ଅଧ୍ୟାପକଙ୍କ ପେନ୍‌ସନ୍‌ ସମସ୍ୟା: ଉଚ୍ଚ ଶିକ୍ଷା ବିଭାଗକୁ ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ଓଡ଼ିଶାରେ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ପେନ୍‌ସନ୍‌ ପାଉ ନ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ହ୍ୟୁମାନ ରାଇଟ୍‌ସ ଓ୍ବାଚ୍‌ ଅଧ୍ୟକ୍ଷା ସଙ୍ଗୀତା ସ୍ବାଇଁ ଏନ୍‌ଏଚ୍‌ଆର୍‌ସି ନିକଟରେ ଏକ ପିଟିସନ୍‌ ଫାଇଲ୍‌ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧୀନରୁ ଅବସର ନେଇଥିବା ୧୫୦୦ ଅଧ୍ୟାପକ ଓ କର୍ମଚାରୀ ପେନ୍‌ସନ୍‌ ସମ୍ବନ୍ଧୀୟ ସୁବିଧା ପାଇପାରୁନାହାନ୍ତି। ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଙ୍ଗୀତା ଉକ୍ତ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଯେଉଁ ଅଧିକାରୀମାନେ ଏଥିରେ ସଂଶ୍ଳିଷ୍ଟ, ସେମାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେବାକୁ ଏବଂ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଯଥାଶୀଘ୍ର ପେନ୍‌ସନ୍‌ ପ୍ରଦାନ କରିବାକୁ ସଙ୍ଗୀତା ଅନୁରୋଧ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ୮ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଏନ୍‌ଏଚ୍‌ଆର୍‌ସି ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଡିଜି (ଆଧୁନିକୀକରଣ) ହେଲେ ସଞ୍ଜୟ କୁମାର

ଭୁବନେଶ୍ୱର,୨୪ା୫ (ବ୍ୟୁରୋ): କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ ଓଡ଼ିଶା କ୍ୟାଡରର ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି।...

୧,୦୦୩ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ୧,୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ ୯୩୯ଟି ସିନିୟର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକ ଓ ୬୪ଟି ଓଇଏସ୍‌-୨...

କେନ୍ଦୁଝର ଟ୍ରକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୬(ଅସମାପିକା ସାହୁ): କେନ୍ଦୁଝର ଜିଲା ଷଠୀଘରଠାରେ ମଙ୍ଗଳବାର ହୋଇଥିବା ଟ୍ରକ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର...

ଏସବୁ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିି ଦେଉଛି। ରବିବାର ୧୫ଟି ଜିଲାରେ ତାପମାତ୍ରା...

ଏପ୍ରିଲ୍‌ ୫ରୁ ଭର୍ଚୁଆଲ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୧।୪: ଏଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।...

ରାଜ୍ୟରେ ସୁସ୍ଥ ହେଲେ ୩୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ପକ୍କାଘର ଅପେକ୍ଷାରେ ୧.୨୪ ଲକ୍ଷ ହିତାଧିକାରୀ

ଯାଜପୁର ଅଫିସ,୨୪ା୩: ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ଅଦ୍ୟାବଧି ୧,୨୪,୦୪୧ ଜଣଙ୍କ ମୁଣ୍ଡ ଉପରେ ଛାତ ନାହିଁ। ସେମାନଙ୍କ ମଧ୍ୟରେ ୨୩,୩୪୫ ଜଣ...

କୋଭିଡ୍‌ ମୃତ୍ୟୁ ସହାୟତା ତୁରନ୍ତ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କୋଭିଡ୍‌ ମୃତ୍ୟୁ ସହାୟତା ପ୍ରଦାନ ସହ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

Advertisement
Archives

Model This Week