ଅଡିଓ ବିବାଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ (ଏସ୍‌ବିଆଇ)ର ଅଧ୍ୟକ୍ଷ ରଜନୀଶ କୁମାର ଏବଂ ଅନ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ଗାଳିଦେବାର ବିବାଦୀୟ ଅଡିଓ କ୍ଲିପ୍‌ ଉପରେ ଏବେ ତଦନ୍ତ କରାଯିବ। ପ୍ରକାଶ୍ୟ ଯେ, ଅଡିଓ କ୍ଲିପ୍‌ ବାହାରକୁ କେମିତି ପ୍ରକାଶ ପାଇଲା ତା’ ଉପରେ ବ୍ୟାଙ୍କ୍‌ ଏବେ ଏକ ଏଫ୍‌ଆଇଆର୍‌ ଦାୟର କରିବାକୁ ବିଚାର କରୁଛି। ବ୍ୟାଙ୍କ୍‌ କର୍ମଚାରୀମାନେ ବିଶ୍ୱାସ କରୁଛନ୍ତି ଯେ, ଅଡିଓ କ୍ଲିପ୍‌ ଲିକ୍‌ ଏକ ଦୁଷ୍ଟବୁଦ୍ଧିର କାର୍ଯ୍ୟ ଏବଂ ଏହାକୁ ଅନଧିକୃତ ଭାବେ ରେକର୍ଡିଂ କରାଯାଇଥିଲା, ଯାହାର ତଦନ୍ତ ଠିକ୍‌ଭାବେ ହେବା ଉଚିତ। ବ୍ୟାଙ୍କ କର୍ମଚାରୀ ସଂଘ ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟକୁ ସମାଲୋଚନା କରିଥିବାବେଳେ, ଅର୍ଥ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷା ଲାଗି ଅଣ୍ଟାଭିଡିଛି। ଅର୍ଥ ମନ୍ତ୍ରଣାଳୟର କର୍ମଚାରୀମାନେ କହିଛନ୍ତି ଯେ, ଆସାମର ଚା ବଗିଚା ଶ୍ରମିକମାନଙ୍କ ସମସ୍ୟାର ସମାଧାନ କରିପାରି ନ ଥିବାରୁ ରାଜ୍ୟ ଏବଂ ସ୍ଥାନୀୟ ଏସ୍‌ବିଆଇର କାର୍ଯ୍ୟଧାରା ଉପରେ ମନ୍ତ୍ରଣାଳୟ ତା’ର ବିଧିସଙ୍ଗତ ପ୍ରତିକ୍ରିୟା ପ୍ରକାଶ କରିବା ଯୁକ୍ତିଯୁକ୍ତ ଥିଲା। ଗତମାସରେ ଗୁଆହାଟୀ ଫାଇନାନ୍‌ସିଆଲ ଇନ୍‌କ୍ଲୁଜନ କନ୍‌କ୍ଲେଭ୍‌ରେ ଏସ୍‌ବିଆଇ ଅଧିକାରୀମାନଙ୍କ ସହ ସୀତାରାମନ୍‌ କଥାହେବା ସମୟରେ ଏହି ଭିଡିଓ କ୍ଲିପ୍‌ ପ୍ରସ୍ତୁତ କରାଯାଇଥିଲା ବୋଲି ଜଣାପଡିଛି। ତେବେ ଏହି କ୍ଲିପ୍‌ ସୋସିଆଲ୍‌ ମଡ଼ିଆରେ ଏକମାସ ପରେ ଦେଖିବାକୁ ମିଳିଥିଲା। ତେଣୁ ବିବାଦ ସୃଷ୍ଟିକରିବା ଏହାର ଲକ୍ଷ୍ୟ ଥିଲା ବୋଲି ଅନେକେ ସନ୍ଦେହ ପ୍ରକଟ କରିଛନ୍ତି। ଏବେ କାହିଁକି ବ୍ୟାଙ୍କ ବାବୁମାନେ ଏହାକୁ ତେଜୁଛନ୍ତି, ତାହା ଅନୁମାନଯୋଗ୍ୟ।
ବଦଳି ଦ୍ୱନ୍ଦ୍ୱ
