Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ନାବାଳକ ହୋଇଛନ୍ତି ଗିରଫ: ହାଇକୋର୍ଟ ସୁପ୍ରିମ୍‌କୋର୍ଟକୁ ଦେଲେ ସୂଚନା

ନୂଆଦିଲ୍ଲୀ,୨।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ଜଣା ନାବାଳକଙ୍କୁ ଗିରଫ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ହାଇକୋର୍ଟର କିଶୋର ନ୍ୟାୟ ସମିତି ପକ୍ଷରୁ ସୁପ୍ରିମ୍‌କୋର୍ଟକୁ ସୂଚନା ଦିଆଯାଇଛି। ଏନେଇ ସମିତି ପକ୍ଷରୁ ଏକ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। ଗିରଫ ହୋଇଥିବା ନାବାଳକଙ୍କ ମଧ୍ୟରୁ ୨ ଜଣଙ୍କୁ ସୁଧାର ଗୃହକୁ ପଠାଯାଇଛି। ଅନ୍ୟ ୧୪୨ ନାବାଳକଙ୍କୁ ପରେ ମୁକ୍ତ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଜମ୍ମୁ-କଶ୍ମୀରର ସ୍ଥିତି ନେଇ ସୁପ୍ରିମ୍‌କୋର୍ଟରେ ବାଳ ଅଧିକାର କର୍ମୀ ଏନାକ୍ଷୀ ଗାଙ୍ଗୁଲୀ ଏବଂ ଶାନ୍ତା ସିହ୍ନାଙ୍କ ପକ୍ଷରୁ ଏକ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର ବିଚାରପତି ଏନ୍‌.ବି. ରମଣ, ବିଚାରପତି ଏମ୍‌.ଆର୍‌. ଶାହ ଏବଂ ବିଚାରପତି ବି.ଆର୍‌. ଗଓ୍ବଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଜାରି ରହିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହୁଜେଫା ଅହମ୍ମଦୀଙ୍କ ଅନୁରୋଧ ଅନୁସାରେ ଜମ୍ମୁ-କଶ୍ମୀର ହାଇକୋର୍ଟରୁ ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ରିପୋର୍ଟ ତଲବ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୃତ୍ୟୁସଂଖ୍ୟା ୭୨୩କୁ ବୃଦ୍ଧି: ଚାଇନାରେ ୩୪,୮୦୦ ବ୍ୟକ୍ତି ଆକ୍ରାନ୍ତ, ୨୭ ଦେଶର ୩୩୨ ବ୍ୟକ୍ତି ସଂକ୍ରମିତ

ବେଜିଂ, ୮ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମଣକାରୀଙ୍କ ସଂଖ୍ୟା...

ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ…

ନୂଆଦିଲ୍ଲୀ,୨୭।୧୦: ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନ ପୂର୍ବତନ ସାମ୍ବାଦିକା ଅରୁସା ଆଲାମ। ପଞ୍ଜାବ ରାଜନୀତିରେ ଦିନକୁ ଦିନ ନୂଆ ଚର୍ଚ୍ଚା...

ଶେଷ ନିର୍ବାଚନ ବେଳକୁ ଯଶୱନ୍ତଙ୍କର ସମ୍ପତ୍ତି ଥିଲା ୫୧ ଗାଈ, ୩ ଘୋଡ଼ା, ୩ ବନ୍ଧୁକ

ନୂଆଦିଲ୍ଲୀ,୨୭ ।୯: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କର ରବିବାର ପରଲୋକ ହୋଇଛି । ନିଜକୁ ଜଣେ ପ୍ରଭାବଶାଳୀ...

୧୫ରେ କୃଷକ ଅଧିକାର ଦିବସ ପାଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୯।୧: କୃଷି ଆଇନକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାନୁୟାରୀ ୧୫ରେ କୃଷକ ଅଧିକାର ଦିବସ ପାଳନ କରିବାକୁ କଂଗ୍ରେସ ପକ୍ଷରୁ...

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।...

ଏମପିଙ୍କ ମନ୍ତବ୍ୟ ପରେ ଗାଈ ନେଇ ସୁନା ଋଣ ପାଇଁ ପହଞ୍ଚିଲେ ଏହି ବ୍ୟକ୍ତି

କୋଲକାତା,୭।୧୧:ପଶ୍ଚିମବଙ୍ଗର ହୁଗୁଳି ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭାଜପା ଏମ୍‌ପି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ପରେ ହୁଗୁଳିର ଜଣେ ବ୍ୟକ୍ତି ନିଜର...

୬୦୦ରୁ ୬୦୦ ନମ୍ବର ଆଣି ଇତିହାସ ରଚିଲେ ଦିବ୍ୟାଂଶୀ, ଏହି ବିଷୟରେ କ୍ୟାରିୟର୍‌ ଗଢିବାକୁ ଚାହୁଁଛନ୍ତି

ଲକ୍ଷ୍ନୌ,୧୪।୭: ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ୬୦୦ରୁ ୬୦୦ନମ୍ବର ଆଣି ଇତିହାସ ସୃଷ୍ଟି କରିଛନ୍ତି ଲକ୍ଷ୍ନୌର ଦିବ୍ୟାଂଶୀ। ୧୭ ବର୍ଷୀୟ ଏହି ଛାତ୍ରୀ ଇଂରାଜୀ, ସଂସ୍କୃତ,...

୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ଗଳିପଡିଲେ ୩୦ ଲୋକ: ଆଉ ତା’ପରେ

ଭୋପାଳ, ୧୬।୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ୩୦ ଲୋକ ଗଳିପଡିଛନ୍ତି। ମାଟି...

Advertisement
Archives

Model This Week