ଅନାରକଲି’ ମନ୍ତବ୍ୟ: ଆଜମ୍‌ଙ୍କ ପୁଅଙ୍କୁ ଜୟପ୍ରଦାଙ୍କ ଭର୍ତ୍ସନା

ଲକ୍ଷ୍ନୌ,୨୩ା୪(ପି.ଟି.): ରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ଜୟପ୍ରଦା ତାଙ୍କ ପ୍ରତି ‘ଅନାରକଲି’ ମନ୍ତବ୍ୟ ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନ୍‌ଙ୍କ ପୁତ୍ର ଅବଦୁଲା ଆଜମଙ୍କୁ ସମାଲୋଚନା କରିଛନ୍ତି। ଉଭୟ ବାପା ଓ ପୁଅ ମହିଳାଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ରବିବାର ରାମପୁରରେ ଏକ ଜନ ସମାବେଶ ହେଉଥିବା ବେଳେ ଅବଦୁଲା କହିଥିଲେ, ‘ଉଭୟ ଅଲି ଓ ବଜରଙ୍ଗବଲୀ ଆମର, କିନ୍ତୁ ଆମେ ଅନାରକଲି ଚାହଁୁନା’। ଅନାରକଲି ମୋଗଲ ସମ୍ରାଟ ଆକବରଙ୍କ ଅଦାଲତରେ ଜଣେ ପ୍ରସିଦ୍ଧ ନର୍ତ୍ତକୀ। ଆକବରଙ୍କ ପୁତ୍ର ଜାହାଙ୍ଗୀରଙ୍କ ସହିତ ତାଙ୍କର ପ୍ରେମସମ୍ପର୍କ ଥିଲା। ଦଣ୍ଡ ସ୍ବରୂପ ଅନାରକଲିଙ୍କୁ ଜୀବନ୍ତ ସମାଧି ଦିଆଯାଇଥିଲା।
ତେବେ ଜୟପ୍ରଦା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଅବଦୁଲାଙ୍କୁ ପୁତ୍ରଭାବେ ଦେଖିଆସିଛି। ସେ ଜଣେ ଶିକ୍ଷିତ ବ୍ୟକ୍ତି ହୋଇଥିବାରୁ ତାଙ୍କଠାରୁ ଏଭଳି ଆଚରଣ ଆଶା କରି ନ ଥିଲି। ଏଥିରୁ ଜଣାପଡୁଛି ଉଭୟ ବାପପୁଅ ସମାଜରେ ମହିଳାଙ୍କୁ କିଭଳି ସମ୍ମାନ ଦିଅନ୍ତି। ତାଙ୍କ ବାପା ପୂର୍ବରୁ ଅନାରକଲି ଆଖ୍ୟା ଦେଇଥିଲେ। ପୁଅ ମଧ୍ୟ ସେଭଳି ମନ୍ତବ୍ୟ ଦେଲେ।
ଜୟପ୍ରଦା ଅଭିନେତ୍ରୀରୁ ରାଜନେତା ପାଲଟିଥିବାରୁ ରାମପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନ୍‌ ଜୟପ୍ରଦାଙ୍କୁ ‘ଅନାରକଲି’ (ନାଚଗୀତରେ ପ୍ରବୀଣା) ଆଖ୍ୟା ଦେଇଥିଲେ।
ଅବଦୁଲା ଆଜମ୍‌ ରାମପୁର ଅନ୍ତର୍ଗତ ସୁଆର ଆସନରୁ ସମାଜବାଦୀ ପାର୍ଟିର ବିଧାୟକ ଥିବାବେଳେ ତାଙ୍କ ପିତା ରାମପୁର ଲୋକ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ାରେ ମୁକେଶ ୬୫୬୩ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୫୬୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମୁକେଶ ୩୫୧୬୪...

ପାଲଲହଡ଼ାରେ ମୁକେଶ ୬୭୯୧ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୧ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୭୯୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମୁକେଶ ୪୧୬୬୮...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ହଜାରିବାଗ,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ଏବେ ଝାଡ଼ଖଣ୍ଡରେ ପହଞ୍ଚୁଥିବା ଦେଖାଯାଇଛି। ସୋମବାର ପୂର୍ବତନ କଂଗ୍ରେସ...

ଛେଣ୍ଡିପଦାରେ ଅଗସ୍ତି ବେହେରା ୪୩୯୫ ଭୋଟରେ ଆଗରେ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅଗସ୍ତି ବେହେରା ୧୨ମ ରାଉଣ୍ଡ ସୁଦ୍ଧା ବିଜେଡିର ସୁଶାନ୍ତ କୁମାର ବେହେରାଙ୍କଠାରୁ ୪୩୯୫ ଭୋଟରେ ଆଗରେ...

ପାରାଦୀପରେ ସମ୍ବିତ ଆଗରେ

ଜଗତ୍‌ସିଂହପୁର ଅଫିସ,୨୩ା୫ : ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ୩୧୫୨ ଭୋଟ୍‌ ପାଇ ଆଗରେ...

ନୟାଗଡ଼ରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଦଶପଲ୍ଲା,୧୮।୪(ଡି.ଏନ.ଏ): ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି। ବିଧାନସଭା ଆସନ ପାଇଁ ୭...

୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍‌...

ରାହୁଲଙ୍କୁ ଟାର୍ଗେଟ କଲେ ଶାହ

ରାଞ୍ଚି,୨।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକ ପ୍ରକାର ହାରିଯାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ପୁଣିଥରେ ନିଜର ସ୍ଥିତିକୁ ଫେରାଇବାକୁ ଚେଷ୍ଟା ଚଳାଇଥିବା ଆଲୋଚନା ହେଉଛି।...

Advertisement
Archives

Model This Week