କର୍ନାଟକ ଆଇପିଏସ୍‌ ଅଧିକାରୀ ଈଶା ପନ୍ଥଙ୍କ ୪ ଦିନରେ ଦୁଇଥର ବଦଳି ପଛର କାହାଣୀ ଦେଶର ଦୃଷ୍ଟି ଆକର୍ଷଣ କରିଛି। ସମ୍ଭବତଃ ତାହା ଥିଲା ବେଙ୍ଗାଲୁରୁ ସିଟି ପୋଲିସ ମଧ୍ୟରେ ଥିବା କ୍ଷମତା ଯୁଦ୍ଧର କଥା। ଯେତେବେଳେ ସରକାର ସାଉଥ୍‌-ଇଷ୍ଟ୍‌ ଜୋନ୍‌ ଡିସିପି ଈଶା ପନ୍ଥଙ୍କ ସମେତ ଆଇପିଏସ୍‌ ଅଧିକାରୀଙ୍କର ଏକାଧିକ ବଦଳି ନିର୍ଦ୍ଦେଶନାମା ଜାରି କରିଥିଲେ, ସେତେବେଳେ ଏହି ବଦଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ପ୍ରାରମ୍ଭରୁ ତାଙ୍କୁ କ୍ରିମିନାଲ ଇନ୍‌ଭେଷ୍ଟିଗେଶନ ଡିପାର୍ଟମେଣ୍ଟ (ସିଆଇଡି)ରେ ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ (ଏସ୍‌ପି) ଭାବେ ଯୋଗଦେବା ଲାଗି କୁହାଯାଇଥିଲା। କିନ୍ତୁ ତିନିଦିନ ପରେ ଏହି ଭାଜପାଶାସିତ ରାଜ୍ୟ ଦ୍ୱାରା ଆଉ ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯାଇଥିଲା, ଯାହାଦ୍ୱାରା ପ୍ରଥମ ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଇଥିଲା ଏବଂ ତାଙ୍କୁ ପୁଣି ମୂଳ ପଦରେ ଅବସ୍ଥାପିତ କରାଯାଇଥିଲା। ତେବେ କେଇ ଘଣ୍ଟା ପରେ ଆଉ ଏକ ନୂଆ ନିର୍ଦ୍ଦେଶନାମାରେ ପନ୍ଥଙ୍କୁ ସିଟି ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଥିବା କମାଣ୍ଡ ସେଣ୍ଟର୍‌ରେ ଡିସିପି ଭାବେ ଅବସ୍ଥାପିତ କରାଯାଇଥିଲା। ତାଙ୍କୁ ଜିନେନ୍ଦ୍ର ଖାନାଗାଓ୍ବିଙ୍କ ଜାଗାରେ ନିଯୁକ୍ତି ଦିଆଯାଇଥିଲା ଯିଏକି ଏବେ ଜଣେ ଏସ୍‌ପି ଭାବେ ଇଣ୍ଟର୍‌ନାଲ ସିକ୍ୟୁରିଟି ଡିଭିଜନରେ ନିଯୁକ୍ତି ପାଇଛନ୍ତି। ୨୦୧୫ ବ୍ୟାଚର ଆଇପିଏସ୍‌ ଅଧିକାରୀ ଶ୍ରୀନାଥ ମହାଦେବ ଜୋଷୀଙ୍କୁ ତାଙ୍କ ଜାଗାରେ ନିଯୁକ୍ତି ଦିଆଯାଇଥିଲା। ଜୋଷୀ ଏବେ ବେଙ୍ଗାଲୁରୁ ସାଉଥ-ଇଷ୍ଟ ଡିଭିଜନ କଥା ବୁଝିବେ। ସେ ପୂର୍ବରୁ ଚିତ୍ରଦୁର୍ଗର ଏସ୍‌ପି ଥିଲେ। ଜଣେ ଭାଜପା ମନ୍ତ୍ରୀଙ୍କ ଚାପରେ ପନ୍ଥଙ୍କ ଦ୍ୱିତୀୟ ବଦଳି କରାଯାଇଥିଲା ବୋଲି ବିଶ୍ୱାସ କରାଯାଉଛି।
