ଅନୁଗୋଳ ସିଡିଏମ୍‌ଓଙ୍କ ଖବରଦାତା ସମ୍ମିଳନୀ: ଦଲାଲଙ୍କୁ ଧରିବ ସ୍ବତନ୍ତ୍ର ଟିମ୍‌

ଅନୁଗୋଳ ଅଫିସ, ୩୧।୮- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକ୍ରିୟ ଥିବା ଦଲାଲଙ୍କୁ ଧରିବାକୁ ପଦକ୍ଷେପ ନେବ ମେଡିକାଲ ପ୍ରଶାସନ। ଏଥିପାଇଁ ଗଠନ କରାଯିବ ଏକ ସ୍ବତନ୍ତ୍ର ଟିମ୍‌। ଏହି ଟିମ୍‌ର ସଦସ୍ୟମାନେ ବିଭିନ୍ନ ସମୟରେ ଲୋକଙ୍କୁ ଠକୁଥିବା ଦଲାଲଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଧରି ପୋଲିସ ଜିମା ଦେବ ବୋଲି ଶୁକ୍ରବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିସହ ବିଭିନ୍ନ କାରଣ ଯୋଗୁ ମେଡିକାଲରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ସିଡିଏମ୍‌ଓ କହିଛନ୍ତି।
ସମ୍ମିଳନୀରେ ସିଡିଏମ୍‌ଓ ବେହେରା କହିଲେ ଯେ, କେବଳ ଜିଲାରେ ନୁହେଁ ସାରା ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି। ତେବେ ଜିଲାରେ ଯେତିକି ଡାକ୍ତର ଅଛନ୍ତି ସେଥିରେ ଉତ୍ତମ ସ୍ବାସ୍ଥ୍ୟସେବା ଜିଲାବାସୀଙ୍କୁ ଯୋଗାଇବାକୁ ସମସ୍ତ ଉଦ୍ୟମ କରାଯାଉଛି। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରି ସମସ୍ୟା ସମ୍ପର୍କରେ ଅବଗତ ହେଉଛୁ। ନିକଟରେ ମାଧପୁର ଓ ଖମାର ଡାକ୍ତରଖାନା ଗସ୍ତବେଳେ ଅବ୍ୟବସ୍ଥା ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଥିଲା। ଅସାଧୁ ଉପାୟ ଅବଲମ୍ବନ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲା ଖଣିଜ ପାଣ୍ଠିରେ ନିଯୁକ୍ତି ପାଇଥିବା ୨୪ ଜଣ ଡାକ୍ତରଙ୍କ ମଧ୍ୟରୁ କେତେଜଣ ଚାକିରି ଛାଡିଦେଇଛନ୍ତି। ତେଣୁ ଖାଲି ପଡିଥିବା ପଦବୀଗୁଡିକରେ ପୁନଃନିଯୁକ୍ତି ପାଇଁ ଜିଲା ପ୍ରଶାସନକୁ ଚିଠି ଲେଖା ଯାଇଥିବା ସିଡିଏମଓ କହିଥିଲେ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜି ଲ୍ୟାବରେ ଗତ ଜୁନ୍‌ରେ ରାଜ୍ୟରେ ସର୍ବାଧିକ ୫ ଶହ କଲଚର (ମଳ,ମୁତ୍ର, କଫ, ଷ୍ଟୋନ ଓ ରକ୍ତ) ପରୀକ୍ଷା ହୋଇଥିବା ସିଡିଏମ୍‌ଓ ସୂଚନା ଦେଇଥିଲେ। ଏହି ରେକର୍ଡ ପୂର୍ବରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ନାମରେ ଥିଲା ବୋଲି ସେ କହିଥିଲେ। ଖୁବଶୀଘ୍ର ନୂତନ ଶବ ସଂରକ୍ଷଣ ଗୃହ କାର୍ଯ୍ୟକ୍ଷମ କରାଯିବ। ସରକାର ନୂତନ ଫ୍ରିଜର ଦେଇସାରିଥିବାବେଳେ ଏବେ କେବଳ ଫ୍ରିଜର ସଂଯୋଗ ବାକି ରହିଛି ବୋଲି ସିଡିଏମ୍‌ଓ ବେହେରା କହିଥିଲେ। ନୂତନ ଜେରିଆଟିକ ୱାର୍ଡ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ଜାଗାର ଅଭାବ ରହିଛି। ଏ ନେଇ ଜିଲା ପ୍ରଶାସନ ସହ ଆଲୋଚନା କରାଯାଇଛି। ଏହି ଜାଗା ମିଳିବା ପରେ ଟ୍ରୋମା କେୟାର ସେଣ୍ଟର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନୂଆ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ମେଡିକାଲରେ ଥିବା ଆଉଟପୋଷ୍ଟକୁ ଊନ୍ନତିକରଣ କରିବା ସହ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ମିଳିଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମେଡିକାଲ ପାଚେରିକୁ ଲାଗି ଥିବା ଦୋକାନ ଗୃହ ଉଚ୍ଛେଦ କରିବାକୁ ପୌର ପ୍ରଶାସନକୁ ଚିଠି ଲେଖାଯାଇଥିବା ସେ କହିଛନ୍ତି। ମେଡିକାଲ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସିଡିଏମ୍‌ଓ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ, ଜିଲା ମ୍ୟାଲେରିଆ ଅଧିକାରୀ ବିଶ୍ୱ ପ୍ରକାଶ ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri