ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ:ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ସରଳୀକରଣ ହେବ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ରାଜ୍ୟର ୩୦ଟି ଯାକ ଜିଲାରେ ସମନ୍ବିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସରଳୀକରଣ କରାଯିବ। ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ମଙ୍ଗଳବାର ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ କହିଛନ୍ତି, ଧଳାବାଡ଼ି ଦୃଷ୍ଟିବାଧିତଙ୍କ ସ୍ବଚ୍ଛନ୍ଦ ଯାତାୟାତ ଓ ସ୍ବାବଲମ୍ବନଶୀଳତା ପାଇଁ ଉଦ୍ଦିଷ୍ଟ। ସେମାନଙ୍କ ସୁରକ୍ଷା ଓ ସ୍ବାଧୀନତାର ପ୍ରତୀକ ଭାବେ ଧଳାବାଡ଼ି ସହାୟକ ହୋଇଛି ବୋଲି ମନ୍ତ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।
ଦୃଷ୍ଟିବାଧିତଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ସମ୍ମାନ ଦେବା ସହ ଧଳାବାଡ଼ିର ମର୍ଯ୍ୟାଦାକୁ ସର୍ବସାଧାରଣରେ ପ୍ରତିଷ୍ଠିତ କରିବା ନିମନ୍ତେ ମିଳିତ ଜାତିସଂଘ ଦ୍ୱାରା ୧୯୯୧ରୁ ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ ପାଳନ କରାଯାଇଥାଏ ା ଧଳାବାଡ଼ି ଦୃଷ୍ଟିବାଧିତଙ୍କ ହାତ ଓ ବାହୁକୁ ସଶକ୍ତ କରେ। ଫଳରେ ସେମାନେ ଯେକୌଣସି ପରିସ୍ଥିତିକୁ ଶୀଘ୍ର ଓ ବିଶ୍ୱାସର ସହିତ ସାମ୍ନା କରିପାରନ୍ତି ବୋଲି ଉପସ୍ଥିତ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପାରାଦୀପ ଫସ୍‌ଫେଟସ୍‌ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୁଜିତ ମିଶ୍ର, କାର୍ଯ୍ୟକ୍ରମର ସହଯୋଗୀ ଅନୁଷ୍ଠାନ ଆନନ୍ଦ ଚାରିଟେବୁଲ୍‌ ଟ୍ରଷ୍ଟ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମହାନ୍ତି, ବିଚ୍ଛନ୍ଦ ୱେଲ୍‌ଫେୟାର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରକାଶ ଚନ୍ଦ୍ର ମହାପାତ୍ର, ସୌଭାଗ୍ୟ ରାଉତରାୟ ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ମହମ୍ମଦ ଇମ୍ରାନ୍‌ ଅଲ୍ଲୀଙ୍କ ରଚିତ ବ୍ରେଲି ପୁସ୍ତକ ‘ମିଶନ: ଆନସର୍‌ ଟୁ କ୍ୟାନସର୍‌’ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ମନ୍ତ୍ରୀ ପଣ୍ଡା ଦୃଷ୍ଟିବାଧିତମାନଙ୍କୁ ଧଳାବାଡ଼ି ବିତରଣ କରିଥିବାବେଳେ ଏହି ଅବସରରେ ଏକ ଧଳାବାଡ଼ି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମରଙ୍କ ବିସ୍ଫୋରକ ବୟାନ: ଆଗକୁ ବହୁତ କିଛି ଘଟିବାକୁ ଯାଉଛି, କେବଳ BJP ନୁହେଁ…

ଭୁବନେଶ୍ୱର,୧୫।୧୦: ବିଜେଡ଼ିରେ ନ ଥିବା କହି ଚର୍ଚ୍ଚାର ପରିସରକୁ ଆସିଥିବା ଅମର ପ୍ରସାଦ ଶତପଥୀ ମଙ୍ଗଳବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଗକୁ ଓଡ଼ିଶା...

ଏହି ଦିନ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୫।୧୦:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ଜନ୍ମମାଟି ମୟୂରଭଞ୍ଜ ଜିଲାକୁ ଯାଇ ବହୁ ପ୍ରତୀକ୍ଷିତ ୩ଟିି ନୂତନ...

ହାତୀ ଘଉଡାଇବାବେଳେ ଅଘଟଣ: ମାଡ଼ିଗଲା ଟ୍ରେନ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଟ୍ରେନ୍‌ ଲାଇନ୍‌ରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ବନ ବିଭାଗ ହାତୀପଲ ଘଉଡାଇବା ବେଳେ ଏକ ଟ୍ରେନ୍‌ ଧକ୍କାରେ ୨...

ନଦୀରେ ଗାଧୋଉଥିଲେ ଦୁଇ ଯୁବତୀ : ମାଡ଼ି ଆସିଲା ପାଣି

ଭବାନୀପାଟଣା/ନର୍ଲା,୧୫।୧୦ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ବିଲାଟ ଗ୍ରାମରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିକଟିସ୍ଥ...

ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’

ଭୁବନେଶ୍ୱର,୧୫।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ...

ବ୍ୟବସାୟଙ୍କଠାରୁ ଟଙ୍କା ଲୁଟିନେଲେ ୪ ୱେବ ଖବରଦାତା: ଧରିଲା ପୋଲିସ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପୋଲିସ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ୫ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ...

କୋର୍ଟ ଆଗରେ ଦମ୍ପତିଙ୍କ ହାଇଡ୍ରାମା: ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି ଥାନାକୁ ଟାଣିନେଲେ ପ୍ରଥମ ସ୍ତ୍ରୀ

କଟକ,୧୫।୧୦: କଟକ ଜିଲା ବାଙ୍କୀ କୋର୍ଟ ଆଗରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି...

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଭଉଣୀ-ଭାଇ: ଚାଲିଗଲା ଜୀବନ

ବାଲିଅନ୍ତା,୧୫।୧୦: ବାଲିଅନ୍ତା ଥାନା ସୁବାଳ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଭଉଣୀ, ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଭଉଣୀ, ଭାଇଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri