୟତା କରୁଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର କପ୍ତିପଦା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ କପ୍ତିପଦା ବିଡିଓଙ୍କୁ ପ୍ରଦାନ କରାଯାଇଛି। ଏହାର ନକଲ ଜିଲା ଯୋଗାଣ ଅଧିକାରୀ, ଭିଜିଲାନ୍ସ ଡିଏସପି, ବାରିପଦା ଓ କପ୍ତିପଦା ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାଯର୍‌ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଭିନ୍ନକ୍ଷମ ମଞ୍ଚ ଓ ଡିଏଲସି ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କପ୍ତିପଦା ଯୋଗାଣ ଅଧିକାରୀ ଭାସ୍କର ବାରିକ୍‌ଙ୍କୁ ପଚାରିବାରୁ ୩୦ଟା ପାଖାପାଖି ରାଶନକାର୍ଡ ଧରି ସେମାନେ ମୋ ପାଖକୁ ଆସି ଏ ସବୁକୁ ଅନ୍ତ୍ୟୋଦୟ କାର୍ଡ କରିବାକୁ କହିଥିଲେ। ଟାର୍ଗେଟ ଆସିଲେ ଏସବୁକୁ ପଞ୍ଚାୟତସ୍ତରରେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମୁଁ ସେମାନଙ୍କୁ କହିଥିଲି ା ମାତ୍ର ସେମାନେ ଗାଳିଗୁଲଜ କରିବା ସହିତ ମୋତେ ଧମକ ଦେଇଥିଲେ। ଏ ନେଇ ମୁଁ ଥାନାରେ ଅଭିଯୋଗ କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri