ଅନିଶ୍ଚିତତାରେ ଗୁଣପୁର-ଥେରୁବାଲି ରେଳପଥ

ଗୁଣପୁର,୧୮ । ୨(ଡି.ଏନ୍‌.ଏ.) କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଛନ୍ଦି ହୋଇ ଅନିଶ୍ଚିତତା ଆଡ଼କୁ ଚାଲିଯାଉଛି ଗୁଣପୁର-ଥେରୁବାଲି ରେଳପଥ। କେନ୍ଦ୍ର ସରକାର ଏହି ପ୍ରକଳ୍ପ ଲାଭଦାୟକ ନ ଥିବା ଓ ଏଥିପାଇଁ ରାଜ୍ୟ ସରକାର ମାଗଣା ଜମି ସହ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବାକୁ କହିଥିଲେ। ଏହାର ୬ ମାସ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ରାଜ୍ୟ ସରକାର ପ୍ରକଳ୍ପ ଦିଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଫଳରେ ଏହି ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବା ସହ ଗୁଣୁପର ବାସିନ୍ଦା ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା ଏହି ଦାବି ଜଣାଇବା ପାଇଁ ସୋମବାର ବିଶାଖାପାଟଣାରେ ରେଳବିଭାଗ ଡିଆରଏମ୍‌ଙ୍କୁ ଭେଟିଛନ୍ତି। ଡିଆରଏମ୍‌ ରେଳବିଭାଗର କଥା ଦୋହରାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ସହ ଅଧିକ ବିଚାରବିମର୍ଶ କରିବା ପାଇଁ ଏମ୍‌ପିଙ୍କୁ ପ୍ରସ୍ତାବ ଦେଇଛନ୍ତି।
ଉଲ୍ଳେଖଯୋଗ୍ୟ, ଗତ ୧୧ ତାରିଖ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ରେଳମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ ସେଥିରେ ଗୁଣପୁର-ଥେରୁବାଲି ରେଳପଥ ସମ୍ପର୍କରେ କିଛି ଉଲ୍ଲେଖ ନ ଥିଲା। ଏହି ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗୁଣପୁର ଅଞ୍ଚଳରୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ସଚିବ, ଉନ୍ନୟନ କମିଶନରଙ୍କୁ ଭେଟି ଦାବି ଜଣାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ୨୦୦୬ରେ ଏହି ରେଳପଥ ପାଇଁ ପ୍ରଥମେ ସର୍ଭେ ହୋଇଥିବା ବେଳେ ବ୍ୟୟ ଅଟକଳ ୨୩୨.୩୭ କୋଟି ଟଙ୍କା ରଖାଯାଇଥିଲା। ୨୦୧୭-୧୮ ବଜେଟରେ ଗୁଣପୁର-ଥେରୁବାଲି ରେଳପଥ ସ୍ଥାନ ପାଇବା ସହ ୭୯.୧୫ କିମି ରାସ୍ତା ପାଇଁ ୯୩୫.୭୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିଲା। ୨୦୧୯ ବେଳକୁ ଏହାର ବ୍ୟୟ ଅଟକଳ ବୃଦ୍ଧି ପାଇ ୧୨୩୭.୭୪ କୋଟିରେ ପହଞ୍ଚତ୍ଥିଲା। ପ୍ରଥମ ପର୍ଯ୍ୟାୟରେ ୧କୋଟି, ଗତ ବର୍ଷ ୧୦ ଲକ୍ଷ ଓ ଚଳିତ ବର୍ଷ ବଜେଟରେ ମାତ୍ର ୧ ଲକ୍ଷ ଟଙ୍କା ଏହି ରେଳପଥ ପାଇଁ ଦିଆଯିବା ସାଧାରଣରେ ଅସନ୍ତୋଷକୁ ଘନୀଭୂତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?