ଅନୁଗୋଳ ମେଡିକାଲ ପରିଦର୍ଶନ କଲେ ୫-ଟି ସଚିବ: ବାହାରୁ ମେଡିସିନ୍‌ କିଣାକୁ ନେଇ ଖପ୍ପା

ଅନୁଗୋଳ ଅଫିସ, ୩୦ା୧୦-ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ମଙ୍ଗଳବାର ତାହାର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ପୂର୍ବାହ୍ନ ୧୧ଟା ୫୦ରେ ସଚିବ ମେଡିକାଲରେ ପହଞ୍ଚି ପ୍ରଥମେ ଯକ୍ଷ୍ମା ଓ୍ବାର୍ଡକୁ ଯାଇଥିଲେ। ଏଥିସହ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ୧୫ ଜଣ ରୋଗୀଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟସେବା ସମ୍ପର୍କରେ ବୁଝିଥିଲେ। ତେବେ ଜଣେ ରୋଗୀଙ୍କୁ ବାହାରୁ ମେଡିସିନ୍‌ ଆଣିବାକୁ କୁହାଯାଇଥିବାରୁ ୫-ଟି ସଚିବ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ଖପ୍ପା ହୋଇଥିଲେ। କିନ୍ତୁ ମେଡିକାଲର ପରିମଳ ଓ ସୁବ୍ୟବସ୍ଥାକୁ ନେଇ ସଚିବ ସନ୍ତୋଷ ବ୍ୟକ୍ତ କରିବା ସହ ପରେ ଡାକ୍ତର ଓ ପଦାଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ସଚିବଙ୍କ ସହ ଏନଏଚ୍‌ଏମ୍‌ ଡାଇରେକ୍ଟର ଶାଳିନ୍‌ ପଣ୍ଡିତ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ.କେ. ମୀନା, ଡିଆଇଜି ନରସିଂହ ଭୋଳ, ଜିଲାପାଳ ମନୋଜ କୁମାର ମହାନ୍ତି, ଉପଜିଲାପାଳ ବାସୁଦେବ ଶତପଥୀ, ସିଡିଏମ୍‌ଓ ଡା. ଅମରେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଯକ୍ଷ୍ମା ଓ୍ବାର୍ଡ ବୁଲିବା ପରେ ସଚିବ ପୁରୁଷ ମେଡିସିନ୍‌ ୱାର୍ଡ, ୬ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ରୋଗ ଚିକିତ୍ସା ବିଭାଗ ଆଦି ପରିଦର୍ଶନ କରିଥିଲେ। ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ମେଡିସିନ୍‌ ଓ ପେଡିଆଟିକ୍ସ ୱାର୍ଡରେ ଶଯ୍ୟା ସଂଖ୍ୟା କମ୍‌ ଥିବାରୁ ତାହାକୁ ବୃଦ୍ଧି କରିବାକୁ ସଚିବ ପ୍ରସ୍ତାବ ଦେଇଥିଲେ। ପୁରୁଷ ମେଡିସିନ୍‌ ୱାର୍ଡରେ ବାହାରୁ ମେଡିସିନ୍‌ କିଣା ହେବା ନେଇ ସିଡିଏମ୍‌ଓଙ୍କୁ ତାଗିଦ୍‌ କରିଥିଲେ। ତୁରନ୍ତ ସମ୍ପୃକ୍ତ ରୋଗୀଙ୍କୁ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସମ୍ମିଳନୀ କକ୍ଷରେ ମେଡିକାଲ କର୍ତ୍ତୃପକ୍ଷ, ଡାକ୍ତର, ମେଡିକାଲ ମ୍ୟାନେଜର, ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀ, ଜିଲା ପ୍ରଶାସନ ସହ ୫-ଟି ସଚିବ ବୈଠକ କରିଥିଲେ। ମେଡିକାଲର ଭିତ୍ତିଭୂମି ବିକାଶ ସହ ଶଯ୍ୟା ସଂଖ୍ୟା ୨ଶହ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ତଳ ମହଲାକୁ ଓପିଡି, ପ୍ରଥମ ମହଲାକୁ ନ୍ୟୁରୋ ଆଇସିୟୁ ସହିତ ଟ୍ରମା କେୟାର, ଦ୍ୱିତୀୟ ଓ ତୃତୀୟ ମହଲାକୁ ୨ଶହ ଶଯ୍ୟା ବିଶିଷ୍ଟ ୱାର୍ଡ କରିବାକୁ ବୈଠକରେ ଆଲୋଚନା କରିଥିଲେ। ଏହି ଅବସରରେ ଡାକ୍ତରଙ୍କ ସହ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ। କମ୍ପ୍ୟୁଟର ଟିକେଟ ପଞ୍ଜୀକରଣ ବ୍ୟବସ୍ଥା ନଭେମ୍ବର ୧ରୁ ଆରମ୍ଭ କରିବା, ବନ୍ଦ ପଡ଼ିଥିବା ଡିଜିଟାଲ ଏକ୍ସ-ରେ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜାତୀୟସ୍ତର ଅଧିସ୍ବୀକୃତି(ଆର୍କିଡେସନ୍‌) ପ୍ରମାଣପତ୍ର କିପରି ହସ୍‌ପିଟାଲକୁ ମିଳିପାରିବ ସେ ନେଇ ସିଡିଏମ୍‌ଓଙ୍କୁ ପରାମର୍ଶ ଦେବା ସହ ପ୍ରତି ମାସରେ ସମୀକ୍ଷା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁଗୋଳ ଜିଲାରୁ ସର୍ବାଧିକ ରାଜସ୍ବ ମିଳୁଥିବାରୁ ମେଡିକାଲରେ ଟଙ୍କା ଖର୍ଚ୍ଚ କରିବାକୁ ସରକାର କୁଣ୍ଠାବୋଧ କରିବେ ନାହିଁ ବୋଲି ସଚିବ କହିଥିଲେ। ତେବେ ୫-ଟି ସଚିବ ଫେରିବା ସମୟରେ ଦୁଇ ଜଣ ବୟସ୍କା ମହିଳା ଏକ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?