ଅତୀତର ସ୍ମୃତି

ଅଲେଖ ଚନ୍ଦ୍ର ମିଶ୍ର
ପୁରାତନ କଥାଟିଏ। ଗୋଟିଏ ଗାଁରେ ରହୁଥିଲେ ମା’ବାପା ଛେଉଣ୍ଡ ଭାଇଭଉଣୀ। ସେମାନେ ଅତି ଦରିଦ୍ର ଥିବାରୁ ଅଦୂରରେ ଥିବା ଜଙ୍ଗଲକୁ ଯାଇ ସେଠାରୁ ଯାହା କିଛି ସଂଗ୍ରହ କରନ୍ତି ତାକୁ ବିକ୍ରି କରି ଚଳନ୍ତି। ବିଶେଷକରି ବଣରେ ଥିବା ଓଉ ଗଛରୁ ଓଉ ତୋଳିଆଣି ଗାଁରେ ବିକ୍ରୟ କରନ୍ତି। ଭାଇଟି ଗଛ ଉପରେ ଚଢି ଓଉ ତୋଳେ। ତଳେ ପଡିଲେ ଓଉ ଛେଚଡା ହୋଇଯିବ ବୋଲି ଭଉଣୀ ତଳେ ଥାଇ ପିଠି ଦେଖେଇଦିଏ। ସବୁଯାକ ଓଉ ତାରି ପିଠି ଉପରେ ପଡେ। ଝିଅଟିର ଏପରି କଷ୍ଟକୁ ଲକ୍ଷ୍ୟ କରୁଥାନ୍ତି ବଣରେ ରହୁଥିବା ଜଣେ ଋଷି। ଦୁଃଖ ଓ ସହାନୁଭୂତିରେ ଅନ୍ତର ତାଙ୍କର ବିଳପି ଉଠେ। ବିଧିର ବିଧାନ ବିଚିତ୍ର। ଥରେ ସେ ଦେଶର ରାଜା ସେହି ବଣକୁ ପାରିଧି କରିବାକୁ ଆସି ଝିଅଟିକୁ ଦେଖିଲେ। ପ୍ରଥମ ଦର୍ଶନରୁ ତାକୁ ପସନ୍ଦ କରି ବିବାହ କଲେ ଏବଂ ଗରିବ ଝିଅଟି ରାଣୀ ବନିଗଲା। ବର୍ଷେ ପରେ ରାଜା ନୂତନ ରାଣୀଙ୍କ ସହିତ ସେହି ବନକୁ ପୁନରାୟ ଶିକାର କରିବାକୁ ଆସିଲେ। ବଣରେ ବୁଲୁ ବୁଲୁ ହଠାତ୍‌ ରାଣୀଙ୍କର ନଜର ପଡିଗଲା ସେଇ ପୁରୁଣା ଓଉଗଛ ଉପରେ। ସେଥିରେ ଫଳିଥିବା ଓଉଗୁଡିକୁ ଦେଖି ସେ କହିଲେ ଏ କି ଗଛ। ଏହାର ଫଳଗୁଡିକ ତ ଏତେ ବଡ ବଡ ହୋଇଛି। ଯଦି ଇଏ ମଣିଷ ଉପରେ ପଡିଯାଏ ସେ ମରିଯିବ। ଏଭଳି ଗଛକୁ ତୁରନ୍ତ ହାଣି ସଫା କରିଦିଅ। ରାଣୀଙ୍କର ହୁକୁମ ସଙ୍ଗେ ସଙ୍ଗେ ପାଳିତ ହେଲା। ଏ ଘଟଣାକୁ ଲକ୍ଷ୍ୟ କରୁଥିଲେ ସେଇ ବୁଢା ଋଷି ଜଣକ। ମନ ତାଙ୍କର ବିଦ୍ରୋହ କରି ଉଠୁଥିଲା। କିନ୍ତୁ ପରିସ୍ଥିତିର ଚାପରେ ପଡି କିଛି କହିପାରୁ ନ ଥିଲେ, କରି ପାରୁ ନ ଥିଲେ କିମ୍ବା ସହି ପାରୁ ନ ଥିଲେ। କ୍ରୋଧ ଓ ଘୃଣାରେ ରକ୍ତଚାଉଳ ଚୋବେଇ ନିଜର ଜଟାକୁ ରାମ୍ପି, ବିଦାରି ପକାଉଥିଲେ। ସେଥିପାଇଁ କଥା ରହିଯାଇଛି, ଋଷି ବାଳ ଛିଣ୍ଡେଇ ମରିବା।
