Posted inଫୁରସତ

ଅନ୍ତରୀକ୍ଷରୁ ଆସିଥାଏ ସୁନା

ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱରେ ସୁନାର ଚାହିଦା ଅଧିକ। ଏହି ହଳଦିଆ ରଙ୍ଗ ଧାତୁର ଉତ୍ପତ୍ତି ନେଇ ଅନେକ ତର୍କ ବିତର୍କ ରହିଛି। ଏହା କେଉଁଠୁ ଏବଂ କେମିତି ଆସୁଛି ସେନେଇ ବୈଜ୍ଞାନିକଙ୍କ ପାଖରେ ସଠିକ୍‌ ତଥ୍ୟ ନାହିଁ। ମାତ୍ର କିଛି ବୈଜ୍ଞାନିକ କୁହନ୍ତି, ପୃଥିବୀପୃଷ୍ଠରେ ଥିବା ସୁନା ପୃଥିବୀର ସମ୍ପତ୍ତି ନୁହେଁ। ଏହା ଅନ୍ତରୀକ୍ଷରୁ ଉଲ୍‌କାପିଣ୍ଡ ଜରିଆରେ ଆସିଥାଏ।

ବୈଜ୍ଞାନିକ ଜନ୍‌ ଏମ୍‌ସ୍ଲି କୁହନ୍ତି, ଏହି ଧାତୁ ଉଲ୍‌କାପିଣ୍ଡ ରୂପରେ ପୃଥିବୀକୁ ଆସିଥାଏ। କାରଣ ଏହା ପୃଥିବୀର ବାହାର ଅଂଶରୁ ମିଳିଥାଏ। ସୁନାର ଉପଲବ୍ଧତା ବିଷୟରେ କିଛି ବର୍ଷ ଧରି ଚର୍ଚ୍ଚା ହୋଇଆସୁଥିବା ବେଳେ ବୈଜ୍ଞାନିକମାନେ ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ପୃଥିବୀର ପ୍ରାୟ ୨୫ ମାଇଲ୍‌ ମୋଟେଇ ବାହାର ଅଂଶରେ ମିଶୁଥିବା ୧୦୦୦ ଟନ୍‌ ଧାତୁରେ କେବଳ ୧.୩ ଗ୍ରାମ ସୁନା ରହିଥାଏ।


ଲଣ୍ଡନର ଇମ୍ପରିୟଲ କଲେଜର ଭୂଗର୍ଭଶାସ୍ତ୍ରୀ ମଥିଆ ବିଲ୍‌ବୋଲ୍ଡ କୁହନ୍ତି, ଉଲ୍‌କାପିଣ୍ଡରେ କିଛିମାତ୍ରାରେ ସୁନା ରହିଥାଏ। କରାଯାଇଥିବା ସିଦ୍ଧାନ୍ତ ଉଲ୍‌କାପିଣ୍ଡର ଗତିବିଧି ସହିତ ମେଳ ଖାଉଛି। ଯେଉଁଥିରୁ ବୈଜ୍ଞାନିକମାନେ ଏହା ଅନୁମାନ କରୁଛନ୍ତି। ଏହି ଘଟଣା ପ୍ରାୟ ୩.୮ ଅରବ ବର୍ଷ ପୂର୍ବରୁ ଘଟିଥିଲା। ୧୯୭୦ ଦଶକରେ ଆପୋଲୋ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଉଲ୍‌କାପିଣ୍ଡ ଜରିଆରେ ପୃଥିବୀକୁ ସୁନା ଆସିଥିବା ସିଦ୍ଧାନ୍ତ ନିଆଯାଇଥିଲା। ଚନ୍ଦ୍ରପୃଷ୍ଠରୁ ନିଆଯାଇଥିବା ନମୁନାରୁ ଜଣାପଡ଼ିଛି, ଅନ୍ତରୀକ୍ଷରୁ ରେଡିୟମଯୁକ୍ତ ଉଲ୍‌କାପିଣ୍ଡ ଖସିଥିଲା। ପରୀକ୍ଷା କରାଯିବାରୁ ଏଥିରେ ସୁନା ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନର ଘରେ ଘରେ ପାଳିତ ପଶୁ

ଟୋକିଓ: ଘରେ ପାଳିତ ପଶୁ ରଖିବା ଏବେ ଅନେକ ଲୋକଙ୍କ ସଉକ ପାଲଟିଛି। ବର୍ତ୍ତମାନର ଅଧୁନିକ ଯୁଗରେ ଏହା ଏକ ଟ୍ରେଣ୍ଡ ପାଲଟିଛି। ପ୍ରତ୍ୟେକ ଦେଶର...

ମାଙ୍କଡ଼ ପାଇଁ ଚିନ୍ତାରେ ମଦ ଦୋକାନୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଇ ବରେଲିରେ ଗୋଟିଲ ମାଙ୍କଡ଼ ସ୍ଥାନୀୟ ମଦ ଦୋକନୀଙ୍କ ଚିନ୍ତା ପାଲଟିଯାଇଛି, ଯାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ...

ଜିଭରେ ନାକକୁ ଛୁଇଁ ରେକର୍ଡ

ବେଙ୍ଗାଲୁରୁ: ବଡ଼ମାନେ ପିଲାମାନଙ୍କ କୌତୁହଳ ପାଇଁ ଅନେକ ଅଜବଗଜବ କାମ କରିବାକୁ କୁହନ୍ତି, ଯାହା ସମସ୍ତଙ୍କ ପକ୍ଷେ ସମ୍ଭବ ପର ହୋଇ ନ ଥାଏ। ଯେମିତି...

ପର୍ଦ୍ଦା ଉପରେ ପରଦା

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଦ୍ଦା କଳାର ଗ୍ରାମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଧଳାପଥର। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପର୍ଦ୍ଦା କଳାର ସୂକ୍ଷ୍ମ କାରୁକାର୍ଯ୍ୟ।...

ଲକ୍ଷ୍ନୌରେ ହାଇଟେକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଲକ୍ଷ୍ନୌ: ଲକ୍ଷ୍ନୌ ନଗର ନିଗମ(ଏଲ୍‌ଏମ୍‌ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଏମ୍‌ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(ଆର୍‌ଏଫ୍‌ଆଇଡି)ଟେକ୍ନୋଲୋଜି ମାଧ୍ୟମରେ ବାର୍‌...

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ...

ପଣ୍ଡିତ ମନ୍ତ୍ରପାଠ କରୁଥିବା ବେଳେ ବେଦୀ ଉପରେ ଶୋଇପଡ଼ିଲେ କନ୍ୟା, ଭିଡିଓ ଦେଖିଲେ…

ବିବାହ ହେଉଛି ପ୍ରତ୍ୟେକ ଝିଅ-ପୁଅଙ୍କ ପାଇଁ ଏକ ସ୍ବପ୍ନ। ପ୍ରତ୍ୟେକ ଯୁବତୀ ଯୁବକ ଉତ୍ସାହର ସହିତ ଜୀବନର ଏହି ବିଶେଷ ଦିନକୁ ଅପେକ୍ଷା କରି ରହିଥାନ୍ତି।...

ଅଧ ସେକେଣ୍ଡରେ ସାନକୁ ବଞ୍ଚାଇଲା ବଡ଼ ଭାଇ , ଭିଡିଓ ଦେଖିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହୃଦୟକୁ ଛୁଇଁଯାଏ। ସେହିଭଳି ଟୁଇଟରରେ ଏବେ...

Advertisement
Archives

Model This Week