ଫୁଲବାଣୀ ଅଫିସ/ଖଜୁରିପଡ଼ା, ୨୯ା୧-ଖଜୁରିପଡା ବ୍ଲକ ଦୂତିମେଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବର୍ତ୍ତମାନର ଅଧ୍ୟକ୍ଷଙ୍କୁ ମଙ୍ଗଳବାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅଧ୍ୟକ୍ଷ ତଥା ଓଡିଆ ଶିକ୍ଷକ ଲକ୍ଷ୍ମୀଧର ସାହୁ ଏ ନେଇ ଖଜୁରିପଡା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଅଧ୍ୟକ୍ଷା ବନଶ୍ରୀ ନାୟକ ମଧ୍ୟ ଅଧ୍ୟକ୍ଷ ସାହୁଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ବନଶ୍ରୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ବର୍ତ୍ତମାନ ଲକ୍ଷ୍ମୀଧର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି। ମଙ୍ଗଳବାର ସେ ସ୍କୁଲ ଆସି ନିଜ ପ୍ରକୋଷ୍ଠକୁ ଯାଇଥିବା ବେଳେ ଚେୟାରରେ ବନଶ୍ରୀ ବସିଥିବା ଦେଖିଥିଲେ। ଆପଣ ଏଠାରେ ନାହାନ୍ତି, ଚେୟାରରେ କାହିଁକି ବସିଛନ୍ତି ବୋଲି ଲକ୍ଷ୍ମୀଧର ପଚାରିବାରୁ ବନଶ୍ରୀ ଯୁକ୍ତିତର୍କ କରିଥିଲେ ା ପରେ ଲକ୍ଷ୍ମୀଧରଙ୍କୁ ସେ ଚାପୁଡା ମାରି ଆଟ୍ରୋସିଟି ମାମଲା କରିବେ ବୋଲି ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ବନଶ୍ରୀ ମଧ୍ୟ ଲକ୍ଷ୍ମୀଧରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କୁ ଅସଦାଚରଣ କରାଯାଇଥିବା ଏତଲାରେ ଦର୍ଶାଇଛନ୍ତି। ଉଭୟ ପକ୍ଷରୁ ଅଭିଯୋଗ ହୋଇଛି ା ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ରମାକାନ୍ତ ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରେ ବିଗତ ଦିନରେ ପ୍ରିନ୍ସିପାଲଙ୍କ ମନମୁଖି କାର୍ଯ୍ୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଜିଲାପାଳ ଓ ଭୁବନେଶ୍ୱର ଯାଇ ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେଇଥିଲେ। ପରେ ଭାରପ୍ରାପ୍ତ ଅଧ୍ୟକ୍ଷ ବନଶ୍ରୀଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ଗତ ୧୦ତାରିଖ ରାତିରେ ବନଶ୍ରୀ ତାଙ୍କ ସ୍ବାମୀଙ୍କ ସହ ମିଶି ଜଣେ ଅଭିଭାବକ ବୈଦ୍ୟନାଥ ବେହେରାଙ୍କ ଘରକୁ ଆସି ଗାଳି କରିବା ସହ ହତ୍ୟା ଧମକ ଦେଇଥିଲେ। ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁକରି ଚୁପ ବସିଥିଲା।
Posted inଆମ ଜିଲା ଖବର, କନ୍ଧମାଳ View All

କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍ସ୍ପଟ୍: ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା
କେନ୍ଦ୍ରାପଡ଼ା ଅଫିସ, ୧ା୬: କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍ସ୍ପଟ୍ ପାଲଟିଛି । ଏପ୍ରିଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।...

ଏମିତି ବି ଆସେ ମୃତ୍ୟୁ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶାଶୁ, ୨ ବୋହୁଙ୍କ ଜୀବନ ଗଲା
ସାଲେପୁର,୨୫।୧୦(ଡି.ଏନ୍.ଏ.): କଟକ ଜିଲା ସାଲେପୁର ଥାନା ଅଧୀନ ବାରିଗୋଳ ପଞ୍ଚାୟତ ବେତେଇ ଗ୍ରାମ ଦଳିତ ସାହିରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି...

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ
କେନ୍ଦୁଝର, ୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭାଜପା (ଭୂୟାଁ ଓ ଜୁଆଙ୍ଗ ପିଢ଼) ରେଞ୍ଚ ଫୁଲଝର ପଞ୍ଚାୟତ ଶଙ୍କରୀ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ...

ଧାନ କିଣାବିକାରେ ରହୁନି ସ୍ବଚ୍ଛତା
ନୟାଗଡ଼ ଅଫିସ,୧୪ା୧୧: ନୟାଗଡ଼ ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ରହୁନାହିଁ। ୨୦୧୯-୨୦ ଆର୍ଥିକ ବର୍ଷର ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ। ଚଳିତବର୍ଷ ଏହି...
ଗଞ୍ଜେଇ ଜବତ, ୨ ଗିରଫ
ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି...

ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା: ୧୪୪ ଧାରା ଜାରି
ପୁରୀ ଅଫିସ,୨୭।୧୦: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇଛନ୍ତି ଗୋଷାଣୀ। ଏହା ଦେବୀସଭା ଭାବେ ପରିଚିତ। ତେବେ କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ...

କାର୍ତ୍ତିକ ପୂର୍ଣ୍ଣିମାରେ ଆରଡ଼ି ପୀଠ ଜନଶୂନ୍ୟ
ଆରଡ଼ି,୩୦ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତ ସମାଗମ ଦେଖିବାକୁ ମିଳିନାହିଁ। କୋଭିଡ କଟକଣା ଯୋଗୁ ମନ୍ଦିର ଓ ଶିବଗଙ୍ଗା...

ପହ୍ଲାଘାରୀକୁ ଦଳି ନଷ୍ଟ କଲେ ହାତୀପଲ
ଅମରପାଲି, ୫।୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇରେ ହାତୀ ଉପଦ୍ରବ ଦେଖାଦେଇଛି। ସେମାନେ ପହ୍ଲାରେ ଥିବା ଧାନକୁ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଚଳିତ...