ଅଧାରେ ରହିଲା ବଣଭୋଜି: ଦୁର୍ଘଟଣାରେ ଜଣଙ୍କ ଜୀବନଗଲା

ମାଧପୁର,୨୫।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ମାଧପୁର -ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ବୁଧବାର ଏକ ଟାଟା ଏସିଇ ସହ ବାଇକ୍‌ ଧକ୍କା ହୋଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହେବା ସହ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଠାକୁରଗଡ଼ ଥାନା ଆମସରମୁଣ୍ଡା ପଞ୍ଚାୟତ ତାଳମଳିହା ଗ୍ରାମର ଚିତ୍ତରଞ୍ଜନ ସାହୁ( ୨୨), ଗୁରୁତର ହେଲେ ବିକାଶ ସାହୁ, ଆହତ ସୁଜିତ ପ୍ରଧାନ।
ସୂଚନା ଅନୁଯାୟୀ, ଚିତ୍ତରଞ୍ଜନ,ବିକାଶ, ସୁଜିତ ମାନଯୋର ଡ୍ୟାମ୍‌କୁ ଭୋଜି କରିବା ପାଇଁ ଆସିଥିଲେ। ସେମାନେ ମସଲା ଗ୍ରାଇଣ୍ଡିଂ ପାଇଁ ସ୍ଥାନୀୟ ମାଧପୁର ବଜାରକୁ ଆସୁଥିବା ସମୟରେ ଏକ ଟାଟା ଏସିଇ ଗାଡି ସହିତ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରୁ ଟାଟା ଏସିଇ ଫେରାର ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ କୂଅରୁ ମିଳିଲା ମହିଳାଙ୍କ ମୃତଦେହ

ପୁରୁଷୋତ୍ତମପୁର,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମରେ ଶାଗ ତୋଳିବାକୁ ଯାଇ ବୁଧବାରଠାରୁ ନିଖୋଜ ଥିଲେ ଜଣେ ମହିଳା। ତେବେ ଶନିବାର ଗ୍ରାମଠାରୁ...

ଏସ୍‌ସିବିରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଲା, ଏଣିକି…

କଟକ ଅଫିସ ୨୪।୧୧: ଏସ୍‌ସିବି ବଡ଼ ମେଡିକାଲରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଛି। ଉଭୟ ରାଣୀହାଟ ଏବଂ ମଙ୍ଗଳାବାଗ ମୁଖ୍ୟ ଗେଟ୍‌ ନିକଟରେ ସୁରକ୍ଷାକର୍ମୀଙ୍କୁ...

ବଜ୍ରପାତରେ ୨ ଗାଈ ମୃତ, ମହିଳା ଗୁରୁତର

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କିଛିଦିନ ପ୍ରବଳ ଗରମ ହେବା ପରେ ମଙ୍ଗଳବାରଠାରୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାରେ ଲାଗିଛି। ବୁଧବାର କୋରୁକୋଣ୍ଡା...

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ବଲିଉଡ୍‌ ଗାୟକ ସୋନୁ ନିଗମ, ଶାନ୍‌ ଆକର୍ଷଣ

ଛତ୍ରପୁର,୧୧ା୧୨(ଡି.ଏନ.ଏ)-ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ା ଏଥିପାଇଁ ଗୋପାଳପୁର ବେଳାଭୂମି...

ଏସ୍‌ପି ଅଫିସ ସମ୍ମୁଖରେ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡା ଅଫିସ,୨୦।୧୦: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ଝାରସୁଗୁଡା ଜିଲା ଭାଜପା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ରୀନା ପଟେଲଙ୍କ ନେତୃତ୍ୱରେ ବୁଧବାର ଏସ୍‌ପି...

ବାଲେଶ୍ୱର ସହରରେ ଲାଗିଲା ୬ ସାନିଟାଇଜ ମେଶିନ

ବାଲେଶ୍ୱର ଅଫିସ, ୫।୬: ମହାମାରୀ କରୋନା ଯୋଗୁ ସବୁବର୍ଗର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ହାତପାଣ୍ଠିରୁ ୧୦ଲକ୍ଷ...

ଭିତରକନିକାରେ ଶୁଭିଲାଣି ଦେଶୀୟ ପକ୍ଷୀଙ୍କ କଳରବ

ରାଜନଗର,୪ା୭(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼...

କଟକ ସହରରୁ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୫୪ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୨ା୭: ବୁଧବାର କଟକ ସହରରୁ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଥିବା କଟକ...

Advertisement
Archives

Model This Week