Posted inଖେଳ

ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ ଅବସରରେ ଓ୍ବେବିନାର୍‌

ନୂଆଦିଲ୍ଲୀ, ୨୪ା୬: ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ ଅବସରରେ ନାଭାଲ ଟାଟା ହକି ଏକାଡେମୀ ସହଯୋଗରେ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କ୍ରୀଡ଼ା କିମ୍ବଦନ୍ତୀ ଏବଂ ପ୍ରଶାସକମାନଙ୍କୁ ନେଇ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଲୋଚନାର ବିଷୟବସ୍ତୁ ଥିଲା ‘ ମୋମେଣ୍ଟମ ଟୁଓ୍ବାଡର୍‌ସ ପୋଷ୍ଟ କୋଭିଡ୍‌-୧୯ ଅଲିମ୍ପିକ୍ସ’। ଏଥିରେ ଲିଆଣ୍ଡର ପେସ୍‌, ଅଭିନବ ବିନ୍ଦ୍ରା, ଅଞ୍ଜୁ ବବି ଜର୍ଜ ଓ ନେଦରଲାଣ୍ଡର ପୂର୍ବତନ ଡ୍ରାଗ୍‌ ଫ୍ଲିକ୍‌ ସ୍ପେଶାଲିଷ୍ଟ ଫ୍ଲୋରିସ ବୋଭେଲାଣ୍ଡର ଆଦି କ୍ରୀଡ଼ା କିମ୍ବଦନ୍ତୀଙ୍କ ସହ ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା, ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଯୁବକ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଭିନିଲ୍‌ ଆର୍‌. କ୍ରିଷ୍ଣା, ଟାଟାଷ୍ଟିଲ କର୍ପୋରେଟ୍‌ ସର୍ଭିସେସ୍‌ର ଉପସଭାପତ ତଥା ହକି ଏସ୍‌ ଫାଉଣ୍ଡେଶନର ଚେୟାରମ୍ୟାନ ଚାଣକ୍ୟ ଚୌଧାରୀ ଓ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ପ୍ରମୁଖ ଅଂଶଗ୍ରଣ କରିଥିଲେ। ଅଲିମ୍ପିକ ଗେମ୍ସରେ ସଫଳତା ହାସଲ କରିବାକୁ ହେଲେ ମିଳିମିଶି କାର୍ଯ୍ୟକରିବା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା। ଓ୍ବେବିନାରର ପରିଚାଳନା କରିଥିଲେ ପୂର୍ବତନ କ୍ରିକେଟର ଦୀପ୍‌ ଦାସଗୁପ୍ତା। ଏହି ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ବାତ୍ରା କହିଥିଲେ ଆସନ୍ତା ବର୍ଷଆମପାଇଁ ଗୁରୁତ୍ୱପୂର୍ଣ୍ଣ। ଅଲିମ୍ପିକ୍ସ ପାଇଁ ଆମ ଦେଶରୁ ଇତିମଧ୍ୟରେ ୭୮ଜଣ ଯୋଗ୍ୟତା ହାସଲ କରିସାରିଛନ୍ତି। କରୋନାଭାଇରସ୍‌ର ପ୍ରଭାବ ଥମିଯିବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ କ୍ୱାଲିଫାଇଂ ମିଟ୍‌ ଆରମ୍ଭ ହୋଇଗଲେ ଭାରତ ଟୋକିଓ ଗେମ୍ସକୁ ରେକର୍ଡ ସଂଖ୍ୟକ ୧୨୫ ଆଥଲେଟ ପଠାଇବ ବୋଲି ସେ ଦୃଢ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ନ୍ୟାସ ନିଷ୍ପତ୍ତିରୁ ୟୁଟର୍ନ

କଲମ୍ବୋ,୧୩।୧: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବାର ଦିନ କେଇଟାରେ ନିଷ୍ପତ୍ତିରୁ ୟୁଟର୍ନ ନେଇଛନ୍ତି ଶ୍ରୀଲଙ୍କା ଖେଳାଳି ଭାନୁକା ରାଜପାକ୍ଷେ। ଏ ନେଇ ଶ୍ରୀଲଙ୍କା...

ଓ୍ବାର୍ନରଙ୍କ ଉଇକେଟ୍‌ ନେବାପରେ ୫୦ ହଜାର ଟଙ୍କାର ଉପହାର ଜିତିଲେ ଆର୍ଚର

ଦୁବାଇ, ୧୨।୧୦: ଇଂଲଣ୍ଡର ଷ୍ଟାର୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ରବିବାର...

ଅନ୍ତିମ ଦିବସରେ ଖେଳିପାରିଲେନି: ସ୍ମିଥ୍‌ ଟେଷ୍ଟ ଇତିହାସରେ ମାର୍ନସ ପ୍ରଥମ ବଦଳ ଖେଳାଳି

ଲଣ୍ଡନ, ୧୯ା୮(ଏଏଫ୍‌ପି)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ଆଶେସ ସିରିଜର ୨ୟ ଟେଷ୍ଟ ମ୍ୟାଚ୍‌ର ୫ମ ଦିନ ଖେଳରୁ ବରିଷ୍ଠ ଅଷ୍ଟ୍ରେଲୀୟ...

କୋଭିଡ୍‌-୧୯ ଲଢେଇ: ବହୁମୂଲ୍ୟ ଦେଇ ମୁସ୍‌ଫିକରଙ୍କ ବ୍ୟାଟ୍‌ କିଣିଲେ ଆଫ୍ରିଦି

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛନ୍ତି। ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫକର ରହିମ କୋଭିଡ-୧୯ ମହାମାରୀ...

କେକେଆର୍‌କୁ ଝଟ୍‌କା: ଆଇପିଏଲ୍‌ ୨୦୨୩ରେ ଖେଳିବାକୁ ମନା କରିଦେଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ମେଲବୋର୍ନ,୧୫।୧୧: ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ୍‌ କମିନ୍ସ। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଯୋଗୁ ସେ ଏଭଳି...

କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ, ୩ ଓ୍ବିକେଟରେ ହାରିଲା ଜିଟି…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚରେ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ (କେକେଆର) ସଂଘର୍ଷପୂର୍ଣ୍ଣ ବିଜୟ...

କୁକୁରର ନାମ ଏମିତି ରଖିଲେ ଓ୍ବାଶିଂଟନ୍‌ ସୁନ୍ଦର: ଏବେ ହେଉଛି ଚର୍ଚ୍ଚା

ଭାରତୀୟ କ୍ରିକେଟର୍‌ ୱାଶିଂଟନ ସୁନ୍ଦରଙ୍କ ପାଇଁ ଏବେ ଏକ ସୁବର୍ଣ୍ଣ ସମୟ ଚାଳିଛି। ଅଷ୍ଟ୍ରେଲିଆରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା।...

ବିଜୁଙ୍କ ଜୟନ୍ତୀରେ ମିନି ମାରାଥନ

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ମିନି ମାରାଥନ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ...

Advertisement
Archives

Model This Week