ଅଣ୍ଡର ବ୍ରିଜ୍‌ ନିର୍ମାଣକୁ ନେଇ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା

କେସିଙ୍ଗା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର ରେଳ ଡିଭିଜନ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏହା ତାଙ୍କ ହାତରେ ନ ଥିବା ଏବଂ ଜିଲାପାଳ ନଚେତ ରେଳ ବିଭାଗକୁ ଜଣାନ୍ତୁ ବୋଲି ଡିଆର୍‌ଏମ୍‌ କହିଥିଲେ। ଏହାକୁ ନେଇ କମିଟି ସଦସ୍ୟମାନେ ବୁଧବାର କେସିଙ୍ଗା ସହର ବନ୍ଦ ଡାକରା ଦେଇଛନ୍ତି।

ସୂଚନାନୁଯାୟୀ, ସହର ଦେଇ ଯାଇଥିବା ୨୬ନଂ. ଜାତୀୟ ରାଜପଥ ଉପରେ ନିର୍ମିତ ଟ୍ରେନ୍‌ ଲାଇନ୍‌ ବଲାଙ୍ଗୀରଠାରୁ ଭବାନୀପାଟଣାକୁ ସଂଯୋଗ କରୁଛି। ସେହିଭଳି ଏହି ରାଜପଥ ଦେଇ ରାୟପୁରଠାରୁ ବିଶାଖାପାଟଣାକୁ ଦ୍ୱିତୀୟ ଲାଇନ ସଂଯୋଗ ହୋଇଛି। ବର୍ତ୍ତମାନ ୩ୟ ଲାଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେସିଙ୍ଗା ସହରର ରେଳ ଫାଟକରେ ୩ୟ ଲାଇନ କାମ ଜାରି ରହିଥିବା ଯୋଗୁ ଯାନବାହନ ଚଳାଚଳ କ୍ଷେତ୍ରରେ ବହୁତ ଅସୁବିଧା ହେଉଛି। ଦିନକୁ ପ୍ରାୟ ୧୫ ଘଣ୍ଟା ଏହି ରେଳ ଫାଟକରେ ଭିଡ଼ ଜମୁଛି। ଯାତ୍ରୀବାହୀ ବସ, ମାଲ ବୋଝେଇ ଟ୍ରକ, ଦୁଇଚକିଆ ଯାନ ଯିବାଆସିବା କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଛି।

ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଡିଆର୍‌ଏମ୍‌ କେସିଙ୍ଗା ଦେଇ ସମ୍ବଲପୁର ଫେରୁଥିବା ସମୟରେ କେସିଙ୍ଗା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଅଣ୍ଡର ବ୍ରିଜ ନିର୍ମାଣ ପାଇଁ ଉକ୍ତ କମିଟିର ସଦସ୍ୟ ଦେବେନ୍ଦ୍ର ଭୁଜବଳ ଶଙ୍କର ଅଗ୍ରୱାଲ, କଂଗ୍ରେସ ଟାଉନ ସଭାପତି ସୁରେଶ ରାଓ ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଡିଆର୍‌ଏମ୍‌ ପ୍ରଦୀପ କୁମାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଡିଆର୍‌ଏମ୍‌ ଦାବିପତ୍ର ପାଇବା ପରେ ଏହା ତାଙ୍କ ହାତର କଥା ନୁହେଁ ବୋଲି କହିଥିଲେ। ଏପରିକି ଜିଲାପାଳ ଅଥବା ରେଳବାଇ ବୋର୍ଡଙ୍କୁ ଲେଖିକରି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିଶ୍ରମ ଅନୁସାରେ ମିଳୁନି ପ୍ରାପ୍ୟ

ଭେଡ଼େନ,୨୮।୪(ଡ଼ି.ଏନ.ଏ.): ସବୁଜ ହୀରା ଭାବେ ପରିଚିତ କେନ୍ଦୁପତ୍ରରୁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଲାଭ ପାଉଛନ୍ତି। ମାତ୍ର ବରଗଡ଼ ଜିଲା ଭେଡେନ ବ୍ଲକ ଅଞ୍ଚଳରେ...

ସ୍ତ୍ରୀଙ୍କ ଜୁଇକୁ ଡେଇଁ ଜୀବନ ହାରିଲେ ସ୍ବାମୀ

ଭବାନୀପାଟଣା,୨୫।୮(ସ୍ବ.ପ୍ର.):କଳାହାଣ୍ଡି ଜିଲା କେଗଁା ଥାନା ଅଧୀନ ସିଆଲଯୋଡି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ସତ୍କାର ସମୟରେ ହଠାତ୍‌ ତାଙ୍କ ସ୍ବାମୀ...

କାର୍‌-ମିଲ୍କଭ୍ୟାନ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୨(ଡି.ଏନ.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମହିମା ଛକ ନିକଟ ୪୯ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି...

ତାଲିକାରେ ଆଗୁଆ, କାମରେ ପଛୁଆ

ଜଟଣୀ,୨୮ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ସର୍ବଭାରତୀୟ ସ୍ତରରେ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଷଷ୍ଠ ଏବଂ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ୨୦୨୦-୨୧ ମସିହାରେ ସ୍ବଚ୍ଛତା...

ଟ୍ରେନ୍‌ରେ ଯାତ୍ରୀ ଛାଡିଥିବା ବ୍ୟାଗ ଦେଲା ଆରପିଏଫ୍‌

ଛତ୍ରପୁର,୨ା୯(ଡି.ଏନ.ଏ)- ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି ା ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା...

ବିପଦପୂର୍ଣ୍ଣ ନଦୀ ଡେଇଁ ପାଣି ଆଣୁଛନ୍ତି ମହିଳା

ଯାଜପୁର ଅଫିସ୍‌, ୨୮।୮: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖରଖରି ଓ ରଗଡ଼ା ଗ୍ରାମ ଢେଙ୍କାନାଳ ଜିଲା ସୀମାନ୍ତରେ ରହିଛି। ଏହି ୨ ଗ୍ରାମରେ ପ୍ରାୟ...

ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା।...

ସ୍କୁଲପିଲାଙ୍କୁ ପଢ଼ାଇଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୪୦ ଗାଈ ଗୁହାଳକୁ ଗୁରୁବାର ଜିଲାପାଳ ବିଜୟ ଅମୃତା...

Advertisement
Archives

Model This Week