Posted inଖେଳ

ଅନୁଷ୍କା, ଦୀପିକାଙ୍କ ମଧ୍ୟରୁ କିଏ ବେଶୀ ହଟ୍‌ ପ୍ରଶ୍ନରେ କ’ଣ କହିଲେ ବୁମରା

ଭାରତୀୟ ପେସର ଯଶପ୍ରୀତ ବୁମରା ଏବେ ଚମତ୍କାର ଫର୍ମରେ ଅଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜରେ ନିଜର ସମ୍ପୂର୍ଣ୍ଣ ଜଲଓ୍ବା ଦେଖାଇଛନ୍ତି। ଏକ ହ୍ୟାଟ୍ରିକ ସହ ୨ ମ୍ୟାଚ୍ରେ ୯.୨୩ ହାରରେ ମୋଟ ୧୩ ଉଇକେଟ ନେଇଛନ୍ତି। ମାତ୍ର ୨୧ ମାସର କ୍ୟାରିଅରରେ ସେ ଆଇସିସି ଟେଷ୍ଟ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ଟପ ୩ରେ ପ୍ରବେଶ କରିସାରିଛନ୍ତି। ଅନଅର୍ଥଡକ୍ସ ବୋଲିଂ ଷ୍ଟାଇଲ ସହ ଉଭୟ ଆଉଟ ଓ ଇନ ସୁଇଙ୍ଗ କରିବାର ଦକ୍ଷତା ତାଙ୍କର ରହିଛି। ସଫଳ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ସାରି ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ନିକଟରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କ୍ରିକେଟ ବ୍ୟତୀତ ଫିଲ୍ମ ଦେଖିବାରେ ରୁଚି ରଖନ୍ତି ବୋଲି କହିଥିଲେ। ତେବେ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ଦୀପିକା ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରୁ କିଏ ବେଶୀ ହଟ୍‌ ବୋଲି ପଚରାଯାଇଥିଲା। ଯାହାର ଉତ୍ତରରେ ସେ ଚୁପ୍‌ ରହିଥିଲେ। କେବଳ ଏତିକି କହିଥିଲେ ଉଭୟ ପ୍ରତିଭାଶଳୀ ଅଭିନେତ୍ରୀ। ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ହୋଇଥିବାରୁ ସେ ଉକ୍ତ ପ୍ରଶ୍ନର ଉତ୍ତର ସିଧା ଦେବାକୁ ପଛାଇଥିଲେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ବିକାଶ

ଅମାନ (ଜୋର୍ଡାନ),୧୦।୩- ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ବିକାଶ କ୍ରିଷ୍ଣନ ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ପ୍ରବେଶ କିରଛନ୍ତି। କିନ୍ତୁ ୫୨ କେଜି ଓଜନ...

ସିରିଜ୍‌ ଜିତିବା ପାଇଁ ଭାରତକୁ ଦରକାର ୩୧୬ ରନ୍‌

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଆଗରେ ଓ୍ବେଷ୍ଟଇଣ୍ଡିଜ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୂର୍ବରୁ...

ପ୍ରଥମରୁ ବିପର୍ଯ୍ୟୟ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓପନର ପାଥୁମ ନିଶାଙ୍କାଙ୍କ ୫୩ ବଲ୍‌ରୁ...

ଧୋନୀଙ୍କ ବିଶ୍ୱକପ୍‌ ବିଜୟୀ ଛକା ସହ ତୁଳନା କଲା ଆଇସିସି

ନୂଆଦିଲ୍ଲୀ,୬।୨: ଟିମ୍‌ ଇଣ୍ଡିଆ ରେକର୍ଡ ୫ମ ଥର ପାଇଁ ହାତେଇଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଇତିହାସରେ ସବୁଠୁ ସଫଳତମ...

କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: କହିଲେ ଭାରତ କରିପାରେ ଏମିତି କାରନାମା

ପୁଣେ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ତାଙ୍କ ଦଳର ବିଜୟ ଆଶା ଛାଡିଛନ୍ତି।...

ସୌରଭ ଗାଙ୍ଗୁଲି ନେଗେଟିଭ୍‌

କୋଲକାତା,୨୬ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ତାଙ୍କ ସାମ୍ପଲ...

ପ୍ରିମିୟର ଲିଗ୍‌: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ

ଲଣ୍ଡନ,୧୫।୯(ଏଏଫ୍‌ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍‌ରେ ମାଞ୍ଚେଷ୍ଟର ସିଟ୍‌ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍‌ ସିଟି ୩-୨ ଗୋଲରେ...

ଦକ୍ଷିଣ ଆଫ୍ରିକାକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସେଣ୍ଟ୍‌ ଜର୍ଜ, ୨୮ା୬(ଏପି)-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୮ଉଇକେଟରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳ ଦ୍ୱାରା ଧାର୍ଯ୍ୟ...

Advertisement
Archives

Model This Week