ଅଡୁଆ କଲା କିସ୍‌

ଆଲିୟା କେତେ ଆଶା ବାନ୍ଧି ବସିଥିଲେ। ବଲିଉଡ୍‌ର ଆଗଧାଡ଼ିର ଅଭିନେତା ସଲମାନ ଖାନ୍‌ଙ୍କ ସହ ଅଭିନୟ କରିବେ। ହେଲେ ସବୁ ଆଶା ପାଣି ଫୋଟକା ପରି ମିଳାଇ ଗଲା। ମାତ୍ର ଗୋଟିଏ ସିନ୍‌ ପାଇଁ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଲେ ସଲ୍ଳୁ ମିଅଁା। ଏଥିରେ ଏକ କିସ୍‌ ଶଟ୍‌ ରହିଥିଲା, ଯାହାକୁ ନେଇ ସଲମାନ ନିଜର ଅରାଜି ବ୍ୟକ୍ତ କରିଥିଲେ। ଫିଲ୍ମଟି ହେଲା ‘ଇଁଶଆଲ୍‌ହା’। ଖାସ୍‌ କଥା ହେଲା ସଞ୍ଜୟ ଲୀଲା ଭଁସାଲୀଙ୍କ ନିର୍ଦ୍ଦେଶନାରେ ନିିର୍ମିତ ହେଉଥିବା ଏହି ଫିଲ୍ମରୁ ସଲମାନ ଓହରି ଯିବା ପରେ ଆଲିୟା ମନ ଦୁଃଖ କରିଛନ୍ତି। ଏପରି କି ଏହି ଶଟ୍‌କୁ କାହାଣୀରୁ ବାଦ୍‌ ଦେବାକୁ ସଞ୍ଜୟ ପ୍ରପୋଜାଲ ଦେଇଥିଲେ ମଧ୍ୟ ସଲମାନ ତାହାକୁ ଗ୍ରହଣ କରି ନ ଥିଲେ। ଯଦି ସଲମାନ ରାଜି ହୋଇଥାଆନ୍ତେ, ତେବେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ପରେ ଅର୍ଥାତ୍‌ ଦୁଇ ଦସନ୍ଧି ପରେ ସଞ୍ଜୟଙ୍କ ଫିଲ୍ମରେ ସେ ପୁଣି ଥରେ ଆକ୍ଟିଂ କରିଥାଆନ୍ତେ। ତେବେ ସଲମାନ ମନା କରିବା ପରେ ଏବେ ଏଥିରେ କିଏ ନାୟକ ସାଜିବେ ତାହା ଦେଖିବାକୁ ବାକି ରହିଲା। ଫିଲ୍ମଟି ଆସନ୍ତା ବର୍ଷ ଇଦ୍‌ ଅବସରରେ ରିଲିଜ ହେବାର ଯୋଜନା ରହିଛି ବୋଲି ସଞ୍ଜୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟ ବାୟ ଦିଲ୍‌

ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍‌’କୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏହାର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୁଷୀୟ ଲଳନା ଆଲେକ୍‌ଜାଣ୍ଡ୍ରା ସ୍କେଲସୁନୋଭା...

ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ...

ଭାଇରାଲ ହେଉଛି ଦିଶାଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ସେଥିପାଇଁ ତ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ...

ଏକମାତ୍ର ପୁଅ ସୁଶାନ୍ତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା

ବମ୍ବେ: ଇତିମଧ୍ୟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦଶ ଦିନରୁ ଅଧିକ ସମୟ ବିତିଗଲାଣି। ହେଲେ ପରିବାରଠାରୁ ଆରମ୍ଭ କରି ବନ୍ଧୁ, ପ୍ରଶଂସକ...

ଫିଲ୍ମ ଆରମ୍ଭ ପୂର୍ବରୁ ନଡ଼ିଆ ଭାଙ୍ଗିଲେ ସଲମାନ

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’ର ଶୁଟିଂ ମାର୍ଚ୍ଚ ୮ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର...

କରୋନା ସମୟରେ ମା’ହେଲେ ଏହି ଲୋକପ୍ରିୟ ଗାୟିକା

କରୋନା ମହାମାରୀ ମଧ୍ୟରେ ଆମେରିକାର ଲୋକପ୍ରିୟ ପପ୍‌ ଗାୟିକା କେଟି ପେରି ଏବଂ ଭାବି ସ୍ବାମୀ ଅର୍ଲାଣ୍ଡୋ ବ୍ଲୁମ୍‌ଙ୍କ ପ୍ରଶଂସକଙ୍କ ପାଇଁ ଗୋଟିଏ ଖୁସି ଖବର।...

ମାସ୍କ ପିନ୍ଧି ସାଇକେଲ ଚଲାଇଲେ ସଲମାନ୍‌ ଖାନ୍‌: ୟୁଜର୍ସ କହିଲେ ଏମିତି…

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ଉଦାରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କରୋନା ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଅଭାବୀ...

ମାଳଦ୍ୱୀପରେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ଛୁଟି କାଟୁଛନ୍ତି ଟାଇଗର !

ମୁମ୍ବାଇ, ୧୩।୧୧-ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପାଟାନିଙ୍କୁ ବୁଧବାର ଦେଖିବାକୁ ମିଳିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ...

Play 250+ Trending Games
Archives

Model This Week

Why Dharitri