ମୂଲ୍ୟାଙ୍କନ ବ୍ୟବସ୍ଥାକୁ ସମର୍ଥନ
ଏକ ଆବଶ୍ୟକ ପ୍ରଶାସନିକ ସଂସ୍କାର ପାଇଁ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୩୬୦ ଡିଗ୍ରୀ ମୂଲ୍ୟାୟନ ବ୍ୟବସ୍ଥା ଉପରେ ସମୀକ୍ଷା କରିବାକୁ ଜଣେ ବରିଷ୍ଠ ପ୍ରଶାସକ ଦାୟର କରିଥିବା ଏକ ପିଟିଶନକୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଖାରଜ କରିଦେବା ପରେ ଏହାର ମର୍ଯ୍ୟାଦା ବଢ଼ିଯାଇଛି। ଉକ୍ତ ମୂଲ୍ୟାଙ୍କନ ପଦ୍ଧତି ୨୦୧୫ରେ ଆରମ୍ଭ କରାଯାଇଥିଲା ଏବଂ ବରିଷ୍ଠ ପ୍ରଶାସକଙ୍କ ଉପରେ ନିରୀକ୍ଷଣକୁ ଅଧିକରୁ ଅଧିକ କଡ଼ା କରାଯାଇଥିଲା। ତେବେ ବାର୍ଷିକ ଗୁପ୍ତ ରିପୋର୍ଟ (ଏସିଆର୍‌) ବଦଳରେ ଆରମ୍ଭ କରାଯାଇଥିବା ଏହି ପଦ୍ଧତିକୁ ଅପାରଦର୍ଶୀ ଓ ଅସ୍ବଚ୍ଛ କହି ଗୋଟିଏ ଶ୍ରେଣୀର ବାବୁମାନେ ସମାଲୋଚନା କରିଥିଲେ। ଉକ୍ତ ମୂଲ୍ୟାଙ୍କନ ପଦ୍ଧତିକୁ ତାଙ୍କ ରିଭ୍ୟୁ ପିଟିଶନରେ ଚ୍ୟାଲେଞ୍ଜ କରିଥିବା ବରିଷ୍ଠ ବାବୁ ଦର୍ଶାଇଥିଲେ ଯେ, ତାଙ୍କୁ ପଦୋନ୍ନତି ପାଇଁ ମନୋନୟନ ତାଲିକାରେ ରଖିବାରେ ତିନିଥର ଅଣଦେଖା କରାଯାଇଥିତ୍ଲା ଏବଂ ସେ ଏଥିପାଇଁ ତାଙ୍କ ମୂଲ୍ୟାଙ୍କନ ରିପୋର୍ଟର ଗୋଟିଏ ନକଲ ଚାହିଁଥିଲେ। ୩୬୦ ଡିଗ୍ରୀ ମୂଲ୍ୟାଙ୍କନ ପଦ୍ଧତିକୁ ବି ମଲ୍‌ଟି ସୋର୍ସ ଫିଡ୍‌ବ୍ୟାକ ଗାଇଡ୍‌ଲାଇନ୍‌ସ (ଏମ୍‌ଏସ୍‌୍‌ଏଫ୍‌) କୁହାଯାଏ, ଯାହା ଏବେ ଉଚ୍ଚନ୍ୟାୟାଳୟର ସମର୍ଥନ ପାଇଛି। କୋର୍ଟ ସରକାରଙ୍କ ଦୃଷ୍ଟିକୋଣକୁ ଗ୍ରହଣ କରି କହିଛନ୍ତି ଯେ, ଏମ୍‌ଏସ୍‌ଏଫ୍‌ର ନୀତିନିୟମକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ କରାଯାଇନି। ଯୁଗ୍ମ ସଚିବମାନଙ୍କ ନିଯୁକ୍ତି ପାଇଁ ବାବୁମାନଙ୍କ ନାମ ତାଲିକାଭୁକ୍ତ କରିବାକୁ ଚାହୁଁଥିବା କମିଟି ଅଫ୍‌ ସେକ୍ରେଟାରିଜ୍‌ କିମ୍ବା ଏମ୍‌ପ୍ୟାନେଲ୍‌ମେଣ୍ଟ କମିଟି ପାଇଁ ଆଭ୍ୟନ୍ତରୀଣ ଗାଇଡ୍‌ଲାଇନରୂପେ କାର୍ଯ୍ୟ କରିବାକୁ ଏହା କରାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri