Posted inଜାତୀୟ

ଅଧାରେ ରହିଗଲା ଦୁବାଇ ସ୍ବପ୍ନ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଅମରାବତୀ,୨୩।୯: ସୋସିଆଲ ମିଡିଆରେ ଟିକ୍‌ଟକ୍‌ ଭିଡିଓର ଏବେ ଟ୍ରେଣ୍ଡ ଚାଲିଥିବା ବେଳେ ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ହେଲେ କାହାରିବି ଚେତା ପଶୁନି। କିଛି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିଜାମାବାଦରେ। ସୂଚନାଯୋଗ୍ୟ, ତେଲେଙ୍ଗାନାର ଗୋନୁଗୋପାଲ୍ଲା ଗଁାରେ ରହୁଥିବା ଦିନେଶ(୨୩) ନାମକ ଜଣେ ଯୁବକ ନିଜର କିଛି ସାଙ୍ଗଙ୍କ ସହ ଶୁକ୍ରବାର ନିଜାମାବାଦର ଏକ ନଦୀକୁ ବୁଲି ଯାଇଥିଲେ। ଟିକ୍‌ଟକ୍‌ରେ ଭିଡିଓ କରିବା ପାଇଁ ଦିନେଶ ପାଣିକୁ ଓହ୍ଲାଇଥିଲେ। ସେ ଭିଡିଓ କରୁଥିବା ବେଳେ ହଠାତ୍‌ ନଦୀର ଜଳସ୍ତର ବଢ଼ିଯିବାରୁ ତାଙ୍କ ସହ ୨ଜଣ ସାଙ୍ଗ ମଧ୍ୟ ଭାସିଯାଇଥିଲେ। ହେଲେ ୨ଜଣ ଭାସୁଥିବାର ଦେଖି ଗଁାଲୋକେ ତାଙ୍କୁ ଉଦ୍ଧାର କରିଥିବା ବେଳେ ଦିନେଶ ଭାସିଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିନେଶଙ୍କୁ ବହୁ ଖୋଜାଖୋଜି କରିଥିଲା। ତେବେ ଦୀର୍ଘ ୪୮ ଘଣ୍ଟାର ଉଦ୍ୟମ ପରେ ଅର୍ଥାତ୍‌ ରବିବାର ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ସୂଚନାମୁତାବକ ଦିନେଶଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଚାକିରି ପାଇଁ ଦୁବାଇ ଯିବାର ଥିଲା। ହେଲେ ଅଧାରେ ରହିଗଲା ତାଙ୍କର ସବୁ ସ୍ବପ୍ନ। ଦିନେଶଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।...

ଟଙ୍କା ପାଇଁ କରିଥାନ୍ତେ ବିସ୍ଫୋରଣ

ଚଣ୍ଡିଗଡ଼,୯।୫: ପଞ୍ଜାବର ତରନତାରନ ସାହିବ ଜିଲାରୁ ପୋଲିସ ବିସ୍ଫୋରକ ସାମଗ୍ରୀ ସମେତ ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଗୁଜ୍ଜରପୁରାର ବଲଜିନ୍ଦର...

କରୋନା ଗବେଷଣା ଲାଗି ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ମନୋନୀତ

ନୂଆଦିଲ୍ଲୀ,୧୩ା୪(ସ୍ବ.ପ୍ର.): କୋଭିଡ୍‌-୧୯କୁ ନେଇ ବିଶ୍ୱସ୍ତରରେ ଗବେଷଣା ଆରମ୍ଭ ହୋଇଛି। ହାଭାର୍ଡ ବିଶ୍ୱବିଦ୍ୟାଳୟର ଟି.ଏ. ଚାନ୍‌ ସ୍କୁଲ ସର୍ବସାଧାରଣ ସ୍ବାସ୍ଥ୍ୟ ଅନ୍ତର୍ଗତ କରୋନା ମହାମାରୀ ଉପରେ ଗବେଷଣା...

ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୯ା୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ।...

ଅନନ୍ତନାଗ ହାଇଓ୍ବେରେ ଆଇଇଡି ସନ୍ଦେହ: ଅମରନାଥଯାତ୍ରା ସ୍ଥଗିତ

ଶ୍ରୀନଗର,୨୩।୭: ଜମ୍ମୁ କଶ୍ମୀର ଅନନ୍ତନାଗ ହାଇଓ୍ବେରେ ଆଇଇଡି ଥିବା ସନ୍ଦେହରେ ଅମରନାଥ ଯାତ୍ରାକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ମୀର ବଜାରରେ...

ଶାହୀନ ବାଗରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧।୩: ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍‌ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ...

ଆଗ୍ରାର ଜେଲ ନୂଆ ହଟସ୍ପଟ: ମୃତ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ କଏଦୀ କରୋନା ସଂକ୍ରମିତ

ଆଗ୍ରା,୧୩।୫: ରାଜସ୍ତାନ ଆଗ୍ରା ଜିଲାର ଏକ ଜେଲ୍‌ ଏବେ କରୋନା ଭାଇରସ୍‌ର ନୂଆ ହଟସ୍ପଟ ପାଲଟିଛି। ଆଗ୍ରାରେ ଥିବା ସେଣ୍ଟ୍ରାଲ୍‌ ଜେଲରେ ୧୦ ଜଣ କଏଦୀ...

କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…

ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ...

Advertisement
Archives

Model This Week