ଅନୁଗୋଳ ପୋଲିସର ଜୋରଦାର ଯାଞ୍ଚ

ଅନୁଗୋଳ ଅଫିସ, ୨୬।୨ – ବର୍ଷା ପାଗ ସତ୍ତ୍ୱେ ମଙ୍ଗଳବାର ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଜୋରଦାର ଚେକିଂ କରାଯାଇଛି। ସହର ଉପକଣ୍ଠରେ ନାକାବନ୍ଦୀ କରାଯାଇ ସମସ୍ତ ଗାଡ଼ି ଅଟକାଯାଇ ଯାଞ୍ଚ କରାଯାଇଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ତନଖି ଅପରାହ୍ନରେ ମଧ୍ୟ ଜାରି ରହିଥିଲା। ତେବେ ପାଗ ଏତେ ଖରାପ ସତ୍ତ୍ୱେ ହଠାତ୍‌ ଅନୁଗୋଳ ପୋଲିସ କାହିଁକି ଏପରି ଯାଞ୍ଚ କରିବାକୁ ମନ ବଳାଇଲା ତାହାକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି। କାଳେ ପାଗର ଫାଇଦା ଉଠାଇ ଲୁଟେରାମାନେ କିଛି ବଡ଼ଧରଣର ଲୁଟ୍‌ପାଟ କରିଦେବେ ସେହି ଆଶଙ୍କାରେ ପୋଲିସ ଏପରି ଚେଇଁ ଉଠିଥିବା ଚର୍ଚ୍ଚା ହେଉଛି।
ସହରବାସୀଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଦୁର୍ବୃତ୍ତମାନେ ଅନୁଗୋଳ ପୋଲିସକୁ ଚକ୍‌ମା ଦେବାର ନଜିର ରହିଛି। ଏପରି କି ସ୍ପଷ୍ଟ ଦିବାଲୋକରେ ମଧ୍ୟ ସେମାନେ ରାସ୍ତାରେ ଲୁଟପାଟ କରିବା ସହ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି। ତେଣୁ ପାଗ କୋହଲା ଥିବାରୁ କାଳେ ଲୁଟେରାମାନେ ପୋଲିସକୁ ଚ୍ୟାଲେଞ୍ଜ ଦେବେ ସେହି ଆଶଙ୍କାରେ ସହରରେ ଏପରି ଯାଞ୍ଚ କରାଯାଇଥିଲା। ସହର ଉପକଣ୍ଠ ପଞ୍ଚମହଲା ଓ କୁରୁଡ଼ୁଲରେ ନାକାବନ୍ଦୀ କରି ପୋଲିସ ଗାଡ଼ିଗୁଡ଼ିକ ଯାଞ୍ଚ କରିଥିଲା। କାଗଜପତ୍ର ସହ ଡିକି ଓ ପରିଚୟପତ୍ର ଦେଖିଥିଲା। ଯେଉଁ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଉଥିଲା ସେମାନଙ୍କୁ ଅଧିକ ପଚରା ଉଚରା କରୁଥିଲା। ଅପରାହ୍ନରେ ସହରର ଶୀତଲ ପ୍ଲାଜା ସମ୍ମୁଖରେ ଦୁଇଟି ଗାଡ଼ିରେ ଆସୁଥିବା ରାଜସ୍ଥାନୀ ତାୱା ବ୍ୟବସାୟୀଙ୍କୁ ତଢ଼ିବା ସହ ଥାନାକୁ ନେଇ ପଚରା ଉଚରା କରିଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଏହା ପୋଲିସର ନିୟମିତ ଚେକିଂ। ଯେଉଁମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି ସେମାନଙ୍କୁ ପଚରା ଉଚରା କରାଯାଇ ଛାଡ଼ି ଦିଆଯାଉଛି। ଅନ୍ୟପକ୍ଷରେ ରାଜସ୍ଥାନୀ ତାୱା ବ୍ୟବସାୟୀ କହିଛନ୍ତି, ଭୁବନେଶ୍ୱରରେ ବ୍ୟବସାୟ ସାରି ଦୁଇଟି ଗାଡ଼ିରେ ୯ ଜଣ ଫେରୁଥିଲୁ। ବାଟରେ ବର୍ଷା ପାଇଁ ସୋମବାର ରାତିରେ ଅନୁଗୋଳରେ ରହିଯାଇଥିଲୁ। ରାସ୍ତା ଖର୍ଚ୍ଚ ଉଠିଯିବ ଭାବି ମଙ୍ଗଳବାର ଅପରାହ୍ନ ଯାଏ ରହି ବ୍ୟବସାୟ କରୁଥିଲୁ। କିନ୍ତୁ ଘରକୁ ବାହାରିବା ବେଳକୁ ପୋଲିସ ଥାନାରେ ଆଣି ବସାଇ ଦେଇଥିବା କଥା ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରେ ଖୋଲିବ କୋଭିଡ୍‌ ହସ୍ପିଟାଲ