ସେଦିନ ଯାହା କାହାଣୀରେ ପର୍ଯ୍ୟବସିତ ଥିଲା ଏବେ ତାହା ଏକ ସାଧାରଣ ଘଟଣା। ଅଭାବ, ଅବହେଳା, ଅସୁବିଧା, ଅନଟନ ଓ ଅତି ଦୁଃଖକଷ୍ଟରେ ବଢିଥିବା କିଛି ଲୋକ ଯେତେବେଳେ ଉନ୍ନତିର ଚରମ ସୀମାରେ ଉପନୀତ ହୁଅନ୍ତି ଆପଣାର ଇତିହାସ ଓ ପୂର୍ବାବସ୍ଥାକୁ ଅସମ୍ମାନଜନକ ଭାବି ଘୃଣା କରନ୍ତି ଏବଂ ଭୁଲିଯିବାକୁ ଚେଷ୍ଟା କରନ୍ତି। ଯେଉଁ ମହାନ୍‌ ଲୋକେ ଅତୀତର ଦୁରବସ୍ଥାକୁ ନିଜ ପ୍ରଗତିର ଚାବିକାଠି ବୋଲି ଭାବନ୍ତି ସେମାନଙ୍କର ସଂଖ୍ୟା ନଗଣ୍ୟ। ମାତାପିତାଙ୍କର ତ୍ୟାଗ ଯୋଗୁ ମଣିଷ ହୋଇଥିବା ସନ୍ତାନ ତାଙ୍କୁ ଅବହେଳା କରେ। ଏପରି କି ସହକର୍ମୀ କିମ୍ବା ବନ୍ଧୁ ମହଲରେ ତାଙ୍କର ପରିଚୟ ଗୋପନ ରଖିବାକୁ ପସନ୍ଦ କରେ। ଛାତ୍ରାବସ୍ଥାରେ ଯେଉଁ ସହପାଠୀର ସହାୟତା ତା’ର ଅନେକ ସମସ୍ୟା ଦୂର କରିଥାଏ, ପରବର୍ତ୍ତୀ ସମୟରେ ତାକୁ ଏଡେଇଯାଏ। ସାହି, ପଡିଶା, ସମ୍ପର୍କୀୟ, ବନ୍ଧୁବାନ୍ଧବ ଯେଉଁମାନଙ୍କର ସହଯୋଗ ବିନା ତାର ଜୀବନ ପରିପୂର୍ଣ୍ଣ ହୋଇ ନ ଥାନ୍ତା ସେମାନଙ୍କୁ ଭୁଲିଯାଏ। ହାଇସ୍କୁଲ ପରୀକ୍ଷାରେ ବିଶେଷ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ତାଙ୍କ ସହିତ ସାକ୍ଷାତ୍‌କାରରେ ନିଜର କୃତଜ୍ଞତା ଓ ଲକ୍ଷ୍ୟ ବିଷୟରେ ଯାହା କହିଥାନ୍ତି ପରବର୍ତ୍ତୀ ଜୀବନରେ ତାଙ୍କର ମନେ ପଡ଼େନା। ନିର୍ବାଚନ ପ୍ରଚାର ବେଳେ ଖରା, ବର୍ଷା, ଶୀତକାକର, ପାଣି କାଦୁଅରେ ପାଦରେ ଚାଲି ଘର ଘର ବୁଲୁଥିବା ନେତା ଜିତିଗଲା ପରେ ଏସି ଗାଡିରୁ ତଳକୁ ଓହ୍ଲାନ୍ତିନି କିମ୍ବା ଶୀତତାପ ନିୟନ୍ତ୍ରିତ ଘରୁ ବାହାରନ୍ତିନି।
ଏମାନେ ସମସ୍ତେ ଅତୀତକୁ ଅବମାନନା କରନ୍ତି। ମନେରଖିବା ଉଚିତ ଯେ ଅତୀତ ହିଁ ପ୍ରଗତିର ଭିତ୍ତିଭୂମି। ଅତୀତ ବିନା ବର୍ତ୍ତମାନ ଅନିଶ୍ଚିତ ଏବଂ ବର୍ତ୍ତମାନ ବିନା ଭବିଷ୍ୟତ ଅସ୍ପଷ୍ଟ। ଅତୀତରୁ ଶିକ୍ଷା ଲାଭ କରି ବର୍ତ୍ତମାନକୁ ସଜାଡିଲେ ଭବିଷ୍ୟତ ସୁଖକର ହୁଏ। ଆଦ୍ୟରେ ଦୁଃଖ ଓ ଅନ୍ତିମରେ ସୁଖ ଯେତିକି ଆନନ୍ଦଦାୟକ ଏହାର ବିପରୀତ ସେତିକି ଯନ୍ତ୍ରଣାଦାୟକ। ସୁଖ ସମୟରେ ବିଗତ ଦୁଃଖର ସ୍ମୃତି ସୁଖଭୋଗକୁ ଅଧିକ ଆବେଗମୟ କରିଥାଏ। ବର୍ତ୍ତମାନର ସୁଖ ଆନନ୍ଦ ଦିଏ। ତା ସହିତ ଅତୀତର ରୋମନ୍ଥନ ଆନନ୍ଦାଶ୍ରୁ ଆଣେ।
ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?