ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତି ବୈଠକ: ୧୨ ମଣ୍ଡପରେ ଦୁର୍ଗା, ୨୯ ମଣ୍ଡପରେ ଲକ୍ଷ୍ମୀ ପୂଜା

ଅନୁଗୋଳ ଅଫିସ, ୧୩।୯-ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତିର ଏକ ବୈଠକ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦୁର୍ଗାପୂଜା ଓ ମା’ ଲକ୍ଷ୍ମୀଙ୍କ ପୂଜା ଆୟୋଜନ ଉପରେ ଆଲୋଚନା ହୋଇଥିଲା। ଅକ୍ଟୋବର ୪ରେ ସହରର ୧୨ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ସେହିପରି ୧୩ ତାରିଖରେ ୨୯ଟି ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏହି ଅବସରରେ କର୍ମକର୍ତ୍ତା ମଧ୍ୟ ଚୟନ କରାଯିବା ସହ ପୂର୍ବ ବର୍ଷର ଆୟବ୍ୟୟ ହିସାବ କରାଯାଇଥିଲା।
କେନ୍ଦ୍ରୀୟ ପୂଜା ସମିତି ସଭାପତି ଅକ୍ଷୟ କୁମାର ସାମନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ପୂର୍ବ ପଦବୀରେ କର୍ମକର୍ତ୍ତାମାନେ ରହି କାର୍ଯ୍ୟ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ କିଛି ସଦସ୍ୟ ସମିତିର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସମିତି ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ସହ ସହରର ସମସ୍ୟା ନେଇ ସକ୍ରିୟ ହେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଗତବର୍ଷ ପୂଜାରେ ୭୦ ହଜାର ଟଙ୍କା ଆଦାୟ ହୋଇଥିବାବେଳେ ୭୦ ହଜାର ୫୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। ତେଣୁ ଚଳିତବର୍ଷ ସବୁ ପୂଜା କମିଟି ସମୟ ସୀମା ମଧ୍ୟରେ କେନ୍ଦ୍ରୀୟ ପୂଜା ସମିତି ନିକଟରେ ଅର୍ଥ ଦାଖଲ କରିବାକୁ କୁହାଯାଇଥିଲା। ଅକ୍ଟୋବର ୪ ତାରିଖରେ ଦୁର୍ଗାପୂଜା ଆରମ୍ଭ ହେଉଥିବାବେଳେ ୯ ତାରିଖରେ ଭସାଣି କରାଯିବ। ୧୩ ତାରିଖରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ୨୩ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସଭାପତିଙ୍କ ସହ ସାଧାରଣ ସମ୍ପାଦକ ଦିଲୀପ କୁମାର ପ୍ରଧାନ, ଉପସଭାପତି କିଶୋର କୁମାର କର, ପଦ୍ମଲୋଚନ ସାହୁ, ସତ୍ୟାନନ୍ଦ ଦଳବେହେରା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ, ସମ୍ପାଦକ ରତିକାନ୍ତ ଦାସ, ଅଶୋକ ଅଗ୍ରୱାଲ, ଲକ୍ଷ୍ମୀ ପ୍ରମୁଖଙ୍କ ସହ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ଧାନ ବିକିପାରୁ ନାହାନ୍ତି ଚାଷୀ: ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ

ଖଣ୍ଡପଡ଼ା,୧୭ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ ଅଞ୍ଚଳର ଜଣେ ଚାଷୀ ଟୋକନ୍‌ ପାଇ ନ ଥିବାରୁ ମଣ୍ଡିରେ ଧାନ ବିକିପାରୁ ନାହାନ୍ତି। ଏହାର ସମାଧାନ ଦାବିରେ ଗୁରୁବାର ସେ...

ଭିତରକନିକାରେ ଶୁଭିଲାଣି ଦେଶୀୟ ପକ୍ଷୀଙ୍କ କାକଳି

ରାଜନଗର, ୧୫ା୬(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ ବଢିବାରେ ଲାଗିଛି। ଭିତରକନିକାର ମଠଆଡିଆ, ଭିତରକନିକାପାଟିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇଲେଣି। ଦେଶୀୟ...

ରସୁଲପୁର ଶାଖା ଡାକଘରେ ସେବା ବାଧାପ୍ରାପ୍ତ

ରସୁଲପୁର,୧୩।୧୦(ଡି.ଏନ.ଏ.): ରସୁଲପୁର ଶାଖା ଡାକଘର ଓ ଏହା ଅଧୀନରେ ଥିବା ୬ଟି ଉପଡାକଘରେ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)...

ଅନିଶ୍ଚିତତାରେ ଚଉଷଠି ଯୋଗିନୀ ମହୋତ୍ସବ

ବାଳକାଟୀ,୨୧।୧୨(ଡି.ଏନ୍‌.ଏ): ରାଜ୍ୟରେ କରୋନା କଟକଣା କୋହଳ ହେବା ସହ ସଭା, ସମିତି, ଉତ୍ସବ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ କରିବାକୁ ସରକାର କହିଛନ୍ତି। ତେବେ ରାଜଧାନୀ ଉପକଣ୍ଠ...

କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହେଲେ ଆଉ ୧୯୮ ଆକ୍ରାନ୍ତ: ମୋଟ ସଂଖ୍ୟା ୫୦୦୦ ଟପିଲା

କଟକ ଅଫିସ,୧।୯: କଟକ ମହାନଗର ନିଗମ ଅଞ୍ଚଳରୁ ମଙ୍ଗଳବାର ଆଉ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ ରହିଥିବା...

ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ତିର୍ତ୍ତୋଲ,୨୪ା୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଗୁଜରାଟର ଅହମ୍ମଦାବାଦ ଫେରନ୍ତା ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛି।...

ସିଂଲା ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ: ୫୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବସ୍ତା, ୧୫ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ପୋଲିସ ବୁଧବାର କାଦରାୟାଁ ଅଞ୍ଚଳରେ ଚଢାଉ କରି ୫୧ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ...

ଆଇଟିଆଇ ସ୍ଥାପନ କରିବ ଦେଶର ସର୍ବବୃହତ୍‌ ଟାୟାର ଆର୍ଟ ପାର୍କ

ବ୍ରହ୍ମପୁର ଅଫିସ,୧୦ା୩: ବ୍ରହ୍ମପୁର ଆଇଟିଆଇ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ପରେ ବର୍ତ୍ତମାନ ଦେଶର ବୃହତ୍ତମ ଟାୟାର ଆର୍ଟ ପାର୍କ ସ୍ଥାପନ କରିବାକୁ ଯାଉଛି। ଏ ନେଇ...

Advertisement
Archives

Model This Week