ଚମ୍ପୁଆ, ୨୩।୪ (ଡି.ଏନ.ଏ.)-ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚମ୍ପୁଆରେ ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଚମ୍ପୁଆରେ ୫୦ ଶଯ୍ୟା...

ମିଳିଲାନି ଦର୍ଶନ, କାନ୍ଦିଲା ଭକ୍ତ ପ୍ରାଣ

ପୁରୀ ଅଫିସ,୨୮ା୧୧: କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ୱନିୟନ୍ତା ପୁଣି ଭାବର ଠାକୁର। ତାଙ୍କ ସେବାପୂଜା, ବେଶ ସବୁକିଛି ସ୍ବତନ୍ତ୍ର। ଦୈନିନ୍ଦିନ ବେଶ...

୨୪ ଟନ୍‌ ଗୋମାଂସ ଜବତ: ଡ୍ରାଇଭର ଅଟକ

ଖୋର୍ଦ୍ଧା ଅଫିସ, ୧୫।୧: ଗୋଚାଲାଣ ପରେ ଗୋମାଂସ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ଭୋର ସମୟରେ କୋଲକାତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ...

ସାର ଗୋଦାମରେ କେନ୍ଦୁପତ୍ର ରଖିବା ଘଟଣା: ନିଲମ୍ବିତ ହେଲେ ଶିଖପାଲି ଲ୍ୟାମ୍ପ ପରିଚାଳକ

ମାଲକାନଗିରି, ୩୧ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଶିଖପାଲି ଲାମ୍ପ ପରିଚାଳକ ଧନେଶ୍ୱର ପଟ୍ଟନାୟକଙ୍କୁ ଲ୍ୟାମ୍ପ ପ୍ରଶାସକ ସାମଲ ମାରାଣ୍ଡି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଚଲାଣଗୁଡା ପଞ୍ଚାୟତ ନୁଆଗୁଡାଠାରେ ଥିବା...

ଉଲ୍ଲାସ ଅଧିକ, ଉପସ୍ଥାନ କମ୍‌

ଢେଙ୍କାନାଳ / ଅନୁଗୋଳ ଅଫିସ, ୨୭ା୭ କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ସରକାରଙ୍କ ପୂର୍ବ...

‘ଅଣ୍ଡା ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ’

ବଲାଙ୍ଗୀର ଅଫିସ, ୫।୧: ସରକାର ତୁମ ଅଣ୍ଡା, ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ ନାରା ଦେଇ ସ୍କୁଲ ଛାତ୍ରୀଛାତ୍ରମାନେ ମଙ୍ଗଳବାର ବଲାଙ୍ଗୀର ଜିଲାପାଳ...

ଦୋଳାରେ ୪ କିମି ବୁହାହୋଇ ଡାକ୍ତରଖାନା ଗଲେ ବଜ୍ରପାତରେ ଆହତ ୨ ନାବାଳକ

ଦଶମନ୍ତପୁର,୨୮ା୧୦(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚ଼ଣାବାଡ଼ ପଞ୍ଚାୟତ ସଲପଗୁଡ଼ା ଗ୍ରାମରେ ରବିବାର ଗାଇ ଚରାଇବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି ଦୁଇ ଜଣ ନାବାଳକ। ସେମାନେ...

ପ୍ରେମୀଯୁଗଳଙ୍କ ବିବାହ କରାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲାର ଏକ ପ୍ରେମୀଯୁଗଳ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଭିନ୍ନ ଜାତିର ହୋଇଥିବାରୁ ଯୁବକଙ୍କ ପରିବାର ଲୋକେ ସ୍ବୀକୃତି ଦେଇ...

Advertisement


Archives

Model This Week